Home ଜିଲ୍ଲା ପରିକ୍ରମା ମନମୋହନ ସାମଲଙ୍କ ନିର୍ବାଚନ ମଣ୍ଡଳୀରେ ମଦ ବାର୍ ଖୋଲିବା ନେଇ ରାଜନୈତିକ ଛକାପଞ୍ଝା,ବାର୍ ଖୋଲିବା ନେଇ...

ମନମୋହନ ସାମଲଙ୍କ ନିର୍ବାଚନ ମଣ୍ଡଳୀରେ ମଦ ବାର୍ ଖୋଲିବା ନେଇ ରାଜନୈତିକ ଛକାପଞ୍ଝା,ବାର୍ ଖୋଲିବା ନେଇ ଉଚ୍ଚନ୍ୟାୟାଳୟର ସବୁଜ ସଂକେତ

4

ଭଦ୍ରକ, ୧୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଦିନ ଥିଲା ଦୀର୍ଘ ୨୪ ବର୍ଷ ଶାସନ ଗାଦିରେ ରହିଥିବା ବିଜୁ ଜନତା ଦଳ ରାଜ୍ୟରେ ମଦ ବାର୍ ଖୋଲିବା ବିରୁଦ୍ଧରେ ଏବେକାର ବିଜେପି ସରକାର ବିରୋଧୀ ଦଳର ଭୂମିକା ନେଇ ପ୍ରବଳ ବିରୋଧ କରିଆସୁଥିଲା। କିନ୍ତୁ ଏବେ ଶାସନ ଗାଦିରେ ରହିବା ପରେ ଏହି ସରକାର ବିଭିନ୍ନ ସ୍ଥାନରେ ମଦ ବାର ଖୋଲି ରାଜସ୍ୱ ବୃଦ୍ଧି କରିବାରେ ଲାଗିପଡିଛି। ତେବେ ଏହି ମଦ ବାର ଖୋଲିବା ନେଇ ଖୋଦ୍ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିଜ ନିର୍ବାଚନ ମଣ୍ଡଳୀ ଚାନ୍ଦବାଲି ବ୍ଲକ୍ ପୀରହାଟ ଅଂଚଳରେ ଏକ ମଦ ବାର ଖୋଲିବା ନେଇ ବିଜେପି ଦଳର ଦୁଇ ଗୋଷ୍ଠୀ ରାଜନୀତି ଛକାପଞ୍ଝା ଆରମ୍ଭ କରିଦେଇଛନ୍ତି। ଗୋଟିଏ ଗୋଷ୍ଟି ବାର ଖୋଲିବା ସପକ୍ଷରେ ମେଳି କରୁଥିବା ବେଳେ ଆଉଏକ ଗୋଷ୍ଟି ବାର ପ୍ରତିଷ୍ଠା କୁ ବିରୋଧ କରି ଏହା ବିରୁଦ୍ଧରେ ରେ ଜନମତ ସୃଷ୍ଟି କରିବାରେ ଲାଗି ପଡିଛି। ତେବେ ଏହି ରାଜନୈତିକ ଟଣା ଓଟରା ରେ ମଦ ବାର ଖୋଲୁ କି ନଖୋଲୁ ରାଜ୍ୟ ସରକାର କିନ୍ତୁ ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ଅବକାରୀ ରାଜସ୍ୱ ହରାଇ ଚାଲିଛନ୍ତି । ଏଭଳି ଏକ ରାଜନୈତିକ ସମ୍ବେଦନଶୀଳ ଘଟଣା ସଂପର୍କରେ ଯାହା ସୂଚନା ମିଳେ ଗତ ୨୦୦୮/୨୦୦୯ ବର୍ଷରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ପୀରହାଟ ଅଂଚଳରେ ଏକ ମଦ ବାର ଖୋଲିବାକୁ ସରକାରୀ ଅନୁମୋଦନ ମିଳିଥିଲା । ଜନୈକ ମଦ ବ୍ୟବସାୟୀ ୫ ବର୍ଷିଆ ଲିଜ ନେଇ ପୀରହାଟ ମଝୀ ବଜାର ରେ ଏହି ବାର ଖୋଲି ଥିଲେ । ତେବେ ଲିଜ ଅବଧି ଶେଷ ପରେ ଏହି ବାରକୁ ନିକଟସ୍ତ ସାହାପୁର ରାସ୍ତା ପାର୍ଶ୍ୱରେ ଥିବା ଅନ୍ୟ ଏକ ଗୃହକୁ ଉଠାଇ ନିଆଯାଇଥିଲା । ତେବେ ନୂତନ ଜାଗାରେ ଏହି ବାର କିଛିଦିନ ଧରି କାର୍ଯ୍ୟକ୍ଷମ ରହିବା ପରେ ସ୍ଥାନୀୟ ମହିଳା ଗୋଷ୍ଟିଙ୍କ ତୀବ୍ର ବିରୋଧ ଯୋଗୁ ବାରକୁ ବନ୍ଦ କରିଦେବାକୁ ପଡ଼ିଥିଲା । ପରେ ଲାଇସେନ୍ସ ନେଇଥିବା ମଦ ଦୋକାନୀ ପୀରହାଟ ବଜାର