Home ଜିଲ୍ଲା ପରିକ୍ରମା ଧାମନଗର ରାସ୍ତା ଦୁର୍ଘଟଣାରେ ଯୁବକ ମୃତ୍ୟୁ

ଧାମନଗର ରାସ୍ତା ଦୁର୍ଘଟଣାରେ ଯୁବକ ମୃତ୍ୟୁ

12

ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଥାନା ମହୁରା ଛକ ନିକଟରେ ରବିବାର ରାତି ରେ ଗାଡ଼ି ଦୁର୍ଘଟଣାରେ ଜଣେ ଯୁବକ ମୃତ୍ୟୁ ହୋଇଛି। ମୃତ ଯୁବକ ନିର୍ଗୁଣ୍ଡି ପଂଚାୟତ ଶିବବିନ୍ଧା ଗ୍ରାମର ମୁକ୍ତିକାନ୍ତ ସାମଲଙ୍କ ପୁଅ ଧନଞ୍ଜୟ ସାମଲ (୩୦) ବୋଲି ଜଣାପଡିଛି। ଟାଟା ମେଜିକ ଗାଡ଼ି ଧାମନଗର ଛକ ଆଡ଼କୁ ଆସୁଥିଲା। ସେହି ସମୟରେ ଧନଞ୍ଜୟ ନିଜ ବୁଲେଟ ନେଇ ଆସୁଥିବା ବେଳେ ମହୁରା ଛକ ନିକଟରେ ପହଂଚିବା ବେଳେ ଟାଟା ମେଜିକ ତାଙ୍କ ବୁଲେଟ ପଛପଟକୁ ଧକ୍କା ଦେଇଥିଲା। ଫଳରେ ଧନଞ୍ଜୟ ରାସ୍ତା ପାର୍ଶ୍ୱରେ ଛିଟିକି ପଡ଼ି କଟା ଗଛ ରେ ବାଡେଇ ହୋଇ ମୁଣ୍ଡ ମାଡ ହୋଇ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ଦମକଳ ବାହିନୀକୁ ଫୋନ କରି ସୂଚନା ଦେଇଥିଲେ। ଦମକଳ ବାହିନୀ ପହଂଚି ଧନଞ୍ଜୟ ଙ୍କୁ ଗୁରୁତର ଅବସ୍ଥାରେ ଧାମନଗର ମେଡିକାଲକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଧାମନଗର ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। ଘଟଣା ସ୍ଥଳରୁ ଟାଟା ମେଜିକ ଫେରାର ହୋଇଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.