Home ଜିଲ୍ଲା ପରିକ୍ରମା ରାଷ୍ଟ୍ରୀୟ ଯୁବ ଦିବସ ଉପଲକ୍ଷେ ଏବିଭିପି ପକ୍ଷରୁ ଆଲୋଚନା ଚକ୍ର

ରାଷ୍ଟ୍ରୀୟ ଯୁବ ଦିବସ ଉପଲକ୍ଷେ ଏବିଭିପି ପକ୍ଷରୁ ଆଲୋଚନା ଚକ୍ର

2

ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଠାରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପର୍ଯ୍ୟନ୍ତ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ରାଷ୍ଟ୍ରୀୟ ସ୍ତରରେ ରାଷ୍ଟ୍ରୀୟ ଯୁବ ସପ୍ତାହ ଦିବସ ପାଳନ କରିଥାଏ। ଏହିକ୍ରମରେ ଆଜି ଏବିଭିପି, ଭଦ୍ରକ ନଗର ପକ୍ଷରୁ ଏକ ଆଲୋଚନା ଚକ୍ର ସ୍ଥାନୀୟ ସୀତାରାମ କଲ୍ୟାଣ ମଣ୍ଡପ ପରିସରରେ ପାଳିତ ହୋଇଯାଇଛି। ଅନୁଷ୍ଠିତ ଆଲୋଚନା ଚକ୍ରରେ ଏବିଭିପି ଓଡ଼ିଶା ପୂର୍ବ ପ୍ରାନ୍ତର ଛାତ୍ରୀ ପ୍ରମୁଖ ଆଶା ରାଣୀ ଜେନା ଉପସ୍ଥିତ ରହି ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ ଉପରେ ନିଜର ବିଷୟ ରଖିବା ସହ ଛାତ୍ର ସମାଜ ସ୍ୱାମୀଜୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ରାଷ୍ଟ୍ର ସେବାକୁ ନିଜର ବ୍ରତୀ ବୋଲି ସଂକଳ୍ପ ନେବାକୁ ଆହ୍ୱାନ କରିଥିଲେ। ଆଗାମୀ ଏକ ସପ୍ତାହ ପର୍ଯ୍ୟନ୍ତ ପରିଷଦ ପକ୍ଷରୁ ଅନେକ ପ୍ରକାର ସାମାଜିକ ସେବା କାର୍ଯ୍ୟ କରାଯିବ ବୋଲି ଜିଲ୍ଲା ସଂଯୋଜକ ତଥା ରାଜ୍ୟ ଗଣମାଧ୍ୟମ ସହ ସଂଯୋଜକ ଓଁକାର ମହାନ୍ତି କହିଥିଲେ।ଅନ୍ୟମାନଙ୍କ ମଧ୍ୟରେ ପ୍ରାନ୍ତ ସହ ସମ୍ପାଦକ ଅଭିଳାଷ ତ୍ରିପାଠୀ, ଜିଲ୍ଲା ପ୍ରମୁଖ ସ୍ୱାଧୀନ ସୁନ୍ଦର ଦାସ, ନଗର ସମ୍ପାଦକ କାହ୍ନା ଜେନା ମଂଚାସିନ ଥିଲେ। ରାଷ୍ଟ୍ରୀୟ ଯୁବ ଦିବସ ସମ୍ପର୍କରେ ଖେଲୋ ଭାରତ ପ୍ରାନ୍ତ ସହ ସଂଯୋଜକ ଆୟୁଷ ପାଣିଗ୍ରାହୀ, ଫାର୍ମା ଭିଜନ ପ୍ରାନ୍ତ ସହ ସଂଯୋଜକ ସତ୍ୟ ବ୍ରତ ପଣ୍ଡା, ସୋସିଆଲ ମିଡ଼ିଆ ପ୍ରାନ୍ତ ସହ ସଂଯୋଜକ ଦେବୀ ପ୍ରସାଦ ଦାଶ, ଏସଏଫଡି ପ୍ରାନ୍ତ ସହ ସଂଯୋଜକ ଗୌରାଙ୍ଗ ବଳ, ରାଷ୍ଟ୍ରୀୟ କଳା ମଂଚ ପ୍ରାନ୍ତ ସହ ସଂଯୋଜିକା ଗୌତମୀ ପାଢ଼ୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୋପୀ କ୍ରୀଷ୍ଣା ବାରିକ, ପୁଷ୍ପାଞ୍ଜଳି ଘଡ଼େଇ ଏବଂ ହିମାଂଶୁ ମହାରଣା, ରାଜଲକ୍ଷ୍ମୀ ଜେନା, ଏବଂ ବିଭୂତି ଭୂଷଣ ନାୟକ ନିଜର ବିଷୟ ରଖିଥିଲେ। ଶୁଭମ୍ ରାଉତ, ମନୋରଞ୍ଜନ ମହାନ୍ତି, ରଞ୍ଜୁଲତା ପୁଟିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.