Home ଜିଲ୍ଲା ପରିକ୍ରମା ପ୍ରଶାସନିକ ଉଦାସୀନତା, ବୈତରଣୀ ନଦୀବନ୍ଧ ଏବେ ମରଣଯନ୍ତା, ୧୫ ପରିବାର ବିପଦରେ

ପ୍ରଶାସନିକ ଉଦାସୀନତା, ବୈତରଣୀ ନଦୀବନ୍ଧ ଏବେ ମରଣଯନ୍ତା, ୧୫ ପରିବାର ବିପଦରେ

4

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଜଳସେଚନ ବିଭାଗ ଅଧୀନସ୍ଥ ସଣ୍ଡପୁର କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ନିକଟସ୍ଥ ବୈତରଣୀ ନଦୀ ବନ୍ଧ ରେ ସୃଷ୍ଟି ହୋଇଛି ଗର୍ତ। ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ଜନ ଅସନ୍ତୋଷ ପ୍ରକାଶ ପାଇବା ସହ ଗ୍ରାମବାସୀଙ୍କ ମଧ୍ୟରେ ଉତେଜନା ଦେଖାଦେଇଛି। ଭାରୀ ଯାନ ଚଳାଚଳ ସାଜିଛି କାଳ। ଅଭିଯୋଗ ଅନୁଯାୟୀ, ଦୀର୍ଘ ଦିନ ଧରି ଏହି ବନ୍ଧ ଉପରେ କ୍ଷମତା ଠାରୁ ଅଧିକ ଓଜନର ବଡ଼ ବଡ଼ ଟ୍ରକ ଚଳାଚଳ କରୁଥିବାରୁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ବିଭାଗୀୟ ଅବହେଳା ଯୋଗୁଁ ବର୍ଷ ବର୍ଷ ଧରି ଏହି ଅଧାପନ୍ତରିଆ ରାସ୍ତା କାମ ସମ୍ପୂର୍ଣ୍ଣ ହୋଇପାରୁନାହିଁ। ଫଳରେ ଯାତାୟାତରେ ବ୍ୟାଘାତ ସୃଷ୍ଟି ହେବା ସହ ଦୈନନ୍ଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଉକ୍ତ ରାସ୍ତା ସନ୍ନିକଟ ରେ ବସବାସ କରୁଥିବା ପ୍ରାୟ ୧୫ ଟି ହରିଜନ ପରିବାର ଏବେ ଚରମ ବିପଦରେ ରହିଛନ୍ତି। ବନ୍ଧର ଅବସ୍ଥା ଦୁର୍ବଳ ଥିବାରୁ କେଉଁ ମୁହୂର୍ତରେ କି ଅଘଟଣ ଘଟିବ, ସେହି ଭୟରେ ସେମାନେ ଦିନ କାଟୁଛନ୍ତି। ରାସ୍ତାର ଏପରି ଦୟନୀୟ ସ୍ଥିତି ଯୋଗୁଁ ସ୍ଥାନୀୟ ଲୋକଙ୍କ ଧୈର୍ଯ୍ୟଚ୍ୟୁତି ଘଟିଛି। ଉତେଜନା ବଢ଼ିବା ରୁ ଖବର ପାଇ ଘଟଣାସ୍ଥଳରେ କନିଷ୍ଠ ଯନ୍ତ୍ରୀ ପହଂଚି ଲୋକଙ୍କୁ ବୁଝାସୁଝା କରିଛନ୍ତି। ରାସ୍ତାର ସୁରକ୍ଷା ପାଇଁ ପ୍ରଥମେ ସୁରକ୍ଷା ପାଚେରି ନିର୍ମାଣ କରାଯିବ।ଏହି କାର୍ଯ୍ୟ ପାଇଁ ୧୨ ଲକ୍ଷ ଟଙ୍କାର ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ଏକ ମାସ ମଧ୍ୟରେ ସମ୍ପୂର୍ଣ୍ଣ ବନ୍ଧ କାମ ଶେଷ କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି।ଏହି ରାସ୍ତାଟି ନିର୍ମାଣ ହେଲେ ଜେନା ସାହୀ ସମେତ ଶଣ୍ଡପୁର, କଂଟା ପାରି, ପିତେଇପୁର ଏବଂ ଶୋହଡ଼ା ଭଳି ଅନେକ ଗ୍ରାମର ହଜାର ହଜାର ଲୋକଙ୍କ ପାଇଁ ଯାତାୟାତ ସୁଗମ ହେବ। ବିଭାଗ ଏହାର ଗୁରୁତ୍ୱ ଉପଲବ୍ଧି କରି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାର୍ଯ୍ୟ ସାରିବାକୁ ଗ୍ରାମବାସୀ ଦୃଢ଼ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.