Home ଜିଲ୍ଲା ପରିକ୍ରମା ବୈରାଗୀ ଚରଣ ଘଡାଇ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟ,ଉଦଘାଟନୀ ମ୍ୟାଚରେ ରୟାଲ-୧୧ ବାଲେଶ୍ୱର ବିଜୟୀ

ବୈରାଗୀ ଚରଣ ଘଡାଇ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟ,ଉଦଘାଟନୀ ମ୍ୟାଚରେ ରୟାଲ-୧୧ ବାଲେଶ୍ୱର ବିଜୟୀ

9

ଭଦ୍ରକ, ୧୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ରାଧାବଲ୍ଲଭପୁର ପଂଚାୟତର ହନୁମାନ ପଡ଼ିଆରେ ପୂର୍ବତନ ସରପଞ୍ଚ ସ୍ୱର୍ଗତ ବୈରାଗୀ ଚରଣ ଘଡାଇ ଙ୍କ ସ୍ମୃତିରେ ବୈରାଗୀ ଚରଣ ଘଡାଇ ମେମୋରିଆଲ ଆନ୍ତଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଂଟ ଗୁରୁବାର ଉଦଘାଟିତ ହୋଇଛି। ଉଦଘାଟନୀ ଉତ୍ସବରେ ସରପଂଚ ପ୍ରୀତମ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ, ପୂର୍ବତନ ସରପଂଚ ବିଶ୍ୱରଂଜନ ଘଡ଼ାଇ ଓ ସମିତି ସଭ୍ୟ ସୂର୍ଯ୍ୟକାନ୍ତ ନାୟକ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ଟୁର୍ଣ୍ଣାମେଂଟର ଶୁଭାରମ୍ଭ କରିଥିଲେ। ଉଦଘାଟନୀ ମ୍ୟାଚରେ ମା’ ମନ୍ତ୍ରବାସିନୀ କ୍ରିକେଟ ଦଳ ଧାମନଗର ଓ ରୟାଲ -୧୧ ମାର୍କଣା(ବାଲେଶ୍ୱର) ମଧ୍ୟରେ ମୁକାବିଲା ହୋଇଥିଲା। ଟସ୍ ଜିତି ରୟାଲ -୧୧ ପ୍ରଥମେ ବ୍ୟାଟିଙ୍ଗ କରି ୧୫ ଓଭର ରେ ୧୧୭ ରନ ସଂଗ୍ରହ କରିଥିଲା। ଜବାବରେ ଧାମନଗର ଦଳ ୧୪.୩ ଓଭର ରେ ସମସ୍ତ ଉଇକେଟ ହରାଇ ୧୧୦ ରନ ରେ ସୀମିତ ହୋଇ ପରାଜୟ ବରଣ କରିଥିଲା। ରୟାଲ -୧୧ ମ୍ୟାଚଟି ଜିତିଥିଲା। ଏହି ଟୁର୍ଣ୍ଣାମେଂଟରେ ମୋଟ ୧୬ ଟି ଦଳ ଅଂଶଗ୍ରହଣ କରୁଥିବା ବେଳେ, ଆଗ କ୍ୱାର୍ଟର ଫାଇନାଲ ମ୍ୟାଚ ଗୁଡ଼ିକ ଖେଳାଯିବ। ଟୁର୍ଣ୍ଣାମେଂଟଟି ବଜରଙ୍ଗବାଲି କ୍ରିକେଟ କ୍ଲବ ପକ୍ଷରୁ ଆୟୋଜିତ ହୋଇଛି। ମ୍ୟାଚରେ ବବୁଲ ପଣ୍ଡା ଓ ଶ୍ରୀତମ ଦାସ ଆମ୍ପାୟର ଥିବା ବେଳେ, ଶୁଭ ରଞ୍ଜନ ମେକାପ ଧାରା ବିବରଣୀ ପ୍ରଦାନ କରିଥିଲେ। ସତ୍ୟପ୍ରକାଶ ବାହିନୀପତି ଓ ପ୍ରଭାସ ସାହୁ ସ୍କୋର ର ଭାବେ କାର୍ଯ୍ୟ କରିଥିଲେ। ରଞ୍ଜନ ସାହୁ, ସନ୍ତୋଷ ସାହୁ, କାବୁଲି ପଲାଇ ସହ ଅନ୍ୟ ସଦସ୍ୟମାନେ ଟୁର୍ଣ୍ଣାମେଂଟରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.