ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କଟକର ବେଲଗଛିଆଠାରେ ସରସ୍ୱତୀ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟଠାରେ ଗତ ୯ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ସପ୍ତମ ରାଜ୍ୟ ସ୍ତରୀୟ ‘ଜୁଡୋ’ ସେମିନାର ଅନୁଷ୍ଠିତ ହୋଇଯାଇଛି।ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୧୫୦ ପ୍ରତିଯୋଗୀ ଅଂଶ ଗ୍ରହଣ କରି ପ୍ରଶିକ୍ଷଣରେ ଅଂଶ ଗ୍ରହଣ କରିଥିଲେ।ଭଣ୍ଡାରିପୋଖରୀ ବ୍ଲକ ବାଲିପୋଖରୀ ମାନ୍ତପୁରର ବୁଦ୍ଧାଦିତ୍ୟ ସ୍ୱାଇଁ ଏଥିରେ କୃତିତ୍ୱ ପ୍ରଦର୍ଶନ କରି ବ୍ଲାକବେଲ୍ଟ ହାସଲ କରିଛନ୍ତି। ଜୁଡୋ ଇଂଟରନେସନାଲ ଫେଡରସନର ମୁଖ୍ୟ ସୋସିହାନ ମେହୁଲ ଭୋରା ବୁଦ୍ଧାଦିତ୍ୟଙ୍କୁ ବ୍ଲାକବେଲ୍ଟ ପ୍ରଦାନ କରିଥିଲେ।







