Home ଜିଲ୍ଲା ପରିକ୍ରମା ଦୋଳସାହି ଉଚ୍ଚ ପ୍ରାଥମିକ ସ୍କୁଲ ନୂତନ ଗୃହର ଶିଳାନ୍ୟାସ ଉତ୍ସବ, ଶିକ୍ଷାର ବିକାଶ ସରକାରଙ୍କ ଲକ୍ଷ୍ୟ...

ଦୋଳସାହି ଉଚ୍ଚ ପ୍ରାଥମିକ ସ୍କୁଲ ନୂତନ ଗୃହର ଶିଳାନ୍ୟାସ ଉତ୍ସବ, ଶିକ୍ଷାର ବିକାଶ ସରକାରଙ୍କ ଲକ୍ଷ୍ୟ : ଉଚ୍ଚଶିକ୍ଷା ମନ୍ତ୍ରୀ, କେନ୍ଦ୍ର ରେଳମନ୍ତ୍ରୀ ଦେଲେ ୧କୋଟି

3

ଭଦ୍ରକ, ୧୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଦୋଳସାହି ପଂଚାୟତ ଅଧିନ ଦୋଳସାହି ଉଚ୍ଚପ୍ରାଥମିକ ସ୍କୁଲ ପରିସରରେ ଏକ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନି ବୈଷ୍ଣବ ତାଙ୍କ ସାଂସଦ ପାଣ୍ଠିରୁ ସ୍କୁଲ ନୂତନ ଗୃହ ନିର୍ମାଣ ନିର୍ମାଣ ପାଇଁ ୧କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଇଛନ୍ତି। ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟଅତିଥିଭାବେ ଯୋଗଦେଇ ନୂତନ ଗୃହର ଶିଳାନ୍ୟାସ କରିଥିଲେ। ପରେ ବ୍ଲକ ଶିକ୍ଷାଧିକରିଣୀ ସୁଶ୍ରୀ ସୂର୍ଯ୍ୟଶିଖା ମହାନ୍ତିଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା।ସଭାରେ ଶିକ୍ଷକ ମନୋଜ ନାୟକ ସଂଯୋଜନା କରିଥିଲେ।ଏଥିରେ ମୁଖ୍ୟଅତିଥି ମନ୍ତ୍ରୀ ଶ୍ରୀ ସୁରଜ ଯୋଗଦେଇ ଶିକ୍ଷାର ବିକାଶ ସରକାରଙ୍କ ଲକ୍ଷ୍ୟ । ଶିକ୍ଷାର ଅଗ୍ରଗତି ପାଇଁ ଭିତିଭୂମିର ଉନ୍ନତି ଆବଶ୍ୟକ ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ଜିଲାପାଳ ଦିଲୀପ ରାଉତରାଏ ଯୋଗଦେଇ ଉତମ ଶୈକ୍ଷିକ ବାତାବରଣ ରହିଲେ ଛାତ୍ର ଛାତ୍ରୀ ମାନେ ଉନ୍ନତ ମାନର ଶିକ୍ଷା ପାଇପାରିବେ ବୋଲି କହିଥିଲେ।ବରେଣ୍ୟ ଅତିଥି ଭାବେ ରାଷ୍ଟ୍ରପତିଙ୍କ ପ୍ରେସ ସଚିବ ବିଜୟ ନାୟକ ଯୋଗଦେଇ ଆଂଚଳିକ ଶିକ୍ଷା ଅନୁଷ୍ଠାନ ମାନଙ୍କର ଉନ୍ନତି ହୋଇପାରିଲେ ସାମଗ୍ରିକ ବିକାଶ ହୋଇପାରିବ ବୋଲି କହିଥଲେ। ସମ୍ମାନିତ ଅତିଥିଭାବେ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ,ଜିଲ୍ଲାଶିକ୍ଷାଧିକାରୀ(ଡିଇଓ) ଜଗବନ୍ଧୁ ସାହୁ,ବିଡ଼ିଓ ନିରଞ୍ଜନ ବାରିକ, ଏଡିଇଓ ଜଗବନ୍ଧୁ ସାହୁ, ସାଂସଦଙ୍କ ପ୍ରତିନିଧି ସୀତାକାନ୍ତ ନାୟକ ପ୍ରମୁଖ ଯୋଗଦେଇ ବିଦ୍ୟାଳୟ ଏକ ମନ୍ଦିର ସଦୃଶ।ବିଦ୍ୟାଳୟର ଉତମ ବାତାବରଣ ଛାତ୍ର ଛାତ୍ରୀ ମାନଙ୍କୁ ଶୃଙ୍ଖଳିତ କରେ ବୋଲି କହିଥିଲେ।ଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ରେବତୀ ପଲାଇ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଧାମନଗର ପ୍ରଭାରୀ ବୁଦ୍ଧାଦେବ ଜେନା,ଭଜପା ବରିଷ୍ଠ ନେତା ଦୀନବନ୍ଧୁ ପତି, ଅଜୟ କୁମାର ନାୟକ, ସୁଧାଂଶୁ ପାଣିଗ୍ରାହୀ, ରଘୁନାଥ ପାତ୍ର, ପ୍ରମୋଦ ଦାସ,ସଞ୍ଜୀବ ବେହେରା,ଭାରତ ସାହୁ,ସୂର୍ଯ୍ୟ ନାରାୟଣ ଭୋଇ,ସରପଂଚ ଶୁଭ୍ରନାରାୟଣ ସେଠୀ, ମଣ୍ଡଳ ସଭାପତି କେଶବ ବେହେରା ଓ ସରୋଜ ନାୟକ, ପୂର୍ବତନ ସରପଞ୍ଚ ସୁଶାନ୍ତ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ସ୍କୁଲ ପରିଚାଳନା କମିଟି ସଭାପତି ଅଶୋକ କୁମାର ଭଞ୍ଜ, ନିଶିକାନ୍ତ ଭଟ୍ଟରାୟ, ଭବାନୀ ଶଙ୍କର ଜେନାଙ୍କ ସମେତ, ସିଆରସିସି ସସ୍ମିତା ମଞ୍ଜରୀ ନାୟକ, ରେଣୁବାଳା ମହାପାତ୍ର, ପ୍ରଭାତୀ ପ୍ରଧାନ, କମଳାକାନ୍ତ ବାରିକ, ରେବତୀ ନାଥ, ସୁଜାତା ପଣ୍ଡା ପ୍ରମୁଖ ଶିକ୍ଷକ, ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.