Home ଜିଲ୍ଲା ପରିକ୍ରମା ଭଦ୍ରକ: ମୋଷ୍ଟ ୱାଣ୍ଟେଡ ଗୋ ମାଫିଆ ରାଜନ ଘରେ ଚଢ଼ାଉ ୪ ଜିଲ୍ଲାର ୪୬ ସ୍ଥାନରେ...

ଭଦ୍ରକ: ମୋଷ୍ଟ ୱାଣ୍ଟେଡ ଗୋ ମାଫିଆ ରାଜନ ଘରେ ଚଢ଼ାଉ ୪ ଜିଲ୍ଲାର ୪୬ ସ୍ଥାନରେ ପୋଲିସର ଚଢାଉ, ରାଜନ ଘରୁ ମିଳିଲାଣି ୭୦ ଲକ୍ଷ ଟଙ୍କା ଓ ପୁଳାପୁଳା ସୁନା-ରୂପା

15

ଭଦ୍ରକ, ୧୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମଗ୍ର ରାଜ୍ୟରେ ଭଦ୍ରକ ସହରର ପୁରୁଣା ବଜାର ନିବାସୀ କୁଖ୍ୟାତ ଗୋ ମାଫିଆ ସେକ ରାଜନ ଓରଫ ସେକ ତାଜ ଉଦ୍ଦିନର ଘର ସମେତ ଆଜି କେନ୍ଦୁଝର ଏସପି ଙ୍କ ନିର୍ଦେଶରେ ଚାରୋଟି ଜିଲ୍ଲାରେ ଗୋତସ୍କରୀ ଲିଙ୍କରେ ସେଠାକାର ପୋଲିସ ସ୍ଥାନୀୟ ପୋଲିସ ସହାୟତାରେ ଚଢ଼ାଉ ଚଢ଼ାଉ କରିଛି।ଭଦ୍ରକ, କେନ୍ଦୁଝର, ଯାଜପୁର ଏବଂ ମୟୁରଭଞ୍ଜର ୪୬ଟି ସ୍ଥାନରେ କେନ୍ଦୁଝର ପୋଲିସ ଚଢ଼ାଉ କରୁଛି । କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ଅନ୍ତର୍ଗତ ସାନ୍ତରାପୁର, କାଳିଆହାତା, ତେଲକୋଇ, ଘସିପୁରା, ତୁରୁମୁଙ୍ଗା ଏବଂ ଜାମୁଜୋଡି; ମୟୂରଭଞ୍ଜ ଜିଲ୍ଲାର ବିଶୋଇ, କରଞ୍ଜିଆ, ଝାରପୋଖରିଆ, ତେଣ୍ଟୋପୋଶି, ଚଢେଇଭୋଳ, କେନ୍ଦ୍ରେଇ ଏବଂ ଠାକୁରମୁଣ୍ଡା; ଯାଜପୁର ଜିଲ୍ଲାର କୋରେଇ ଏବଂ ଭଦ୍ରକ ଜିଲ୍ଲାରେ ଚଢ଼ାଉ ଚାଲିଛି। ଏହି ବ୍ୟାପକ ଅଭିଯାନର ନେତୃତ୍ୱ ଦୁଇଜଣ ଅତିରିକ୍ତ ପୋଲିସ ଏସ୍ ପି ନେଉଛନ୍ତି। ଚଢାଉ ଟିମ୍ ରେ ୫ ଜଣ ଡିଏସପି, ୨୫ ଜଣ ଇନ୍ସପେକ୍ଟର, ୩୬ ଜଣ ଏସଆଇ ଏବଂ ଏ ଏସ ଆଇ ସାମିଲ ଅଛନ୍ତି । ୧୮ ପ୍ଲାଟୁନ ପୋଲିସ ଫୋର୍ସ ସହାୟତାରେ ଜୋରଦାର ଚଢାଉ ଅଭିଯାନ ଜାରି ରହିଛି। କେନ୍ଦୁଝର ପୋଲିସର ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଥିବା ରାଜନ ନାମରେ ବିଭିନ୍ନ ଥାନାରେ ମାମଲା ରହିଛି।ବର୍ତ୍ତମାନ ସୁଦ୍ଧା ରାଜନ ଘରୁ ୭୦ ଲକ୍ଷ ଟଙ୍କା , ସୁନା ଗହଣା, ଭଦ୍ରକ ବାଇପାସ ରେ ଥିବା କସମୋ ସପିଙ୍ଗ ମଲ୍ ଏବଂ ଏକାଧିକ ଗାଡ଼ି ଠାବ କରାଯାଇଛି।ଏବେ ତାର ଏକାଧିକ କୋଠା ର ମୂଲ୍ୟ ବିଭାଗୀୟ ଜେଇ ଙ୍କ ଦ୍ୱାରା ମାପଚୁପ କରାଯାଉଛି ବୋଲି ଗଣମାଧ୍ୟମକୁ କହିଛନ୍ତି କେନ୍ଦୁଝର ସଦର ଥାନା ଅଧିକାରୀ ଶ୍ରୀକାନ୍ତ ସାହୁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.