Home ଜିଲ୍ଲା ପରିକ୍ରମା ଶତାବ୍ଦୀର କଳାକାରଙ୍କ ପକ୍ଷରୁ ନାଟକ ‘ବକ୍ସି ଜଗବନ୍ଧୁ’ ପ୍ରଦର୍ଶିତ

ଶତାବ୍ଦୀର କଳାକାରଙ୍କ ପକ୍ଷରୁ ନାଟକ ‘ବକ୍ସି ଜଗବନ୍ଧୁ’ ପ୍ରଦର୍ଶିତ

1

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଏକ ଅଗ୍ରଣୀ ନାଟ୍ୟ ସଂଗଠନ ବିମଳା ନାଟ୍ୟ ସଂସଦ ସହଯୋଗରେ ଭୁବନେଶ୍ୱରସ୍ଥିତ ‘ଶତାବ୍ଦୀର କଳାକାର’ କଳାକାରଙ୍କ ପକ୍ଷରୁ ପୂର୍ବତନ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନଙ୍କ ରଚିତ ଦେଶାତ୍ମବୋଧକ ନାଟକ ବକ୍ସି ଜଗବନ୍ଧୁ ସ୍ଥାନୀୟ ସହୀଦ ସ୍ମୃତି ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ନାଟକଟିକୁ ଧିରେନ୍ଦ୍ର ନାଥ ମଲ୍ଲିକ ନିର୍ଦ୍ଦେଶନା ଦେଇଥିବାବେଳେ ଭଦ୍ରକ ଲୋକସଭା ସଦସ୍ୟ ଅଭିମନ୍ୟୁ ସେଠି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିଥିଲେ। ଏଥିରେ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ମୁଖ୍ୟ ଅତିଥୀ, ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ସମ୍ମାନିତ ଅତିଥି, ତ୍ୟାଗ ଭୂମି ସାଂସ୍କୃତିକ ସମ୍ମେଳନର ସଭାପତି ଅଜୟ ନାୟକ ବରେଣ୍ୟ ଅତିଥି ଭାବେ ଯୋଗଦାନ କରି ଭଦ୍ରକର ମାଟି କଳା ଓ ସଂକୃତିର ଏନ୍ତୁଡିଶାଳ ବୋଲି କହିଥିଲେ। ଏଥିରେ ଗାଳ୍ପିକ, ନାଟ୍ୟକାର ତଥା ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ବିଜୟ କୁମାର ଦାସ ସଭାପତିତ୍ୱ କରିଥିବାବେଳେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନର ଅଧିକାରୀ ବାଦଲ ସିକଦାର ଓ ସଂଗୀତ ନାଟକ ଏକାଡ଼େମୀର ପୁରସ୍କାରପ୍ରାପ୍ତ ଗୌରାଙ୍ଗ ଚନ୍ଦ୍ର ବାରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟ କଳାକାର ମାନଙ୍କ ମଧ୍ୟରେ ଅନୁଗ୍ରହ ଦୀକ୍ଷିତ, ବିଜୟ କୁମାର ବହଳି, ପ୍ରୋଦ୍ୟୋତନ ସୁଆର, ପ୍ରଫୁଲ ଦାସ, ନୃତ୍ୟ ଗୁରୁ ନାରାୟଣ ଚନ୍ଦ୍ର ସାହୁ,ଇଂ ଅଶୋକ ମହାନ୍ତି, ସୁମତି ପଣ୍ଡା, ମୀନତି ବାରିକ, ସନ୍ଧ୍ୟା ରାଣୀ ବେହେରା, ଆଶିଷ, ଜଡା, ଦୀପକ ସମେତ ବିମଳା ନାଟ୍ୟ ସଂସଦର ସଦସ୍ୟମାନେ ସହଯୋଗ କରିଥିଲେ। ଏହି ନାଟକଟିରେ ବକ୍ସି ଜଗବନ୍ଧୁ ଚରିତ୍ରଟି ଉଚକୋଟିର ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.