ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ବାରିକପୁର ସରକାରୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ସସ୍ମିତା ପଣ୍ଡା ଜାତୀୟ ସାଇକେଲ୍ ଚାଳଣା ପ୍ରତିଯୋଗିତାରେ ରୌପ୍ୟ ପଦକ ଜିଣି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ସ୍କୁଲ ଗେମସ୍ ଫେଡେରେସନ୍ ଅଫ୍ ଇଣ୍ଡିଆ ଆନୁକୂଲ୍ୟରେ ଝାଡଖଣ୍ଡର ରାଂଚି ଠାରେ ଗତ ୧୩ ତାରିଖ ଠାରୁ ଅନୁଷ୍ଠିତ ଏହି ଜାତୀୟ ପ୍ରତିଯୋଗିତାରେ ସସ୍ମିତା ବାରିକପୁର ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଜିତେନ୍ଦ୍ର ସାହୁ, କୋଚ୍ ସୁବାଷ ଗୋଚ୍ଛାୟତ, ଗୋପୀନାଥ ପଣ୍ଡା, ପରିଚାଳକ ସନତ ଲକ୍ଷ୍ମୀ ନାୟକ ଓ ରବିନାରାୟଣ ମହାନ୍ତିଙ୍କ ତତ୍ୱାବଧାନରେ ଏଭଳି କୃତିତ୍ୱ ହାସଲ କରିଥିବାରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ମଲ୍ଲିକ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।







