ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ସନ୍ଧ୍ୟାରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ନଳିନୀ କାନ୍ତ ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭଦ୍ରକରେ ଥିବା ବିଭିନ୍ନ ସମସ୍ୟା ନେଇ ଜିଲାପାଳଙ୍କୁ ସାକ୍ଷାତ୍ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ବିଶେଷକରି ଭଦ୍ରକ ଜିଲ୍ଲାରେ ଲାଗିଥିବା ହାଇମାକ୍ସ ସୋଲାର ଲାଇଟ୍ ଯୋଗାଣରେ ବ୍ୟାପକ ଦୁର୍ନିତି, ଭଦ୍ରକ ବିଧାନସଭା ଅନ୍ତର୍ଗତ ସହରାଂଚଳରେ ବେଆଇନ ଦେଶି ମଦ କାରବାର ବୃଦ୍ଧି, ଭଦ୍ରକ ବିଧାନସଭା ଅଂଚଳରେ ଏମ୍ଜିଏନଆରଇଜିଏ ଯୋଜନାରେ ମେସିନ୍ ଦ୍ୱାରା କାର୍ଯ୍ୟ, ଭଦ୍ରକ ସହରରେ ମୁଖ୍ୟ ରାସ୍ତାର ଉନ୍ନତିକରଣ ପାଇଁ ଆସିଥିବା କାର୍ଯ୍ୟର ଲାଗିଥିବ ଶୁଭାରମ୍ଭ ଫଳକରେ ଅସାମ୍ଭିଧାନିକ ଭାବେ ବିଜେପି ରାଜ୍ୟ ସଭାପତିଙ୍କ ନାମ ରହିବା, ରାନ୍ଦିଆରେ ଥିବା ବେଦାନ୍ତ ଫେକର ରାସ୍ତାରେ ପାଉଁଶ ଗାଡି ନେବା ଫଳରେ ପରିବେଶ ଦୂଷିତ ହେବା ଭଳି ସମସ୍ୟା ପ୍ରତି ଧ୍ୟାନଦେଇ ଜିଲା ପ୍ରଶାସନ ଏହାର ତୁରନ୍ତ ସମାଧାନ ଓ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଏ ସଂପର୍କରେ ଜିଲ୍ଲାପାଳ ଶ୍ରୀ ରାଉତରାଏ ସମସ୍ତ ଘଟଣାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିବାର ଜଣାପଡିଛି। ଆଜିର ଏହି ପ୍ରତିନିଧି ଦଳରେ ପୂର୍ବତନ କାର୍ଯ୍ୟକାରି ସଭାପତି ଦେବରୁପ୍ ମହାନ୍ତି,ଟାଉନ୍ ସଭାପତି ମୋକିତ୍ ଖାନ, ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ମହାନ୍ତି, ପୀତବାସ ଧଳ, ରାଜ୍ୟ ମହିଳା କଂଗ୍ରେସ ନେତ୍ରୀ ଅମିତା ବାଳା ଆଚାର୍ଯ୍ୟ,ଆରଜିପିଆରଏସ୍ ରାଜ୍ୟ ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ଦାସ, ଜିଲ୍ଲା ଦଳିତ ସେଲ ସଭାପତି ବିଦ୍ୟାଧର ଜେନା,ବନ୍ତ ବ୍ଲକ ସଭାପତି ରାଜକିଶୋର ସ୍ୱାଇଁ,ଜିଲ୍ଲା ଯୁବକଂଗ୍ରେସ କାର୍ଯ୍ୟକାରୀ ସଭାପତି ବଳରାମ ରାଉତ, ଦଳିତ ସେଲ ରାଜ୍ୟ ନେତା ରଂଜନ ଜେନା,ବିଜୟ ବାରିକ,ଭଦ୍ରକ ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଇଲ୍ଲିୟାସ ଖାନ, ଦୀନବନ୍ଧୁ ଦାସ,ଯୁବ ନେତା ପ୍ରକାଶ ପଣ୍ଡା,ତାହର ମହମ୍ମଦ ଖାନ, ଫେଂଟୁ ଆଲ୍ଲମ୍,ସବିର ଅଲ୍ଲି ପ୍ରମୁଖ ଉପସ୍ଥିତ ଥିଲେ ।







