Home ଜିଲ୍ଲା ପରିକ୍ରମା କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଓ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଭଦ୍ରକ ଜିଲା...

କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଓ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଭଦ୍ରକ ଜିଲା ପ୍ରଶାସନଙ୍କୁ ଦାବିପତ୍ର

2

ଭଦ୍ରକ, ୧୬ା୧ – ଭଦ୍ରକ ଜିଲ୍ଲାର ସମସ୍ତ ପଂଚାୟତରେ ସରକାରୀ ଧାନ କ୍ରୟ ମଣ୍ଡି ଖୋଲି ସମସ୍ତ ଚାଷୀ ଓ ଭାଗଚାଷୀ ମାନଙ୍କ ଠାରୁ ସରକାରଙ୍କ ଘୋଷିତ ମୂଲ୍ୟରେ ଧାନ କ୍ରୟ କରିବା, ଧାନ କିଣାରେ ଟୋକନ ପ୍ରହସନ ବଂଦ କରିବା, ସମସ୍ତ ଚାଷୀ ମାନଙ୍କ କୃଷିଋଣ ଓ ମହାଜନୀ ଋଣ ଛାଡ କରିବା, ଭିବିଜିରାମଜି ଆଇନ-୨୦୨୫ ବାତିଲ କରି ପୂର୍ବପରି ଏମ୍‌ଏନ୍‌ଆରଇଜିଏସ୍ କୁ କାର୍ଯ୍ୟକାରୀ କରିବା, ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ବାତିଲ କରିବା, ସରକାରୀ କଳକାରଖାନା ବିକ୍ରି ବଂଦ କରିବା, ଜନବିରୋଧି ବିଦ୍ୟୁତ୍ ସଂଶୋଧନ ବିଲ ପ୍ରତ୍ୟାହାର କରିବା, କୃଷକ ବିରୋଧୀ ବିହନ ବିଲ୍‌-୨୦୨୫ ପ୍ରତ୍ୟାହାର କରିବା ଆଦି ଦାବି ନେଇ ସଂଯୁକ୍ତ କୃଷକ ମୋର୍ଚ୍ଚା, କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ମିଳିତ ମଂଚ, କ୍ଷେତମଜଦୂର ୟୁନିୟନ ମିଳିତ ମଂଚ ପକ୍ଷରୁ ମିଳିତ ଭାବେ ଏକ ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଭଦ୍ରକ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏହି ପ୍ରତିନିଧି ଦଳରେ ଓଡିଶା କୃଷକ ସଭା ରାଜ୍ୟ ଯୁଗ୍ମ ସଂପାଦକ ବିକାଶ ନାଥ, ଓଡିଶା କୃଷକ ସଭା ଜିଲ୍ଲା ସଭାପତି ଚନ୍ଦ୍ରଶେଖର ନାୟକ, ସିଆଇଟିୟୁ ଜିଲ୍ଲା ସଭାପତି ଦିବ୍ୟସିଂହ ନାୟକ, ସିଆଇଟିୟୁ ଜିଲ୍ଲା ସଂପାଦକ କାଳନ୍ଦୀ ପାତ୍ର, ଓଡିଶା କ୍ଷେତମଜଦୂର ୟୁନିୟନ ଜିଲ୍ଲା ସଭାପତି ପ୍ରଫୁଲ୍ଲ ପାଢୀ, ଓଡିଶା କ୍ଷେତମଜଦୂର ୟୁନିୟନ ଜିଲ୍ଲା ସଂପାଦକ ଗିରିଧାରୀ ନାଥ, ପ୍ରଫେସର ଡ ପ୍ରହଲ୍ଲାଦ ପତି, କ୍ଷେତମଜଦୂର ୟୁନିୟନ ଭଦ୍ରକ ବ୍ଲକ ସଭାପତି ସୁରେନ୍ଦ୍ର ଦାସ, ବରପଦା ଇଞ୍ଜିନିୟରିଂ କଲେଜ କର୍ମଚାରୀ ନେତା ବିଜୟ ରାଉତ ପ୍ରମୁଖ ସାମିଲ ହୋଇ ଦାବିଗୁଡିକୁ ପୂରଣ ଦିଗରେ ଆଲୋଚନା କରିଥିଲେ । ଦାବିପୂରଣ ନହେଲେ ଆଗାମୀ ଫେବୃଆରୀ ୧୨ ସର୍ବଭାରତୀୟ ସାଧାରଣ ଧର୍ମଘଟ ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲା ବଂଦ ରହିବ ବୋଲି ଆନ୍ଦୋଳନକାରୀ ନେତୃତ୍ୱ ଚେତାବନୀ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.