Home ଜିଲ୍ଲା ପରିକ୍ରମା ୪୩ ତମ ଜାତୀୟ ସ୍ତରୀୟ ବରିଷ୍ଠ ନେଟବଲ୍ ପ୍ରତିଯୋଗିତା ନିମନ୍ତେ ଭଦ୍ରକ ଜିଲ୍ଲାରୁ ଦୀପ୍ତିମୟୀ ମନୋନୀତ

୪୩ ତମ ଜାତୀୟ ସ୍ତରୀୟ ବରିଷ୍ଠ ନେଟବଲ୍ ପ୍ରତିଯୋଗିତା ନିମନ୍ତେ ଭଦ୍ରକ ଜିଲ୍ଲାରୁ ଦୀପ୍ତିମୟୀ ମନୋନୀତ

19

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତେଲେଙ୍ଗାନା ର ଦ୍ରାଇଦ୍ରାବାଦ ଠାରେ ଜାତୀୟ ବରିଷ୍ଠ ନେଟବଲ ପ୍ରତିଯୋଗିତାଟି ଆଜି ଠାରୁ ଆରମ୍ଭ ହୋଇ ୧୬ ଜାନୁଆରୀ ରେ ସମାପ୍ତ ହେବ । ଏହି ପ୍ରତିଯୋଗିତା ନିମନ୍ତେ ଓଡିଶା ନେଟବଲ ସଂଘ ତାର ୧୨ ଜଣ ମହିଳା ଖେଳାଳୀ ଙ୍କ ନାମ ଘୋଷଣା କରିଛି । ଏହି ମହିଳା ବିଭାଗରେ ଦିପ୍ତୀମୟୀ ଦାସ ସ୍ଥାନ ପାଇଛନ୍ତି । ଏହି ଖେଳାଳୀ ମାନେ ରାଜ୍ୟ ସ୍ତରୀୟ ନେଟବଲ ପ୍ରତିଯୋଗିତା ରେ ଉଚ୍ଚ କୋଟୀର ଖେଳ ପ୍ରଦର୍ଶନ କରିଥିଲେ। ଏହି ସଫଳତା ନିମନ୍ତେ ଭଦ୍ରକ ଜିଲ୍ଲା ନେଟବଲ ସଂଘର ସଂପାଦକ ମନୋଜ କୁମାର ସାହୁ , ସଭାପତି ତନ୍ମୟ ମହାନ୍ତି , କୋଷାଧ୍ୟକ୍ଷ , ବିଶ୍ୱାମିତ୍ର ବେହେରା ପ୍ରମୁଖ ଓ,ସମସ୍ତ ସଦସ୍ୟ ଓ ବରିଷ୍ଠ ଖେଳାଳୀ ମାନେ ଶୁଭେଚ୍ଛା ଜଣାଇବା ସହିତ ସେ କିପରି ଜାତୀୟ ସ୍ତରରେ ଭଲ ଖେଳ ପ୍ରଦର୍ଶନ କରନ୍ତୁ ତାଙ୍କର ଶୁଭକାମନା ମନାସିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.