ଛାଡି ପୀରହାଟ ହାଇସ୍କୁଲ ଆଗରେ ଜଣେ ରାଜନୈତିକ ବ୍ୟକ୍ତିଙ୍କ ମାଳିକାନା ରେ ଥିବା ଏକ ଜମିରେ ମଦ ବାର ଖୋଲିବାକୁ ପ୍ରକ୍ରିୟା ଆରମ୍ଭ କରିଥିଲେ । ତେବେ ଏହି ପ୍ରସଙ୍ଗ କୁ ନେଇ ରାଜନୈତକ ବିରୋଧ ତୀବ୍ରତର ହେବାରୁ ଗତ ୨୦୧୮/୨୦୧୯ ମସିହାରେ ଏହି ମଦ ବାରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦିଆ ଯାଇଥିଲା । ତେବେ ବାର ବନ୍ଦ ସତ୍ୱେ ଅବକାରୀ ବିଭାଗ ପକ୍ଷରୁ ଦୋକାନ ଚାଲୁଥିବା ଦର୍ଶାଇ ବ୍ୟବସାୟୀଙ୍କ ଉପରେ ପ୍ରାୟ ୧ କୋଟି ୯୮ ଲକ୍ଷ ଟଙ୍କା ଲାଇସେନ୍ସ ଫି ଭିଡ଼ିଥିଲେ । ପରେ ଏନେଇ ମାମଲା କୋର୍ଟ କୁ ଯିବା ପରେ ମାନ୍ୟବର କୋର୍ଟଙ୍କ ହସ୍ତକ୍ଷେଫରେ ଏହି ଅର୍ଥ ଛାଡ଼ କରାଯାଇଥିବା ବେଳେ ପୂର୍ବ ସ୍ଥାନରେ ମଦ ବାର ଖୋଲିବା କୁ ସ୍ୱୀକୃତି ପ୍ରଦାନ କରିଥିଲେ । ତେବେ ମଦ ବାର ଖୋଲିବା କ୍ଷେତ୍ରରେ ଥିବା ଆଇନ ଗତ ସଙ୍କଟ ଟଳିବା ସତ୍ୱେ ବାର ଖୋଲିବାକୁ ନେଇ ଏବେ ସ୍ତାନୀୟ ରାଜନୀତି ଜୋର ଧରିଛି । ଗୋଟିଏ ଗୋଷ୍ଟି ଚିରାଚରିତ ଢଙ୍ଗରେ ଏଠାରେ ମଦବାର ଖୋଲିଲେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ସହିତ ଗ୍ରାମୀଣ ଜୀବନ ଉପରେ ଏହା କୁପ୍ରଭାବ ପକାଇବ ଦର୍ଶାଇ ଏହାକୁ ଜୋରଦାର ବିରୋଧ ଆରମ୍ଭ କରିଥିବା ବେଳେ ଅନ୍ୟ ଏକ ଗୋଷ୍ଟି ଗାଁ ଗହଳ ରେ ବଢ଼ି ଚାଲିଥିବା ବେଆଇନ ନକଲି ବିଷାକ୍ତ ମଦ କାରବାରକୁ ରୋକିବା ପାଇଁ ହେଲେ ସରକାରୀ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ଖୋଲିବା ନିତ୍ୟାନ୍ତ ଜରୁରୀ ବୋଲି ଦାବୀ କରିଛନ୍ତି । ସେମାନଙ୍କ ଯୁକ୍ତି ହେଲା ଯେଉଁଠି ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନ ରହିଛି ସେଠାରେ ବିଷାକ୍ତ ମଦମୃତ୍ୟୁ ଭଳି ଘଟଣା ଘଟି ନାହିଁ । ତାଛଡ଼ା ସରକାର ଏଥିରୁ ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ଅବକାରୀ ରାଜସ୍ୱ ମଧ୍ୟ ପାଇବେ । ତେବେ କିଛି ନ୍ୟସ୍ତ ସ୍ୱାର୍ଥବାଦୀ ଲୋକେ ସେମାନଙ୍କ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଏଠାରେ ସରକାରୀ ମଦବାର ଖୋଲିବାକୁ ବିରୋଧ କରୁଛନ୍ତି । ଏଥିରେ କୌଣସି ଜନସ୍ୱାର୍ଥ ଜଡିତ ନାହିଁ ବୋଲି ସେମାନେ ଦାବୀ କରିଛନ୍ତି । ତେଣେ ବିଭାଗୀୟ ଅଧକ୍ଷକ କହିଛନ୍ତି ଏହି ପ୍ରସଙ୍ଗରେ ମାନ୍ୟବର କୋର୍ଟଙ୍କ ଆଦେଶ ପାଳନ କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.