Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲାର ୧୧୬ ଜଣ ବରିଷ୍ଠ ନାଗରିକ ରାମେଶ୍ୱରମ–ମଦୁରାଇ ତୀର୍ଥ ଯାତ୍ରାରୁ ଫେରିଲେ

ଭଦ୍ରକ ଜିଲ୍ଲାର ୧୧୬ ଜଣ ବରିଷ୍ଠ ନାଗରିକ ରାମେଶ୍ୱରମ–ମଦୁରାଇ ତୀର୍ଥ ଯାତ୍ରାରୁ ଫେରିଲେ

10

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ୧୧୬ ଜଣ ବରିଷ୍ଟ ନାଗରିକ ରାମେଶ୍ୱରମ ଓ ମଦୁରାଇ ତୀର୍ଥ ଯାତ୍ରା ସଫଳତାର ସହିତ ସମାପ୍ତ କରି ଆଜି ସୁରକ୍ଷିତ ଭାବେ ଜିଲ୍ଲାକୁ ଫେରିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଯାତ୍ରୀମାନଙ୍କ ପାଇଁ ଆବଶ୍ୟକ ସମସ୍ତ ପ୍ରକାର ସୁବିଧା ଓ ବ୍ୟବସ୍ଥା କରାଯାଇଥିବାରୁ ସମଗ୍ର ଯାତ୍ରା ସୁସଂଘଟିତ, ସୁରକ୍ଷିତ ଓ ସୁଚାରୁ ଭାବେ ସମ୍ପନ୍ନ ହୋଇପାରିଛି। ଏହି ତୀର୍ଥ ଯାତ୍ରାରେ ୪ ଜଣ ଏସ୍କର୍ଟ ଅଫିସର ଡ଼ଃ ଭଗବାନ ବାରିକ, ପ୍ରକାଶ ସାହୁ, ସୌମ୍ୟଜିତ ସାହୁ ଓ ଶୋଭନ ପାଢି ଯାତ୍ରୀମାନଙ୍କ ସୁବିଧା, ସୁରକ୍ଷା ଓ ସମନ୍ୱୟର ଦାୟିତ୍ୱ ସଫଳତାର ସହିତ ପାଳନ କରିଥିଲେ।ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗଙ୍କ ସମନ୍ୱୟରେ ଏହି ରାମେଶ୍ୱରମ–ମଦୁରାଇ ତୀର୍ଥ ଯାତ୍ରା ସଫଳ ଭାବେ ସମ୍ପନ୍ନ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.