Home ଜିଲ୍ଲା ପରିକ୍ରମା ଶିଶୁକନ୍ୟା ବିକ୍ରି ଅଭିଯୋଗ କଲେ ଜେଜେମା,ଅଭାବରୁ ଶିଶୁଟିକୁ ବିକ୍ରି କରିଥିବା ନେଇ ପିତା-ମାତାଙ୍କ ସ୍ୱୀକାରୋକ୍ତି

ଶିଶୁକନ୍ୟା ବିକ୍ରି ଅଭିଯୋଗ କଲେ ଜେଜେମା,ଅଭାବରୁ ଶିଶୁଟିକୁ ବିକ୍ରି କରିଥିବା ନେଇ ପିତା-ମାତାଙ୍କ ସ୍ୱୀକାରୋକ୍ତି

6

ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅଧୀନସ୍ଥ ବୟାବନାପୁର ଗ୍ରାମର ଜନୈକ ଦମ୍ପତି ନିଜର ଶିଶୁକନ୍ୟା ବିକ୍ରି କରିଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏ ସଂପର୍କରେ ଶିଶୁକନ୍ୟାଟିର ଜେଜେମା ସ୍ଥାନୀୟ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଦମ୍ପତିଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଥିବାର ଜଣାପଡିଛି। ଏ ସଂପର୍କରେ ଜେଜେମା ସାବିତ୍ରୀ ଦାସ ଥାନାରେ ଦେଇଥିବା ଏତଲା ମୂଳେ ଗତ ସୋମବାର ସକାଳ ୯.୩୦ ସମୟରେ ତାଙ୍କ ପୁତ୍ର ସିପୁ ଓ ବୋହୂ ରନିା ତାଙ୍କର ଏକମାତ୍ର ଶିଶୁକନ୍ୟାକୁ ନେଇ ଘରୁ ବାହାରି ଯାଇଥିଲେ। ସେହିଦିନ ରାତି ୮ଟା ସମୟରେ ପୁଅ-ବୋହୂ ଘରକୁ ଫେରିଥିବାବେଳେ ତାଙ୍କ ପାଖରେ ଶିଶୁକନ୍ୟାଟି ନଥିଲା। ଫଳରେ ସାବିତ୍ରୀ ନାତୁଣୀ ସଂପର୍କରେ ସେମାନଙ୍କୁ ପଚାରିବାରୁ ସେମାନେ ତାଙ୍କୁ ଗାଲିଗୁଲଜ କରି ମାଡ ମାରିବାକୁ ଧମକାଇଥିଲେ। ସାବିତ୍ରୀଙ୍କ ଘରେ ବୋହୂ ରିନାଙ୍କ ମା’ (ସମୁଦୁଣୀ) ରହୁଥିବାବେଳେ ସେମାନେ କନ୍ୟା ସନ୍ତାନ ଜନ୍ମ ହୋଇଥିବାରୁ ତାକୁ କୌଣସି ଜାଗାରେ ବିକ୍ରି କିମ୍ବା ମାରିଦେଇଥିବା ନେଇ ଜେଜେମା ସାବିତ୍ରୀ ସନ୍ଦେହ ପ୍ରକାଶ କରିଥିଲେ। ତାଙ୍କର ଏହି ଅଭିଯୋଗ ମୂଳେ ପୁଲିସ୍ ୧୭/୨୬ ମୂଳେ ଏକ ମାମଲା ରୁଜୁ କରି ଏକ ଟିମ୍ ଶିଶୁକନ୍ୟାଟିକୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରୁଥିବା ବିଷୟ ଥାନାଧିକାରିଣୀ ରାଜଲକ୍ଷ୍ମୀ ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଶିଶୁକନ୍ୟାର ପିତାମାତା ଅଭାବ ଜନିତ କାରଣରୁ ଋଣ ସୁଝିବା ପାଇଁ କନ୍ୟାଟିକୁ ବିକ୍ରି କରିଦେଇଛନ୍ତି ବୋଲି କହିଛନ୍ତି। ତେବେ ଏହି ଶିଶୁ ବିକ୍ରି ଘଟଣା ସ୍ଥାନୀୟ ଅଂଚଳରେ ପ୍ରଥମ ହୋଇଥିବାରୁ ସାଧାରଣରେ ଆଲୋଡନ ସୃଷ୍ଟି କରିଛି। ଏଣୁ ବୁଦ୍ଧିଜୀବୀ ମହଲରେ ଏ ଦିଗରେ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.