Home ଜିଲ୍ଲା ପରିକ୍ରମା ଧନ୍ୱନ୍ତରୀ ନଦୀ ଉପରେ ନୂତନ ସେତୁ ନିର୍ମାଣର ଶିଳାନ୍ୟାସ

ଧନ୍ୱନ୍ତରୀ ନଦୀ ଉପରେ ନୂତନ ସେତୁ ନିର୍ମାଣର ଶିଳାନ୍ୟାସ

2

ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ନିର୍ବାଚନୀ ମଣ୍ଡଳୀ ଅଧିନସ୍ଥ ସାବରଙ୍ଗ–ହରିପୁର ରାସ୍ତାର ଧନ୍ୱନ୍ତରୀ ନଦୀ ଉପରେ ନୂତନ ସେତୁ ନିର୍ମାଣର ଶିଳାନ୍ୟାସ କରିଛନ୍ତି ସ୍ଥାନୀୟ ବିଧାୟକ ସୀତାଂଶୁ ଶେଖର ମହାପାତ୍ର। ତିନି କୋଟି ସାତ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏହି ସେତୁର କାର୍ଯ୍ୟ ସମ୍ପୂର୍ଣ ହେଲେ ଏହା ସ୍ଥାନୀୟ ୪ ଗୋଟି ପଂଚାୟତ ବାସିନ୍ଦାଙ୍କ ଯାତାୟତ, ବ୍ୟବସାୟ ଓ ସାମଗ୍ରିକ ଉନ୍ନତିରେ ସହାୟକ ହେବ ବୋଲି ବିଧାୟକ ଶ୍ରୀ ମହାପାତ୍ର ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ୱଳନ ସହ ଫିତା କାଟି ଶିଳାନ୍ୟାସ କରିବା ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନୀ ମାଧ୍ୟମରେ କହିଛନ୍ତି। ଏଥି ଉପଲକ୍ଷେ ଆୟୋଜିତ ସଭାରେ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ, ଗୋରା ମାଟି ପଞ୍ଚାୟତର ସରପଞ୍ଚ ଭାଗ୍ୟବତୀ ମହାକୁଡ଼ଙ୍କ ସମେତ ବହୁ ବିଜେପି କର୍ମୀଙ୍କ ସମାଗମ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.