Home ଜିଲ୍ଲା ପରିକ୍ରମା ବଉଳା କଲେଜରେ ଅବସର ସମ୍ବର୍ଦ୍ଧନା ସଭା

ବଉଳା କଲେଜରେ ଅବସର ସମ୍ବର୍ଦ୍ଧନା ସଭା

17

ଭଦ୍ରକ, ୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ହାଟଡିହୀ ବ୍ଲକ୍ ବଉଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସୋସୋ ପରିସରରେ ଆଜି ଚତୁର୍ଥ ଶ୍ରେଣୀ କର୍ମଚାରୀ ଅନାମ ଚରଣ ପଣ୍ଡିତଙ୍କୁ ଅବସର ସମ୍ବର୍ଦ୍ଧନା ଦିଆଯାଇଛି । ଅଧ୍ୟକ୍ଷ ଅଜୟ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଅଧ୍ୟାପକ ଫକୀର ଚରଣ ଶଙ୍ଖୁଆ, ଅଧ୍ୟାପକ ଅନିରୁଦ୍ଧ ରାଉତ, ନରେଶ ଚନ୍ଦ୍ର ପ୍ରଧାନ, ହେମନ୍ତ କୁମାର ନାଥ, ଅଧ୍ୟାପିକା ଶୁଶ୍ରୀ ବବିତା ଠାକୁର ପ୍ରମୁଖ ଯୋଗଦେଇ କର୍ମଚାରୀ ଅନାମ ଚରଣଙ୍କ କର୍ତବ୍ୟ ନିଷ୍ଠା ଓ ସୁଗୁଣାବଳୀ ଉପରେ ଆଲୋପାତ କରିଥିଲେ । ତାଙ୍କର ଉତମ ଆଚାର ବ୍ୟବହାର ପାଇଁ ସେ ସମସ୍ତଙ୍କ ପ୍ରିୟ ଥିଲେ ବୋଲି କହିଥିଲେ ଅତିଥି । ଏହି ଅବସରରେ ଶ୍ରୀ ପଣ୍ଡିତଙ୍କୁ ଯୁକ୍ତଦୁଇ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପକ୍ଷରୁ ମାନପତ୍ର, ଉତରୀୟ ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା । କାର୍ଯ୍ୟକ୍ରମକୁ ଅଧ୍ୟାପକ ସଚ୍ଚିନ୍ଦ୍ର କୁମାର ରାଉତରାୟ, ଜିତେନ୍ଦ୍ର ମହାନ୍ତି, ଅର୍ଚ୍ଚନା ପ୍ରଧାନ, କର୍ମଚାରୀ ଦୟାନିଧି ଦାସ, ଦୁର୍ଯୋଧନ ବାରିକ୍‌, ଗୌରାଙ୍ଗ ଚରଣ ବେହେରା, ନିର୍ମଳା ନାଇକ,ବରିଷ୍ଠ କିରାଣୀ ନାରାୟଣ ଚନ୍ଦ୍ର ରାଉତ୍ ଏବଂ ରାଜକିଶୋର ପାତ୍ର ପରିଚାଳନାରେ ସହଯୋଗ କରିଥିଲେ । ପ୍ରାରମ୍ଭରେ ଅଧ୍ୟାପକ ଫକୀର ଚରଣ ଶଙ୍ଖୁଆ ଅତିଥି ପରିଚୟ ରଖିଥିବା ବେଳେ ‘ବନ୍ଦେ ମାତରମଂ’ ସଙ୍ଗୀତ ଗାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.