Home ଜିଲ୍ଲା ପରିକ୍ରମା ଗରିବଙ୍କ ସାଥି ସତ୍ୟାନନ୍ଦ, ଅସହାୟ ପରିବାରକୁ ସହାୟତାର ହାତ ବଢାଇ ସାଜିଲେ ଉଦାହରଣ

ଗରିବଙ୍କ ସାଥି ସତ୍ୟାନନ୍ଦ, ଅସହାୟ ପରିବାରକୁ ସହାୟତାର ହାତ ବଢାଇ ସାଜିଲେ ଉଦାହରଣ

5

ଭଦ୍ରକ, ୧୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅସହାୟ ପରିବାରକୁ ସହାୟତାର ହାତ ବଢାଇଲେ ସତ୍ୟାନନ୍ଦ ରାଉତ । ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରଶାସନକୁ କଲେ ଅନୁରୋଧ । ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ନାଲଗୁଣ୍ଡା ପଞ୍ଚାୟତର ଇଟୁଆ ଗ୍ରାମର ଆନନ୍ଦ ଜେନା ରାଜମିସ୍ତ୍ରୀ ଭାବେ କାର୍ଯ୍ୟ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ । ଭୁବନେଶ୍ୱରର ଏକ ଦୁଇ ମହଲା କୋଠାରୁ ପଡ଼ି ତାଙ୍କ ମେରୁଦଣ୍ଡ ହାଡ଼ ଭାଙ୍ଗି ଯାଇଥିଲା । ସେ ଦୀର୍ଘ ଦିନ ହେବ ବିଛଣାରେ ପଡ଼ି ରହିଛନ୍ତି। ଅର୍ଥ ଅଭାବରୁ ଆନନ୍ଦଙ୍କ ଚିକିତ୍ସା ହୋଇ ପାରୁ ନ ଥିଲା । ଏପଟେ ଘର ଚଳାଇବା ଓ ପିଲାଙ୍କ ପାଠ ପଢାରେ ମଧ୍ୟ ବାଧା ସୃଷ୍ଟି ହେଉଥିଲା । ଆନନ୍ଦଙ୍କ ପରିବାର କହିଲେ, ତିନି ଝିଅଙ୍କ ସହ ସ୍ତ୍ରୀ ଏବଂ ମାଆ ରହିଥିବା ବେଳେ ଘରର ଏକମାତ୍ର ରୋଜଗାରିଆ ପୁଅ ଥିଲେ ସେ । ତେବେ ଅର୍ଥ ଅଭାବରୁ ତାଙ୍କର ଚିକିତ୍ସା ହୋଇ ପାରୁ ନଥିବା କାରଣରୁ ଯାହାକୁ ନେଇ ସରକାରୀ ଓ ବେସରକାରୀ ସଂସ୍ଥାକୁ ସାହାଯ୍ୟ ମାଗିଥିଲେ ପରିବାର ଲୋକେ । ଖବର ପାଇ ସତ୍ୟାନନ୍ଦ ସେନାର କର୍ମକର୍ତାମାନେ ସେମାନଙ୍କ ପାଖରେ ପହଞ୍ଚି ସେମାନଙ୍କ ସମସ୍ୟା ପଚାରି ବୁଝିଥିଲେ । କିଛି ଆର୍ôଥକ ସାହାଯ୍ୟ କରିବା ସହିତ ପିଲା ମାନଙ୍କ ପାଠ ପଢା ପାଇଁ ବାଲେଶ୍ୱର ଠାରେ ଥିବା ଏକ ଘୋରେଇ ଶିକ୍ଷା ଅନୁଷ୍ଠାନ ରେ ବ୍ୟବସ୍ଥା କରିଛନ୍ତି ।ତା ସହିତ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଓ ଚାନ୍ଦବାଲି ବି ଡି ଓ଼ ସଂଜୀବ ମହାପାତ୍ରଙ୍କୁ ସରକାରୀ ସହାୟତା ପାଇଁ ଅନୁରୋଧ କରିଥିଲେ । ରେଡ଼କ୍ରସ ପାଣ୍ଠି ରୁ ୨୦ ହଜାର ଟଙ୍କା ସହିତ ଏକ ଗୃହ ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବା ପ୍ରକାଶ କରିଛନ୍ତି ସତ୍ୟାନନ୍ଦ ଫାଉଣ୍ଡେସନ ର ପ୍ରତିଷ୍ଠାତା ସତ୍ୟାନନ୍ଦ ରାଉତ। ଅସହାୟ ପରିବାରଙ୍କ ସତ୍ୟାନନ୍ଦଙ୍କ ଏପରି ଉଦ୍ୟମକୁ ଇଟୁଆ ଗ୍ରାମର ବାସିନ୍ଦା ପ୍ରସଂଶା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସନାତନ ବିଶ୍ୱାଳ ଦୀପକ ଭୋଇ ନିରଂଜନ ବାରିକ ବୁଦ୍ଧିଆ ବିଶ୍ୱାଳ ବିଟୁ ଦାସ ସୁରେନ୍ଦ୍ର ପଢି ଚମ୍ପକ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.