Home ଜିଲ୍ଲା ପରିକ୍ରମା ପୂର୍ବତନ ଜିଲାପରିଷଦ ସଭ୍ୟ ଯତୀନ୍ଦ୍ର ମହାନ୍ତିଙ୍କ ପରଲୋକ

ପୂର୍ବତନ ଜିଲାପରିଷଦ ସଭ୍ୟ ଯତୀନ୍ଦ୍ର ମହାନ୍ତିଙ୍କ ପରଲୋକ

7

ଭଦ୍ରକ, ୧୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଗୁଆମାଳ ପଂଚାୟତ ଅଧୀନ ଝାଡ଼ପଟା ଗ୍ରାମର ପୂର୍ବତନ ଜିଲାପରିଷଦ ସଭ୍ୟ ଯତୀନ୍ଦ୍ର ମହାନ୍ତି(୭୩)ଙ୍କର ଶନିବାର ସକାଳେ ପରଲୋକ ହୋଇଯାଇଛି । ଗତ କିଛିଦିନ ପୂର୍ବେ ସେ ଶାରୀରିକ ଭାବେ ଅସୁସ୍ଥ ହେବାରୁ ତାଙ୍କୁ ଚିକିତ୍ସା ନିମନ୍ତେ ଭୁବନେଶ୍ୱରସ୍ଥିତ ଏକ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଥିବାବେଳେ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ଅପରାହ୍ନରେ ତାଙ୍କ ମର ଶରୀର ଦୋଳସାହି ବଜାରରେ ପହଂଚିବା ପରେ ସେଠାରୁ ଏକ ଶୋଭାଯାତ୍ରାରେ ଗ୍ରାମକୁ ନିଆ ଯାଇଥିଲା । ପରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।ତାଙ୍କ ପୁଅ ସୌମ୍ୟରଂଜନ ମହାନ୍ତି ମୁଖାଗ୍ନି ଦେଇଥିଲେ।ସେ ୧୯୯୭ରେ ବ୍ଲକର ୬ନଂ ଜୋନରୁ କଂଗ୍ରେସରୁ ପ୍ରାର୍ଥୀ ହୋଇ ଜିଲାପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କ କାର୍ଯ୍ୟକାଳରେ ସେ ବହୁ ଜନହିତକର କାର୍ଯ୍ୟ କରିଥିଲେ । ସେ କଂଗ୍ରସ ଦଳରେ ଦୀର୍ଘଦିନଧରି କାର୍ଯ୍ୟକରି ଦଳକୁ ମଜଭୁତ କରିଥିଲେ।ସେ ଜଣେ ଦକ୍ଷ ରାଜନେତା ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ।ସ୍ୱର୍ଗତ ମହାନ୍ତି ଜଣେ ଶାନ୍ତ,ସରଳ,ଅମୟୀକ ବ୍ୟକ୍ତିଭାବେ ପରିଚିତଥିଲେ। ବ୍ଲକ କଂଗ୍ରେସ ସଭାପତି ସରୋଜ ଦାସ, ଗଣେଶ ମଳିକ, ମୀନକେତନ ସେନାପତି, ସୁରେଶ ମହାପାତ୍ର, ପିତାମ୍ବର ସେଠୀ, ଶିବପ୍ରସାଦ ନାୟକ,କୈଳାଶ ପାତ୍ରଙ୍କ ସମେତ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ସୁଧାଂଶୁ ପାଣିଗ୍ରାହୀ, ପୂର୍ବତନ ସରପଂଚ ପ୍ରଦୀପ ପଣ୍ଡା,ଭରତ ଚନ୍ଦ୍ର ସାହୁ, ଅଜୟ ତ୍ରିପାଠୀ,ସୁରେଶ ଚନ୍ଦ୍ର ମହାନ୍ତି,ପର୍ଶୁରାମ ପାଣିଗ୍ରାହୀ, ନାଏବ ସରପଂଚ କାର୍ତିକ ଚନ୍ଦ୍ର ତ୍ରିପାଠୀ, ରଞ୍ଜିତ ଜେନା, ଦାଶରଥି ମହାପାତ୍ର,ପ୍ରଫୁଲ୍ଲ ଦାସ,ରବୀନ୍ଦ୍ର ଜେନା,ଗଦାଧର ସୁଆର,ମନୋଜ ପାଢ଼ୀ, ଅଜୟ ପାଢ଼ୀ, କମଳା କାନ୍ତ ବଳ, ଅନ୍ତଯ୍ୟାମୀ ବେହେରା,ବିଭୂତି ପରିଡ଼ା ପ୍ରମୁଖ ବହୁ ନେତା ଓ କର୍ମୀ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ବାସୁଦେବପୁର ବିଧାୟକ ଅଶୋକ ଦାସ, ଧାମନଗର ନିର୍ବାଚନ ମଣ୍ଡଳୀ ନେତା ରଂଜନ ବେହେରା, ଚାନ୍ଦବାଲି ଯୁବନେତା ସତ୍ୟାନନ୍ଦ ରାଉତ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.