Home ଜିଲ୍ଲା ପରିକ୍ରମା ମା’ ଦପା ନାୟକାଣୀ ପୀଠରେ ଅହୋରାତ୍ର ମେଗା ସ୍ୱାସ୍ଥ୍ୟ ସେବା ଶିବିର

ମା’ ଦପା ନାୟକାଣୀ ପୀଠରେ ଅହୋରାତ୍ର ମେଗା ସ୍ୱାସ୍ଥ୍ୟ ସେବା ଶିବିର

3

ଭଦ୍ରକ, ୧୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ତଥା ତିହିଡି ବ୍ଲକ ର ଈଶ୍ୱରପୁର ଠାରେ ବିରାଜମାନ କରିଥିବା ମା ଦପା ନାୟକାଣୀ ଙ୍କ ପୀଠ ରେ ପବିତ୍ର ମକର ପର୍ବ ଅବସରରେ ଶୁଭମ ସ୍ୱେଛାସେବୀ ସଂଗଠନ ପକ୍ଷରୁ ତ୍ରିଦିବସିୟ ଅହୋ ରାତ୍ର ମେଗା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଛି। ଏହି ଉପଲକ୍ଷେ ସଂଗଠନ ର ସଭାପତି ହୃଷିକେଶ ବାରିକ ଓ ମୁଖ୍ୟ ସଂଯୋଜକ ଆନନ୍ଦ ଚନ୍ଦ୍ର ପଲେଇ ଙ୍କ ନେତୃତ୍ୱ ରେ ୧୫ ଜଣିଆ ସ୍ୱେଛାସେବୀ ଦଳ ମା ଙ୍କ ପୀଠରେ ପହଂଚି ଏହି ସ୍ୱାସ୍ଥ୍ୟ ସେବା ଶିବିର କୁ ପରିଚାଳନା କରିବା ସହିତ ମେଳା କୁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁ ମାନଙ୍କୁ ଶୁଦ୍ଧ ଲେମ୍ବୁ ମିଶା ଜଳ ପ୍ରଦାନ କରିଥିଲେ। ଏହି ମେଗା ସ୍ୱାସ୍ତ୍ୟ ସେବା ଶିବିର ରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ମୁଖ୍ୟ ଭେଷଜ ବିଶେଷଜ୍ଞ ଡା ବିଜୟ କୁମାର ପଣ୍ଡା, ଡା ଅନିଲ ଦାସ, ଡା ଅଜୟ କୁମାର ପଣ୍ଡା, ଫାର୍ମାସିଷ୍ଟ ବିନୋଦ ବିହାରୀ ପଣ୍ଡା ସତ୍ୟଶ୍ରୀ ନାୟକ, ଲିପୁନ ପତି ପ୍ରମୁଖ ଯୋଗ ଦେଈ ତିନି ଦିନ ଧରି ରୋଗୀ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ସେମାନଙ୍କୁ ମାଗଣା ରେ ଔଷଧ ପ୍ରଦାନ କରିଥିଲେ, ଏହି ଶିବିର ରେ ମୋଟ ୨୨୧୮ ଜଣ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ମାଗଣା ଇ ବଂଟନ କରାଯାଇଥିଲା। ଏହି ୩ ଦିନିଆ ମେଗା ସ୍ୱାସ୍ଥ୍ୟ ସେବା ଶିବିର କୁ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଓ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଶୁଧର ରଞ୍ଜନ ନାୟକ ମୁଖ୍ୟ ଅତିଥି ଓ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଈ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ମକର ମେଳାରେ ମା ଙ୍କ ପୀଠ ରେ ଏପରି ସ୍ୱତନ୍ତ୍ର ସେବା ଶିବିର ଆୟୋଜନ କରି ଯାତ୍ରୀ ଓ ଶ୍ରଦ୍ଧାଳୁ ମାନଙ୍କୁ ସେବା ଯୋଗାଇ ଦେଉ ଥିବାରୁ ସଂଗଠନ ନିଷ୍ଠାପର କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ ।ଏହି ସ୍ୱାସ୍ଥ୍ୟ ସେବା ଶିବିର କୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ, ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ଧାମନଗର ର ପୂର୍ବତନ ବ୍ଲକ ଅଧକ୍ଷ ଅଶୋକ ନାୟକ, ଡା ସଞ୍ଜୟ ଦାସ ପ୍ରମୁଖ ଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ପରିଦର୍ଶନ କରି ସଂଗଠନ ପକ୍ଷରୁ ଦିବା ରାତ୍ର ଧରି ଚାଲିଥିବା ଏପରି ମହତ କାର୍ଯ୍ୟ ଦୀର୍ଘ ୨୨ ବର୍ଷ ଆୟୋଜନ କରାଯାଉ ଥିବାରୁ ସଂଗଠନ ର କର୍ମକର୍ତା ଙ୍କୁ ସାଧୁ ବାଦ ଦେଇଥିଲେ। ଶେଷ ଦିବସ ରେ ଏକ ଉଦଯାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମା ଦପା ନାୟକା ଣୀ ପୂଜା କମିଟି ର ସଭାପତି ଶରତ ଚନ୍ଦ୍ର ଦାସ, ସମ୍ପାଦକ ମଦନ ମୋହନ ଦାସ, ବିଶିଷ୍ଟ ଶିକ୍ଷାବିତ ନିତ୍ୟାନନ୍ଦ ମଲ୍ଲିକ, ସଂଗଠକ ବିକାଶ ଦାସ ଙ୍କ ସହିତ ପୂଜା କମିଟି ର ସବୁ କର୍ମକର୍ତା ମାନେ ଯୋଗ ଦେଇଥିଲେ। ତିନି ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମ କୁ ସଂଗଠନ ର ସମ୍ପାଦକ ନରେନ୍ଦ୍ର କୁମାର ସାମଲ, ପାର୍ଥ ସାରଥୀ ସାମଲ, ଦେବେନ୍ଦ୍ର ଭଞ୍ଜ, ଚକ୍ରଧର ଜେନା ଜ୍ୟୋତି କୃଷ୍ଣ ସାମଲ ଅଜୟ ପଲେଇ ପ୍ରମୁଖ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.