Home ଜିଲ୍ଲା ପରିକ୍ରମା ହକି ଖେଳର ୧୦୦ ବର୍ଷ ପୂର୍ତି ଉପଲକ୍ଷେ ଏସ୍‌ବିଡି ଇଂଟରନ୍ୟାସନାଲ ସ୍କୁଲରେ ପ୍ରଦର୍ଶନୀ ହକି ପ୍ରତିଯୋଗିତା

ହକି ଖେଳର ୧୦୦ ବର୍ଷ ପୂର୍ତି ଉପଲକ୍ଷେ ଏସ୍‌ବିଡି ଇଂଟରନ୍ୟାସନାଲ ସ୍କୁଲରେ ପ୍ରଦର୍ଶନୀ ହକି ପ୍ରତିଯୋଗିତା

8

ଭଦ୍ରକ, ୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ହକି ଖେଳ ର ୧୦୦ ବର୍ଷ ପୂରଣ ନିମନ୍ତେ ,ଆଜି ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ , ଏସ୍ ବି ଡି ଇଂଟରନ୍ୟାସନାଲ ସ୍କୁଲ ରେ ହକି ର ଏକ ବନ୍ଧୁତ୍ୱ ପୂର୍ଣ୍ଣ ପ୍ରଦର୍ଶନୀ ପ୍ରତିଯୋଗତା ଭଦ୍ରକ ସ୍ପୋର୍ଟସ ଏକାଡେମୀ ଓ ଏସ୍ ବି ଡି ସ୍ପୋର୍ଟସ ଏକାଡେମୀ ମଧ୍ୟରେ ଅନୁଷ୍ଠିତ ହେଇଥିଲା । ଏହି ପ୍ରତିଯୋଗିତାରେ ମୂଖ୍ୟ ଅତିଥି ରୂପେ ଜିଲ୍ଲାପାଳ ଶ୍ରୀ ଦୀଲିପ୍ ରାଉତରାଏ ,ଅନ୍ୟତମ ଅତିଥି ରୂପେ ଚେୟାରମେନ୍ ଦେବାଶିଷ ଦୀଖିତ୍ ,ଅଧ୍ୟକ୍ଷ ଯୁଧିଷ୍ଠିର ଦେବତା , କ୍ରିଡା ବିଭାଗ ର ସ୍ୱତନ୍ତ୍ର ଅଧିକାରୀ ରମେଶ କୁମାର ମହାନ୍ତି ଓ ପୂର୍ବତନ ହକି ଖେଳାଳୀ ଅଟଳ ବିହାରୀ ସାମଲ ପ୍ରମୁଖ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହ କରିବା ସଙ୍ଗେ ସଙ୍ଗେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଶେଷରେ ବିଜୟୀ ଖେଳାଳୀ ମାନଙ୍କୁ ଟ୍ରଫୀ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିବା ବେଳେ ରାଜେଶ୍ ନାୟକ କୁ ସର୍ବଶ୍ରେଷ୍ଠ ଖେଳାଳୀ ରୂପେ ସମ୍ବର୍ଦ୍ଧିତ କରାଯାଇ ଥିବା ବେଳେ ଏସ୍ ବି ଡି ସ୍ପୋର୍ଟସ ଏକାଡେମୀ କୁ ଚମ୍ପିଆନ ଟ୍ରଫି ପ୍ରଦାନ କରାଯାଇଥିଲା ଏହି ପ୍ରତିଯୋଗିତା ଟି କୁ ମୁଖ୍ୟ ପରିଚାଳକ ରୂପରେ ମନୋଜ କୁମାର ସାହୁ , ଚିତରଞ୍ଜନ ଜେନା , ଅପୁ ମଣ୍ଡଳ , ବଳରାମ ସାହୁ, ପିତାମ୍ବର ରେତି ,ଇତିଶ୍ରୀ ସେଠୀ ଓ ପ୍ରିୟମମ୍ବଦା ସାମଲ ପ୍ରମୁଖ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.