ଭଦ୍ରକ, ୧୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକ୍ ଅନ୍ତର୍ଗତ ବୈତରଣୀ ନଦୀର ବାରିକ ମିସ୍ତ୍ରୀ ବନ୍ଧ ପାଶ୍ୱର୍ସ୍ଥ ପାଖାପାଖି ୧ କିମି ଦୂରରେ ଥିବା ଝୁଟୁଣା ଗ୍ରାମପଂଚାୟତର ଦାଦେଶ୍ୱର ଗାଁରେ ଏକ ପୋଲ ନିର୍ମାଣକୁ ନେଇ ବିବାଦ ତେଜିଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରଥମେ ଏହି ପୋଲ ନିର୍ମାଣ ପାଇଁ (ବୈତରଣୀ ନଦୀବନ୍ଧରୁ ଝୁଟୁଣା ଭାୟା ଦାଦେଶ୍ୱର) ଗତ ୨୭.୧୧.୨୫ ରିଖ ଏସ୍ଏଲ୍ ନଂ ୬୩ ଚିଠିରେ ମଂଜୁର କରାଯାଇଥିଲା। ପରବର୍ତୀ ସମୟରେ ଏହି ବ୍ରିଜ୍ଟିର ସ୍ଥାନ ପରିବର୍ତନ କରି ନଦୀବନ୍ଧର ଅପରପାଶ୍ୱର୍ ୫୦ ମିଟର ତଳକୁ ତେସିଙ୍ଗା ପଂଚାୟତ ବନସ୍ତା ଗାଁରେ ସଂପୃକ୍ତ ପୋଲ ନିର୍ମାଣ କରାଯିବା ପାଇଁ ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଥିବାର ଦାଦେଶ୍ୱର ଗ୍ରାମବାସୀଙ୍କ ପକ୍ଷରୁ ଆଜି ଜିଲାପାଳଙ୍କ ଠାରେ ଅଭିଯୋଗ କରାଯାଇଛି। ଏହି ଗାଁର ବହୁ ମହିଳା ଓ ପୁରୁଷ ଜିଲାପାଳଙ୍କୁ ଦେଇଥିବା ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି ଯେ ବୈତରଣୀ ନଦୀବନ୍ଧରୁ ଦାଦେଶ୍ୱର ଗାଁକୁ ଯାଇଥିବା ରାସ୍ତାରେ ପୋଲଟିଏ ନଥିବାରୁ ଗ୍ରାମବାସୀମାନେ ବନ୍ୟା ସମୟରେ ନାନା ଦୁର୍ଦ୍ଦଶା ଭୋଗିବା ସହ ଜରୁରୀ କାଳୀନ ସେବାରୁ ବଂଚିତ ହୋଇଆସୁଛନ୍ତି। ଗ୍ରାମବାସୀଙ୍କ ତରଫରୁ ସାଂସଦ ଓ ବିଧାୟକଙ୍କୁ ବାରମ୍ବାର ଅନୁରୋଧ କରିବା ପରେ ଏହି ପୋଲଟିର ନିର୍ମାଣ କାର୍ଯ୍ୟ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସ୍ୱୀକୃତି ପ୍ରଦାନ କରାଯାଇଥିଲା। ପରେ କେତେକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଚାପରେ ବିଭାଗୀୟ କର୍ତୃପକ୍ଷ ତେସିଙ୍ଗା ପଂଚାୟତ ବନସ୍ତା ଗାଁରେ ପୋଲ ନିର୍ମାଣ ପାଇଁ ମସୁଧା ଚଳାଇଥିବାର ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ବୈତରଣୀ ନଦୀବନ୍ଧର ଅପରପାଶ୍ୱର୍ରେ ଥିବା ବଡବନସ୍ତା ତାରିଣୀ ମନ୍ଦିରକୁ ପୋଲଟି ସଂଯୋଗ କରିବା ଆଳରେ ବୈତରଣୀ ନଦୀରୁ ବେଆଇନ୍ ଭାବେ ବାଲି ଉଠାଇବା ପାଇଁ ଏଭଳି ନିଷ୍ପତି ନିଆଯାଇଥିବାର ଦାଦେଶ୍ୱର ଗ୍ରାମବାସୀମାନେ ଲିଖିତ ପତ୍ରରେ ଜିଲାପାଳଙ୍କୁ ଦର୍ଶାଇଛନ୍ତି। ଏହାବ୍ୟତୀତ ସଂପୃକ୍ତ ସ୍ଥାନରେ ପୋଲ ନିର୍ମିତ ହେଲେ ଦାଦେଶ୍ୱର ଗ୍ରାମର ମହିଳା ଓ ପିଲାମାନେ ବଣଜଂଗଲ ଦେଇ ଯିବାକୁ ପଡିବ। ଏଥିପାଇଁ ଏହି ପୋଲ ନିର୍ମାଣ କାର୍ଯ୍ୟରେ ପ୍ରଶାସନ ବିଧିବଦ୍ଧ ତଦନ୍ତ କରି ଗ୍ରାମବାସୀଙ୍କୁ ଉପଯୁକ୍ତ ନ୍ୟାୟ ଦେବାପାଇଁ ସରପଂଚ ବାସନ୍ତୀ ଜେନା, ସମିତିସଭ୍ୟ ଦୀପ୍ତିରଂଜନ ରାଉତ, ସନ୍ତୋଷ ବେହେରା, ପ୍ରଶାନ୍ତ କୁମାର ବେହେରା, ସ୍ନେହମୟୀ ରାଉତ, ସୁଭଦ୍ରା ଧଳ, ହରପ୍ରିୟା ଧଳ, ମଂଜୁଲତା ଧଳ, ଲତିକା ବାରିକ ପ୍ରମୁଖ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।








