Home ଜିଲ୍ଲା ପରିକ୍ରମା ଶହୀଦନଗର ପିଏମ୍‌ଶ୍ରୀ ନୋଡ଼ାଲ ଉଚ୍ଚବିଦ୍ୟାଳୟରେ ବିଦ୍ୟାଳୟ ସ୍ତରିୟ ଉତ୍ସବ

ଶହୀଦନଗର ପିଏମ୍‌ଶ୍ରୀ ନୋଡ଼ାଲ ଉଚ୍ଚବିଦ୍ୟାଳୟରେ ବିଦ୍ୟାଳୟ ସ୍ତରିୟ ଉତ୍ସବ

0

ଭଦ୍ରକ, ୧୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର,ପି ଏମ ଶ୍ରୀ ନୋଡାଲ ଉଚ୍ଚବିଦ୍ୟାଳୟ ଶହୀଦନଗର ଠାରେ ବିଦ୍ୟାଳୟ ସ୍ତରିୟ ଉତ୍ସବ ଆୟୋଜିତ ହୋଇଯାଇଛି । ଏହି ଉତ୍ସବରେ ବ୍ଲକ ସ୍ତରିୟ ଅତିଥି ମାନେ ଯୋଗ ଦେଇ ବିଦ୍ୟାଳୟ ତଥା ଛାତ୍ର ଛାତ୍ରୀ ମାନଙ୍କର ଲୁକାୟିତ ପ୍ରତିଭା ର ବିକାଶ କରିବା ସହ ୨୦୩୬ କୁ ବିକଶିତ ଭାରତ ସ୍ଲୋଗାନ କୁ ସାକାର କରିବା ପାଇଁ ଅତିଥି ମାନେ ବକ୍ତବ୍ୟ ରଖିଥିଲେ । ଏବଂ ଶହୀଦନଗର ସ୍କୁଲକୁ ଜିଲ୍ଲାର ଏକ ନମ୍ବର ସ୍କୁଲରେ ପରିଣତ କରିବାପାଇଁ ଅତିଥି ମାନେ ମତ ପ୍ରକାଶ କରିଥିଲେ । ଏହି ଉତ୍ସବରେ ଧାମନଗର ବ୍ଲକ ବିଡ଼ିଓ ବନବିହାରି ଧିନ୍ଦା ତହସିଲଦାର ସାଇଶ୍ରୀ ସେଠି, ବିଧାୟକଙ୍କ ପ୍ରତିନିଧି ଅସୋକ ପୁହାଣ, ଶହୀଦ୍ ମଣ୍ଡଳ ସଭାପତି ରାଜେନ୍ଦ୍ର ସାହୁ, କଟସାହି ପଂଚାୟତର ପୂର୍ବତନ ସରପଂଚ ରଘୁନାଥ ଲେଙ୍କା, ଶ୍ରୀକାନ୍ତ ନାୟକ, ଖପରପଦା ପୂର୍ବତନ ସରପଂଚ ଗୟାଧର ନାୟକ, ସମାଜସେବି ଦେବାସିସ୍ ନାୟକ, ଶହୀଦନଗର ହାଇସ୍କୁଲର ଉଦ୍ୟକ୍ତା ତଥା ପୂର୍ବତନ କିରାଣୀ ନାରାୟଣ ପଣ୍ଡା ବିଭିନ୍ନ ବିସୟରେ ଆଲୋକପାତ କରିବାସହ ବିଗତ ଦୀନର ସ୍କୁଲ ଏବଂ ଏବେକାର ଶହୀଦନଗର ସ୍କୁଲ ବିସୟରେ ମତବ୍ୟକ୍ତ କରିଥିଲେ । ଶହୀଦନଗର ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରିୟତମା ପାଣିଗ୍ରାହୀ ଅତିଥି ମାନଙ୍କୁ ଶ୍ୱାଗତ କରିବାସହ ଶହୀଦନଗର ହାଇସ୍କୁଲକୁ ଏକ ବିକଶିତ ସ୍କୁଲରେ ପରିଣତ କରିବାପାଇଁ ସ୍ୱାଗତ ଭାସଣ ରଖିଥିଲେ । ଏଥିସହ ପିଲାମନଙ୍କର ବାଣିଜ୍ୟ କାରବାର ଅତିଥି ମାନଙ୍କର ମନ ବିମୋହିତ କରିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.