Home ଜିଲ୍ଲା ପରିକ୍ରମା ସୁନ୍ଦରପୁର-ଦୋହରାପାଟଣା-ଖଟୁଆପାଟଣା ଗାଁରେ ମଇଁଷି ମଡକ, ଆରଡିପୀଠରେ ବଢ଼ି ଚାଲିଛି ଷଣ୍ଢ ମଡ଼କ, ୧ମାସ ମଧ୍ୟରେ ୧୬ଷଣ୍ଢଙ୍କ...

ସୁନ୍ଦରପୁର-ଦୋହରାପାଟଣା-ଖଟୁଆପାଟଣା ଗାଁରେ ମଇଁଷି ମଡକ, ଆରଡିପୀଠରେ ବଢ଼ି ଚାଲିଛି ଷଣ୍ଢ ମଡ଼କ, ୧ମାସ ମଧ୍ୟରେ ୧୬ଷଣ୍ଢଙ୍କ ମୃତ୍ୟୁ, ମଇଁଷି ବ୍ୟବଚ୍ଛେଦ କରି ନମୁନା ସଂଗ୍ରହ କଲେ ପ୍ରାଣୀ ରୋଗ ବିଶେଷଜ୍ଞ

3

ଭଦ୍ରକ, ୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ସୁନ୍ଦରପୁର ପଂଚାୟତ ଖଟୁଆ ପାଟଣା ଓ ଦୋହରାପାଟଣା ଗାଁରେ ପୁଣି ମଇଁଷି ମଡକ। ଗତ ୩ଦିନ ହେଲା ଚାନ୍ଦବାଲି ପଶୁ ଚିକିତ୍ସାଧିକାରୀଙ୍କ ପକ୍ଷରୁ ରକ୍ତ ଓ ଝାଡ଼ା ନମୁନା ସହ ସ୍ୱାସ୍ଥ୍ୟ ପରୀକ୍ଷା ଚାଲିଥିବା ବେଳେ ଖଟୁଆ ପାଟଣାରେ ଗତ ବୁଧବାର ୨ଟି ମଇଁଷିଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁବାର ରାତିରେ ଦୋହରା ପାଟଣାରେ ଗୋଟେ ଅଢେଇ ବର୍ଷ ମଇଁଷିର ମୃତ୍ୟୁ ହୋଇଛି । ଶୁକ୍ରବାର ନଖରା ସ୍ଥିତ ପ୍ରାଣୀ ରୋଗ ଗବେଷଣା କେନ୍ଦ୍ରର ୨ ଜଣ ଡାକ୍ତର ଡା. ଜ୍ୟୋତି ରଞ୍ଜନ ବିଶ୍ୱାଳ ଓ ଡା. ରଘୁନାଥ ସିଂ ଏକ ଟିମ ସହ ଦୋହରା ପାଟଣାରେ ପହଂଚି ମରିଥିବା ମଇଁଷିର ବ୍ୟବଚ୍ଛେଦ କରି ବିଭିନ୍ନ ନମୁନା ସଂଗ୍ରହ କରିଥିଲେ । ଏଥି ସହିତ ଖଟୁଆ ପାଟଣାରୁ ୧୦ ଟି ମଇଁଷିଙ୍କ ରକ୍ତ ନମୁନା ମଧ୍ୟ ସଂଗ୍ରହ କରିଥିଲେ । ପ୍ରାଣୀରୋଗ ବିଶେଷଜ୍ଞଙ୍କ ରକ୍ତ ନମୁନା ଓ ଅନ୍ୟାନ୍ୟ ନମୁନା ସଂଗ୍ରହ ବେଳେ ଜିଲା ପ୍ରାଣୀଧନ ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ହୃଷିକେଶ ବେହେରା, ଗୋଷ୍ଠୀ ପ୍ରାଣୀଧନ ଚିକିତ୍ସା ଅଧିକାରୀ ଡା. ଖାନ ମୋଦସାର ନଜର, ଭିଏସ ବିଶ୍ୱଜିତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । କୃମି ବଟିକା ଦିଆ ଯାଇ ନଥିବାରୁ ମଇଁଷି ମାନଙ୍କ କଲିଜା ପ୍ରଭାବିତ ହେବା ସହ ମୃତ୍ୟୁବରଣ କରୁଥିବା ଡାକ୍ତର ଦ୍ୱୟ କହିଛନ୍ତି । ଏଣିକି ପ୍ରତି ୩ ମାସରେ ମଇଁଷି ମାନଙ୍କୁ ମାଗଣାରେ କୃମି ଔଷଧ ଯୋଗାଇ ଦିଆଯିବ ବୋଲି ଜିଲା ପ୍ରାଣୀଧନ ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି । ତେବେ ଆହୁରି ୫ ଦିନ ଏହି ୨ ଗାଁରେ ମଇଁଷି ମାନଙ୍କ ଚିକିତ୍ସା ଅବ୍ୟାହତ ରହିବ ବୋଲି ସେ ସୂଚନା ଦେଇଛନ୍ତି । ଅନ୍ୟପଟେ ଅତ୍ୟଧିକ ଥଣ୍ଡା ଓ ବଜବଜିଆ ରୋଗରେ ଆକ୍ରାନ୍ତ ହୋଇ ଆରଡି ପୀଠରେ ୧୬ରୁ ଉର୍ଦ୍ଧ ଷଣ୍ଢଙ୍କର ମୃତ୍ୟୁ ଘଟିଲାଣି। ଆରଡି ପୀଠରେ ଶୈବ ଭକ୍ତମାନେ ମାନସିକ ସ୍ୱରୂପ ଷଣ୍ଢ ଛାଡିଥାନ୍ତି। ହେଲେ ଷଣ୍ଢଙ୍କ ଆଶ୍ରୟ ଓ ଖାଦ୍ୟର କୈାଣସି ବ୍ୟବସ୍ଥା ନଥିବାରୁ ୪ଶ଼ହରୁ ଉର୍ଦ୍ଧ ଷଣ୍ଢ ଖୋଲା ଆକାଶ ତଳେ ପଡି ରହିଛନ୍ତି। ଫଳରେ ଅତ୍ୟଧିକ ଥଣ୍ଡା ଓ ବଜବଜିଆ ରୋଗରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ଏଥିପ୍ରତି ଜିଲା ପ୍ରାଣୀଧନ ଚୀକିତ୍ସାଧିକାରୀ ଓ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ସୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.