Home ଜିଲ୍ଲା ପରିକ୍ରମା ଧାମନଗରରେ ବରିଷ୍ଠ ନାଗରିକ ପରିଷଦର ବାର୍ଷିକ ଉତ୍ସବ,ପିତାମାତାଙ୍କ ସେବା ହିଁ ପରମ ଧର୍ମ, ସାଇବର ଠକେଇରୁ...

ଧାମନଗରରେ ବରିଷ୍ଠ ନାଗରିକ ପରିଷଦର ବାର୍ଷିକ ଉତ୍ସବ,ପିତାମାତାଙ୍କ ସେବା ହିଁ ପରମ ଧର୍ମ, ସାଇବର ଠକେଇରୁ ସତର୍କ ରୁହନ୍ତୁ

5

ଭଦ୍ରକ, ୧୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମାଜର ମାର୍ଗଦର୍ଶକ ହେଉଛନ୍ତି ବରିଷ୍ଠ ନାଗରିକ। ସେମାନଙ୍କ ଅଭିଜ୍ଞତା ଓ ସଂସ୍କାର ହିଁ ଆଗାମୀ ପିଢ଼ି ପାଇଁ ଆଲୋକ ବର୍ତିକା ବୋଲି ଧାମନଗର ନାଗରିକ ପରିଷଦ ର ବାର୍ଷିକ ଉତ୍ସବ ରେ ଅତିଥି ମାନେ ମତ ବ୍ୟାକ୍ତ କରିଥିଲେ। ଧାମନଗର ହାଇସ୍କୁଲ ପରିସରରେ ଧାମନଗର ବରିଷ୍ଠ ନାଗରିକ ପରିଷଦର ନବମ ବାର୍ଷିକ ଉତ୍ସବ ରବିବାର ଅତ୍ୟନ୍ତ ଭକ୍ତିମୟ ଓ ସାଂସ୍କୃତିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି।ପରିଷଦର ସଭାପତି ଅନିଲ କୁମାର ବାରିକଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଭାରେ ବକ୍ତାମାନେ ସାମ୍ପ୍ରତିକ ସମାଜରେ ବୟସ୍କଙ୍କ ସ୍ଥିତି ଓ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ପିତାମାତାଙ୍କୁ ଅବହେଳା ନକରି ସେମାନଙ୍କୁ ପୂଜା କଲେ ଜୀବନ ସାର୍ଥକ ହେବ ବୋଲି ଭଦ୍ରକ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ରାଉତ କହିଛନ୍ତି। ‘ଡିଜିଟାଲ ଆରେଷ୍ଟ’। ବରିଷ୍ଠ ନାଗରିକମାନେ କିଭଳି ଅଜଣା ଫୋନ୍ କଲ୍ କିମ୍ବା ଡରାଇବା ଭଳି ସାଇବର ଧମକ ରୁ ନିଜକୁ ଦୂରେଇ ରଖିବେ, ସେଥିପାଇଁ ବିଶେଷ ଭାବେ ଶ୍ରୀ ରାଉତ ସଚେତନ କରାଇଥିଲେ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମନୋଜ କୁମାର ରାଉତ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଡାକ୍ତର ଅଜିତ ଜେନା, ଧାମନଗର ପଂଚାୟତ ସମିତି ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା, ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡା. ସୁଧିରଞ୍ଜନ ନାୟକ, ସମାଜସେବୀ ବରଦା ପ୍ରସାଦ ମହାପାତ୍ର, ଜିଲ୍ଲା ବରିଷ୍ଠ ନାଗରିକ ପରିଷଦ ସଭାପତି ଲଲାଟେନ୍ଦୁ ମହାନ୍ତି, ସମ୍ପାଦକ କୈଳାଶ ମହାପାତ୍ର ଏବଂ ହାଇସ୍କୁଲ ପ୍ରଧାନ ଶିକ୍ଷକ ସମୀର ଗୋସ୍ୱାମୀ ପ୍ରମୁଖ ଉପସ୍ଥିତ ରହି ବରିଷ୍ଠ ନାଗରିକଙ୍କ ସମସ୍ୟା ଓ ସମାଧାନ ଉପରେ ଦିଗଦର୍ଶନ ଦେଇଥିଲେ। ଅଭିମନ୍ୟୁ ମଲିକ ମଂଚ ଆମନ୍ତ୍ରଣ କରିଥିବା ବେଳେ ଦଶରଥ ଦାସ ସ୍ୱାଗତ ଭାଷଣ ଦେଇଥିଲେ। ନିରାକାର ଧଳ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ସମ୍ପାଦକ ସଚିକାନ୍ତ ପଣ୍ଡା ବାର୍ଷିକ ବିବରଣୀ ପାଠ କରି ପରିଷଦର ବର୍ଷକର ସଫଳତା ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସର ରେ ଧାମନଗର ଅଞ୍ଚଳ ରେ ବିଶିଷ୍ଟ ବ୍ୟକ୍ତି ବିଶେଷ ଙ୍କୁ ପରିଷଦ ପକ୍ଷରୁ ସମ୍ବର୍ଦ୍ଧିତ କରା ଯାଇଥିଲା।କୃଷ୍ଣଚନ୍ଦ୍ର ଜେନା ଧନ୍ୟବାଦ୍ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.