ଭଦ୍ରକ, ୧୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତି ଓଡିଶା ଆନୁକୂଲ୍ୟରେ ଭଦ୍ରକ ଜିଲ୍ଲା ଆଗରପଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ରଜତ ଜୟନ୍ତୀ ସମାରୋହ ଉଦଘାଟିତ ହୋଇଯାଇଛି । ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବ୍ରହ୍ମବିଦ୍ୟା ପ୍ରଚାର ସମିତ ପୁରୀର ପ୍ରତିଷ୍ଠାତା ସ୍ୱାମୀ ବ୍ରହ୍ମ ନିଷ୍ଠାନନ୍ଦ ସରସ୍ୱତୀ କହିଲେ,ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆସିଲେ ହିଁ ଉତମ ସମାଜ ଗଠନ ସମ୍ଭବ । ମୁଖ୍ୟବକ୍ତା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଓଡିଶା ସହ-ପ୍ରାନ୍ତ କାର୍ଯ୍ୟବାହ ରବିନାରାୟଣ ପଣ୍ଡା ତାଙ୍କ ବକ୍ତବ୍ୟରେ ହିନ୍ଦୁ ହିଁ ତ୍ୟାଗ ଶିଖାଏ, ତ୍ୟାଗ ହିଁ ଉତମ ଭାରତ ଗଠନର ମୂଳମନ୍ତ୍ର । ସମାଜ ସେହିଦିନ ବଦଳିବ ଶିଶୁ ମନ୍ଦିର ପରି ଶିକ୍ଷାନୁଷ୍ଠାନ ଗୁଡିକରେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରାରମ୍ଭରୁ ସଂସ୍କାରିତ କଲେ ସମୃଦ୍ଧ ଭାରତ ବର୍ଷ ଗଠନ ସମ୍ଭବ ହୋଇ ପାରିବ । ସମ୍ମାନିତ ଅତିଥି ନିଗମ କଳ୍ପତରୁ ଆଶ୍ରମ ଭୁବନେଶ୍ୱରର ପ୍ରତିଷ୍ଠାତା ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ମହାରାଜ ଉତମ ଚରିତ୍ର ଗଠନ ହିଁ ଶିକ୍ଷାର ମୂଳ ଲକ୍ଷ୍ୟ, ଏହା ସରସ୍ୱତୀ ଶିଶୁ ମନ୍ଦିରରେ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାରେ ହିଁ ସମ୍ଭବ ହେବ ଓ ଭାରତ ବିଶ୍ୱଗୁରୁ ହୋଇ ପାରିବ ବୋଲି ବକ୍ତବ୍ୟରେ କହିଥିଲେ । ଆୟୋଜିତ ସଭାକୁ ଶିଶୁ ମନ୍ଦିର ଉପ-ସଭାପତି ଚିତରଞ୍ଜନ ଉଦ୍ଗାତ ପୌରହିତ୍ୟ କରିଥିଲେ । ପ୍ରଧାନଆଚାର୍ଯ୍ୟ ରାଧାକୃଷ୍ଣ ସ ଅତିଥି ପରିଚୟ, ସମ୍ପାଦକ ଅଶୋକ କୁମାର ପରିଡା ସ୍ୱାଗତ ଅଭିଭାଷଣ ଏବଂ ପୂର୍ବ ବିଦ୍ୟାର୍ଥୀ ପରିଷଦର ସଭାପତି ମହେଶଭୂପତି ପତି ଅନୁଭୂତି କଥନ,କୋଷାଧ୍ୟକ୍ଷ ସନ୍ତୋଷ କୁମାର ପୁହାଣ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅତିଥି ମାନେ “ଓଁକାର” ସ୍ମରଣିକା ଉନ୍ମୋଚନ ସହ ଗୌରାଙ୍ଗ ଚରଣ ଦାସ, ଜୟରାମ ଆଇଚ, ରୀତା ମଞ୍ଜରୀ ଜେନା, ଗୟାଧର ସେଠୀ, ଅନାଦି ଚରଣ ଦାଶ,ଆନନ୍ଦ ଚୈତନ୍ୟ ମହାରାଜ, ଆଚାର୍ଯ୍ୟ ଧର୍ମରାଜ ଓ ପ୍ରତିଷ୍ଠାତା ସ୍ୱର୍ଗତଃ ରଘୁନାଥ ମିଶ୍ରଙ୍କ ପରିବାରକୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ପଠାଣି ସାମନ୍ତ,ଭାରତୀ କୃଷ୍ଣ ମେଧା ବୃତି ଓ କ୍ରୀଡା ଚମ୍ପିୟାନ୍ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା । ସକାଳେ ଯଜ୍ଞ କାର୍ଯ୍ୟ ସହ ପୁରାତନ ବିଦ୍ୟାର୍ଥୀଙ୍କ ପକ୍ଷରୁ ମଶାଲ୍ ଶୋଭାଯାତ୍ରା ବଜାର ପରିକ୍ରମା କରିଥିଲା । ସମସ୍ତ ଗୁରୁଜୀ ଗୁରୁମା ଲିପିକା ଶତପଥି, ସ୍ୱାଗତିକା ମହୁରୀ, ଗିରିଶ ଚନ୍ଦ୍ର ମହାନ୍ତି, ଭଗବାନ ପଲେଇ, ଚିନ୍ତାମଣି ଶତପଥି, ବିବେକା ନନ୍ଦ ସେଠୀ,ଅରୁଣ କୁମାର ନାୟକ, ସୌମ୍ୟରଞ୍ଜନ ଶତପଥି,ବିଷ୍ଣୁ ମୋହନ ବିଶ୍ୱାଳ, ନରେନ୍ଦ୍ର କୁମାର ପତି, ନମିତା ପୃଷ୍ଟି, ଶୁଭଲକ୍ଷ୍ମୀ ସିଂହ, ପ୍ରତିମା ଦାଶ,ତୃପ୍ତିମୟୀ ପଣ୍ଡା, ସୌଭାଗ୍ୟ ଲକ୍ଷ୍ମୀ ସାହୁ, ପୂଜା ପ୍ରିୟଦର୍ଶନୀ ଜେନା, ଲିନାରାଣୀ ବେହେରା, ଜନପ୍ରିୟା ଦାସ, ସବିତା ନାୟକ ଓ ପରିଚାଳନା କମିଟିର ସଭ୍ୟସଭ୍ୟାଙ୍କ ସମେତ ଅଶୋକ କୁମାର ରଣା, ପ୍ରଶାନ୍ତ କୁମାର ସାହୁ, ସୁବାଷ ସାହୁ,ଧୂର୍ବ ଚରଣ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
Home ଜିଲ୍ଲା ପରିକ୍ରମା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ରଜତ ଜୟନ୍ତୀ ସମାରୋହ,ଉତମ ଚରିତ୍ର ଗଠନ ହିଁ ଶିକ୍ଷାର ମୂଳ...








