ଭଦ୍ରକ, ୧୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମା’ ଦପାନାୟକାଣୀ କ୍ଲବ ଆନୁକୁଲ୍ୟରେ ଭଟ୍ଟସାହି ପଂଚାୟତର ଫଳପୁର ଠାରେ ଆୟୋଜିତ ହୋଇଥିବା ‘ରାଜା ସ୍ମାରକୀ କ୍ରିକେଟ ଟୁର୍ଣ୍ଣମେଂଟ’ ଶୁକ୍ରବାର ସଫଳତାର ସହ ସମାପ୍ତ ହୋଇଛି। ଏହି ଟୁର୍ଣ୍ଣମେଂଟର ଗ୍ରାଣ୍ଡ ଫାଇନାଲରେ ସୋର ୟୁନାଇଟେଡ ଦଳ ଚମତ୍କାର ପ୍ରଦର୍ଶନ କରି ଚଳିତ ବର୍ଷର ଟ୍ରଫି ହାତେଇଛି।ଆଜିର ଏହି ହାଇ-ଭୋଲଟେଜ ଫାଇନାଲ ମ୍ୟାଚ୍ ସୂର୍ଯ୍ୟଶୀଖା ଭଦ୍ରକ ଏବଂ ସୋର ୟୁନାଇଟେଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଉଭୟ ଦଳକୁ ୨୦ ଓଭର ଲେଖାଏଁ ଖେଳିବାକୁ ସୁଯୋଗ ମିଳିଥିବା ବେଳେ ସୋର ୟୁନାଇଟେଡ ୧୩୯ ରନ କରି ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଖେଳରେ ଉଚ୍ଚକୋଟୀର ବ୍ୟାଟିଂ ପ୍ରଦର୍ଶନ ପାଇଁ ଦିଲୀପ ଦାସଙ୍କୁ ‘ମ୍ୟାନ ଅଫ୍ ଦି ମ୍ୟାଚ୍’ ଏବଂ ସମ୍ପୂର୍ଣ୍ଣ ଟୁର୍ଣ୍ଣମେଂଟରେ ଉତମ ପ୍ରଦର୍ଶନ ପାଇଁ ସଭଲିନି ମଲିକ ଙ୍କୁ ‘ମ୍ୟାନ ଅଫ୍ ଦି ସିରିଜ’ ସମ୍ମାନରେ ସମ୍ମାନିତ କରାଯାଇଛି।ଏହି ଉଦଯାପନୀ ଉତ୍ସବରେ ସାମ୍ବାଦିକ ପ୍ରଦୀପ କୁମାର ମହାପାତ୍ର ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ଧୁଶୁରୀ ଥାନା ଅଧିକାରୀ ଅଜୟ ସୁଦର୍ଶନ ବାଗେ, ମୁଖ୍ୟ ବକ୍ତା ଭାବେ ସରପଂଚ ସୀତାକାନ୍ତ ମିଶ୍ର ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସମାଜସେବୀ କ୍ଷୀରୋଦ ମହାନ୍ତି, କେଦାର ମହାନ୍ତି ଏବଂ ୱାର୍ଡ ମେମ୍ବର ମନୋଜ ମହାନ୍ତି ଉପସ୍ଥିତ ରହି ଖେଳାଳିମାନଙ୍କୁ ପୁରସ୍କାର ବିତରଣ କରିଥିଲେ।ସୂଚନାଯୋଗ୍ୟ ଯେ, ଅଂଚଳର ଜଣେ ପ୍ରତିଭାବାନ ଉଦୀୟମାନ ଖେଳାଳି ରାଜା ମହାନ୍ତିଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ତାଙ୍କରି ସ୍ମୃତିକୁ ଅମର କରି ରଖିବା ପାଇଁ କ୍ଲବ ପକ୍ଷରୁ ପ୍ରତିବର୍ଷ ଏହି କ୍ରିକେଟ ଟୁର୍ଣ୍ଣମେଂଟର ଆୟୋଜନ କରାଯାଉଛି। ଏହି ଖେଳକୁ ଦେଖିବା ପାଇଁ ସ୍ଥାନୀୟ ଅଂଚଳର କ୍ରୀଡ଼ା ପ୍ରେମୀଙ୍କ ଭିଡ଼ ଜମିଥିଲା।








