Home ଜିଲ୍ଲା ପରିକ୍ରମା ଚାନ୍ଦବାଲିରେ ଭାରତୀୟ ପୋଷ୍ଟାଲ କର୍ମଚାରୀ ଫେଡେରେସନର ଭଦ୍ରକ ଜିଲ୍ଲା କାର୍ଯ୍ୟକାରିଣୀ

ଚାନ୍ଦବାଲିରେ ଭାରତୀୟ ପୋଷ୍ଟାଲ କର୍ମଚାରୀ ଫେଡେରେସନର ଭଦ୍ରକ ଜିଲ୍ଲା କାର୍ଯ୍ୟକାରିଣୀ

3

ଭଦ୍ରକ, ୧୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ମଜଦୂର ସଙ୍ଘ (ବି.ଏମ.ଏସ) ସହବନ୍ଧିତ ପୋଷ୍ଟାଲ କର୍ମଚାରୀ ଫେଡେରେସନର ଭଦ୍ରକ ଜିଲ୍ଲା କାର୍ଯ୍ୟକାରିଣୀ ସ୍ଥାନୀୟ ଚାନ୍ଦବାଲି ପୋଷ୍ଟ ଅଫିସ ପରିସରରେ ଅନୁଷ୍ଠିତ ହୋଇଛି।ସଙ୍ଘର ନେତା ରବିନାରାୟଣ ମହାକୁଡଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରଣ୍ୟ ଅତିଥି ଭାବେ ଓଡିଶା ପ୍ରଭାରୀ ରାଜକିଶୋର ମହାପାତ୍ର,ସର୍କଲ ସମ୍ପାଦକ ସତ୍ୟବ୍ରତ ଜେନା,ସଂଗଠନ ସମ୍ପାଦକ ବ୍ରଜକିଶୋର ପ୍ରଧାନ,ବିଶିଷ୍ଟ ଅତିଥି ଆଡ଼ଭୋକେଟ ଉପେନ୍ଦ୍ର କୁମାର ରାଉଳ,ସମ୍ମାନିତ ଅତିଥି ଶିକ୍ଷକ ନେତା ଅମୂଲ୍ୟ କୁମାର ରାଉତ, ସାହିତ୍ୟିକ ପ୍ରଫୁଲ୍ଲ କୁମାର ଦାସ ପ୍ରମୁଖ ଯୋଗ ଦେଇ ପୋଷ୍ଟାଲ କର୍ମଚାରୀମାନଙ୍କର ସାମାଜିକ ସୁରକ୍ଷା,ସମାନ କାମକୁ ସମାନ ଦରମା, ଅଷ୍ଟମ ବେତନ କମିଶନ ଲାଗୁ କରିବା ପାଇଁ ସୁପାରିଶ କରିବାକୁ ସରକାରଙ୍କ ଠାରେ ଦାବୀ ଉପସ୍ଥାପିତ କରିବା ସଙ୍ଗେ ସଙ୍ଗେ ପୋଷ୍ଟାଲ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ଏଥିରେ ସମ୍ପାଦକ ଶୋଭନ କୁମାର ମହାନ୍ତି ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ସଦସ୍ୟ ଦେବାଶିଷ ଦାସ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।ଦିବସ ବ୍ୟାପି ଏହି କାର୍ଯ୍ୟକ୍ରମକୁ ବିଭୁଦତ ଦଳାଇ,ଗୋବିନ୍ଦ ମିଶ୍ର,ଅମରେନ୍ଦ୍ର ଦଳାଇ, କୈଳାଶ ଦାଶ, ନିବେଦିତା ବାରିକ ପ୍ରମୁଖ ପରିଚାଳନା କରିଥିବାବେଳେ ସିଦ୍ଧାର୍ଥ ଶଙ୍କର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.