Home ଜିଲ୍ଲା ପରିକ୍ରମା ଅଟୋ ଡ୍ରାଇଭର ମହେଶ୍ୱରଙ୍କ ମହତ ପଣିଆ,ଶୀତରେ ଅସହାୟ ବ୍ୟକ୍ତିଙ୍କୁ କମ୍ବଳ ବାଂଟିଲେ

ଅଟୋ ଡ୍ରାଇଭର ମହେଶ୍ୱରଙ୍କ ମହତ ପଣିଆ,ଶୀତରେ ଅସହାୟ ବ୍ୟକ୍ତିଙ୍କୁ କମ୍ବଳ ବାଂଟିଲେ

5
????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜିର ଦୁନିଆରେ ବହୁ ବ୍ୟକ୍ତି କେବଳ ନିଜ ସ୍ୱାର୍ଥରେ ଲିପ୍ତ ଥିବାବେଳେ ଏମିତି କିଛି ମଣିଷ ଅଛନ୍ତି, ଯେଉଁମାନେ ଦାରିଦ୍ର‌୍ୟର କଷାଘାତରେ ଥାଇବି ନିଜ କଷ୍ଟଲବ୍ଧ ଅର୍ଥରେ ଅନ୍ୟର ଦୁଃଖ ଲାଘବ କରିଥାନ୍ତି। ଭଦ୍ରକ ବ୍ଲକ୍‌ର କଲେଇ ପଂଚାୟତ ବଳାଜିତପଡା ନିବାସୀ ଅଟୋ ଡ୍ରାଇଭର ମହେଶ୍ୱର ଲେଙ୍କା ସେହିଭଳି ଜଣେ ନିଆରା ବ୍ୟକ୍ତିତ୍ୱ। ଯିଏ ନିଜର ଝାଳବୁହା ଧନର ସଂଚିତ ଅର୍ଥରେ ଋଣ କରି ପରିବାର ପ୍ରତିପୋଷଣ କରିବାକୁ ଅଟୋଟିଏ ଆଣି ଚଲାଉଛନ୍ତି। ତେବେ ମହେଶ୍ୱରଙ୍କୁ ଅନେକ ସମୟରେ ପର ଦୁଃଖରେ ଭାଗୀଦାର ହେବାର ଦେଖାଯାଏ। ଚରମ୍ପା ରେଳଷ୍ଟେସନ ହେଉ କି ବସ୍‌ଷ୍ଟାଣ୍ଡ ହେଉ, କୋର୍ଟ କଚେରୀ ହେଉ କି ଡାକ୍ତରଖାନା ହେଉ ସବୁଠି ତାଙ୍କ ଆଖି ଆଗରେ ପଡୁଥିବା ଦିବ୍ୟାଙ୍ଗ ଓ ଗରିବ ଲୋକଙ୍କୁ ସେ ନିଜ ଅଟୋରେ ମାଗଣାରେ ଆଣି ଠିକଣା ସ୍ଥାନରେ ଛାଡିଥାନ୍ତି। ଏପରିକି ନିଜ ଅଂଚଳର ବହୁ ଅସୁସ୍ଥ ଓ ଗର୍ଭବତୀ ମହିଳାଙ୍କୁ ରାତି ଅଧରେ ବି ସହାୟତାର ହାତ ବଢାଇ ଡାକ୍ତରଖାନାକୁ ଆଣି ଚିକିତ୍ସା କରାଇବା ପରେ ପୁଣି ସେମାନଙ୍କ ଘରେ ଛାଡିଥାନ୍ତି। ପ୍ରତିବର୍ଷ ଶୀତଦିନରେ ସେ ବନ୍ତଛକ ବ୍ରିଜ୍ ତଳ ହେଉ କି ବସ୍‌ଷ୍ଟାଣ୍ଡ ଓ ରେଳଷ୍ଟେସନ ବାହାରେ ଅସହାୟ ଅବସ୍ଥାରେ ଶୋଇଥିବା ବ୍ୟକ୍ତିଙ୍କୁ କମ୍ବଳ ମଧ୍ୟ ବଂଟନ କରିଥାନ୍ତି। ଆଜିର ସୋସିଆଲ ମିଡିଆରେ ବହୁ ବ୍ୟକ୍ତି ଗରିବ ଲୋକଙ୍କୁ ସହାୟତା ନାମରେ ନିଜ ଫଟୋକୁ ଭାଇରାଲ କରି ବାହାବାଃ ନେଉଥିବାବେଳେ ମହେଶ୍ୱର ସେଭଳି କାର୍ଯ୍ୟକୁ ନାପସନ୍ଦ କରିଥାନ୍ତି। ତାଙ୍କ ଭାଷାରେ ଯିଏ ପ୍ରକୃତ ସାହାଯ୍ୟକାରୀ, ସେ ଏଭଳି ଦେଖାଣିଆ ମନୋଭାବ ପ୍ରଦର୍ଶନ କରିବା ଉଚିତ୍ ନୁହେଁ। ତେବେ ଏ ପ୍ରତିନିଧିର ଆଖିରେ ମହେଶ୍ୱରର ବଦାନ୍ୟତା ପଡିବା ପରେ ସେ ବହୁ ବାଧ୍ୟକରି ଜଣେ ଅସହାୟ ଅନ୍ଧକୁ କମ୍ବଳ ଦେଉଥିବାବେଳେ ଫଟୋଟିଏ ଉଠାଇବାରେ ସକ୍ଷମ ହୋଇଥିଲା। ଆଜିର ଯୁଗରେ ମହେଶ୍ୱର ଭଳି ଜଣେ ସାମାନ୍ୟ ଅଟୋ ଡ୍ରାଇଭରର ଏଭଳି ମହତ୍ ପଣିଆକୁ ସମସ୍ତେ ଅନୁକରଣ କରିବା ଉଚିତ୍‌।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.