Home ଜିଲ୍ଲା ପରିକ୍ରମା ମହୋତ୍ସବ;ଐତିହ୍ୟ, ଇତିହାସ,ସଂସ୍କୃତି ଓ ପରମ୍ପରାକୁ ଉଜାଗର କରେ, ଦଶମ ଭଦ୍ରକ ସାଂସ୍କୃତିକ ମହୋତ୍ସବର ଉଦଯାପନୀ ସନ୍ଧ୍ୟା

ମହୋତ୍ସବ;ଐତିହ୍ୟ, ଇତିହାସ,ସଂସ୍କୃତି ଓ ପରମ୍ପରାକୁ ଉଜାଗର କରେ, ଦଶମ ଭଦ୍ରକ ସାଂସ୍କୃତିକ ମହୋତ୍ସବର ଉଦଯାପନୀ ସନ୍ଧ୍ୟା

13

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ମାଟି ହେଉଛି ସ୍ୱାଭିମାନର ମାଟି,ସ୍ୱାଭିମାନ ସହିତ ଯିଏ ଖେଳ ଖେଳିବ ତାକୁ ଭଦ୍ରକ ବାସୀ କେବେ କ୍ଷମା ଦେବେନି । ଐତିହାସିକ ଗାନ୍ଧି ପଡିଆକୁ ଜାତିର ପିତା ମହାତ୍ମା ଗାନ୍ଧି ଆସିଥିଲେ ଏଠାରେ କେହିବି ମିଛ କହିବା ଉଚିତ ନୁଁହ ଓ ଭଦ୍ରକ ସାଂସ୍କୃତିକ ମହୋତ୍ସବ ସ୍ଥାନୀୟ ଅଂଚଳର ଇତିହାସ, ଐତିହ୍ୟ, ସଂସ୍କୃତି, ପରମ୍ପରାକୁ ଉଜାଗର କରିବା ସହ ସାରସ୍ୱତ ପ୍ରତିଭାକୁ ଆବିଷ୍କାର କରେ ଓ ସମ୍ମାନିତ କରେ ବୋଲି ଗାନ୍ଧି ପଡିଆ ଠାରେ ଭଦ୍ରକ ସାଂସ୍କୃତିକ ମହୋତ୍ସବର ଦଶମ ସନ୍ଧ୍ୟା ତଥା ଉଦଯାପନୀ ସନ୍ଧ୍ୟାରେ ଅତିଥି ମାନେ ମତ ବ୍ୟକ୍ତ କରିଛନ୍ତି । କମିଟି ର ସଭାପତି ରବିନାରାୟଣ ଖିଲାର ଙ୍କ ସଭାପତିତ୍ୱରେ ଉଦଘାଟକ ଭାବେ କଂଗ୍ରେସ ନେତା ଅସିତ ପଟ୍ଟନାୟକ ଯୋଗଦେଇ ଥିବା ବେଳେ ମୁଖ୍ୟ ଅତିଥିଭାବେ ଭାବେ ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ, ମୁଖ୍ୟ ବକ୍ତା ଭାବେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ସମ୍ମାନୀତ ଅତିଥି ଭାବେ ସମାଜସେବୀ ନିର୍ମଳ ଚନ୍ଦ୍ର ବେହୁରିଆ, ରୋ ଶିଶିର ମିଶ୍ର,ରାଧୁ ସାମଲ, ସଂଯୁକ୍ତା ବଳ, ଦମୟନ୍ତୀ ରାଉତ ପ୍ରମୁଖ ଯୋଗଦେଇ ମହୋତ୍ସବ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ବାବା ଆଖଣ୍ଡଳମଣି ଓ ମା ଭଦ୍ରକାଳୀଙ୍କ ରାସ୍ତା ର ମରାମତି କରାଯିବା ଦରକାର ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ଉପସଭାପତି ମନୋରମା ରାୟ ଚୈତାଳୀ ଖିଲାର, କାର୍ଯ୍ୟକାରୀ ସଭାପତି ସୁପ୍ରଭା ପାଣି ,ରୋଜାଲିନ ରାଉତ ପ୍ରମୁଖ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ କ୍ଷସମ୍ପାଦକ ଆଶିଷ ଅମିତାଭ ମହାପାତ୍ର, କୋଷାଧକ୍ଷ ପ୍ରିୟ ଦର୍ଶନ ବୋଇତି, ସଂଗଠନ ସମ୍ପାଦକ ଅପୂର୍ବ ରଞ୍ଜନ ବେହେରା ଜଗବନ୍ଧୁ ବେହେରା,ଉପଦେଷ୍ଟା ଅତିସ ବେହେରା,ପାର୍ଥ ସାରଥୀ ନାୟକ, ତପନ ସ୍ୱାଇଁ,ସ୍ମୃତି ରଞ୍ଜନ ସାହୁ, ଡ଼.ହରିହର ନାୟକ,ଉମା କଲ୍ୟାଣ ମହାପାତ୍ର, ପ୍ରଭାତ କୁମାର ଦାଶ,ଶିବାନନ୍ଦ ଦାସ, ଅବିନାଶ ପଣ୍ଡା, ରାଜେଶ ଦାସ,ଅଜୟ ପଣ୍ଡା, ଶୁଭଦ୍ୱୀପ ମଲ୍ଲିକ, ରମେଶ ଚନ୍ଦ୍ର ପାଗଳ, ରଶ୍ମି ରଞ୍ଜନ ସାହୁ, ଜଗନ୍ନାଥ ବେହେରା,ଜୟ ଜଗନ୍ନାଥ ମଲ୍ଲିକ,ସୀତାକାନ୍ତ ବିଶ୍ୱାଳ ,କ୍ୟାପଟେନ ଓମକାର, କମଳଲୋଚନ ପଣ୍ଡା , ଜି ଶିବ ଶଙ୍କର, ସୁବ୍ରତ ଦୀକ୍ଷିତ, ଶାନ୍ତନୁ ଦଳେଇ ପ୍ରମୁଖ୍ କର୍ତା କର୍ତା ମାନେ ଉପସ୍ଥିତ ଥିଲେ । ସାଂସ୍କୃତିକ ସମ୍ପାଦକ ରାମନାରାୟଣ ମହାନ୍ତି ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଏହି ସନ୍ଧ୍ୟାରେ କଣ୍ଠ ଶିଳ୍ପୀ ଶକ୍ତି ମିଶ୍ର ଙ୍କ ମେଲୋଡି ଓ ସାଇ କଳା, ଆର୍ଯ୍ୟକ୍ଷନର କୁନି କୁନି କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ କ୍ଷଶେଷରେ ଦ୍ୱିତୀୟ ପର୍ଯ୍ୟାୟ ରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଂଜୀବ କିଆ ପ୍ରାୟୋଜିତ ଭଦ୍ରକ ସାଂସ୍କୃତିକ ମହୋତ୍ସବ ପକ୍ଷରୁ ସମସ୍ତ ନୃତ୍ୟ ଅନୁଷ୍ଠାନ ର ନିର୍ଦେଶକ ଓ ପିଲାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଯୁବ ନେତା, ରାକେଶ ପଣ୍ଡା, ବବୁଲ ଦାସ, ଅଶୋକ ନାୟକ,କାଉନ ସିଲର ରାଜେଶ ଦାସ। ସମ୍ପାଦକ ଆଶିଷ ଅମିତାଭ ମହାପାତ୍ର ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.