Home ଜିଲ୍ଲା ପରିକ୍ରମା ତିହିଡି଼ ବଜାରରେ ଖୁବ୍‌ଶୀଘ୍ର ନିର୍ମାଣ ହେବ ଡ୍ରେନ,ପୂର୍ତ ବିଭାଗ ପକ୍ଷରୁ ସର୍ଭେ କାର୍ଯ୍ୟ ଆରମ୍ଭ

ତିହିଡି଼ ବଜାରରେ ଖୁବ୍‌ଶୀଘ୍ର ନିର୍ମାଣ ହେବ ଡ୍ରେନ,ପୂର୍ତ ବିଭାଗ ପକ୍ଷରୁ ସର୍ଭେ କାର୍ଯ୍ୟ ଆରମ୍ଭ

6

ଭଦ୍ରକ, ୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ତିହିଡି଼ ବଜାରରେ ଖୁବ୍‌ଶୀଘ୍ର ଡ୍ରେନ ନିର୍ମାଣ ହେବ। ଏଥିପାଇଁ ଗୁରୁବାର ପୂର୍ତ ବିଭାଗ ପକ୍ଷରୁ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି। ପୂର୍ତ ବିଭାଗ କନିଷ୍ଠଯନ୍ତ୍ରୀ ପ୍ରକାଶ ଚନ୍ଦ୍ର ପାଣି ତିହିଡ଼ି ବଜାରରେ ପହଂôଚ ସର୍ଭେ କରିଥିଲେ। ଡ୍ରେନ ନିର୍ମାଣ ସମୟରେ ରାସ୍ତାର ଉଭୟ ପାର୍ଶ୍ୱରେ ସୌନ୍ଦର୍ଯ୍ୟକରଣ ପାଇଁ ଫୁଲ ସମେତ ବିଭିନ୍ନ ବୃକ୍ଷରୋପଣର ବ୍ୟବସ୍ଥା କରାଯିବ। ଏହାଛଡ଼ା ରାସ୍ତା ପାର୍ଶ୍ୱର ବିଭିନ୍ନ ସ୍ଥାନରେ ଲାଇଟ ପୋଷ୍ଟ ମଧ୍ୟ ନିର୍ମାଣ ହେବ। ଯାହାଦ୍ୱାରା ବଜାର ଆଲୋକିତ ହୋଇପାରିବ। ଡ୍ରେନ ନିର୍ମାଣ ପରେ ବଜାରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବ। ତେବେ ଏଥିପାଇଁ ରାସ୍ତା ଓ ଗୃହ ନିର୍ମାଣ ପକ୍ଷରୁ ଲେ-ଆଉଟ ପ୍ରସ୍ତୁତି କାର୍ଯ୍ୟ ସରିଯାଇଛି। ପ୍ରଥମ ପର୍ଯ୍ୟାୟରେ ତିହିଡ଼ି ଥାନା ନିକଟରୁ ମଙ୍ଗରାଜପୁର ଛକ ପର୍ଯ୍ୟନ୍ତ ଡ୍ରେନ ନିର୍ମାଣ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ଡ୍ରେନର ସୀମା ବୃଦ୍ଧି କରାଯିବ ବୋଲି ଜଣାପଡ଼ିଛି। ପ୍ରଥମେ ରାସ୍ତାର ଉତର ପାର୍ଶ୍ୱରେ ନିର୍ମାଣ କାର୍ଯ୍ୟ ହେବାପରେ ଦକ୍ଷିଣ ପାର୍ଶ୍ୱରେ ଡ୍ରେନ ନିର୍ମାଣ ହେବ। ତେବେ ତିହିଡି଼ ବଜାରର ଉଭୟ ପାର୍ଶ୍ୱରେ ଜବରଦଖଲରେ ଥିବା ଦୋକାନୀମାନଙ୍କୁ ଉଛେଦ କରାଯାଇଥିଲା। ଡ୍ରେନ ନିର୍ମାଣ କାର୍ଯ୍ୟରେ ବିଳମ୍ବ ହେବା ଯୋଗୁଁ ସେମାନେ ପୁଣିଥରେ ଜାଗା ମାଡ଼ି ବସିଛନ୍ତି। ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଅଧୀନରେ ଏହି ନିର୍ମାଣ କାର୍ଯ୍ୟ ହେବ। ଏଥିପାଇଁ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପ୍ରକାଶ ଚନ୍ଦ୍ର ପାଣି ତିହିଡି଼ ବଜାରକୁ ଆସି ଏହାର ସର୍ଭେ କରିଛନ୍ତି। ଜଣାଯାଇଛି ଯେ ତିହିଡି଼ ବଜାରର ଉଭୟ ପାର୍ଶ୍ୱରେ ୨.୫କିମି ଲେଖାଏଁ ଲମ୍ବର ଡ୍ରେନ ନିର୍ମାଣ କରାଯିବ। ଏହି ନିର୍ମାଣରେ ୬କୋଟି ଟଙ୍କା ବିନିଯୋଗ ହେବ। ବିଭାଗ ପକ୍ଷରୁ ଟେଣ୍ଡର କରାଯାଇ ଠିକାଦାର ମଧ୍ୟ ଚୟନ କରାଯାଇଛି। ଆଗାମୀ ଦିନରେ ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥ ସମ୍ପ୍ରସାରିତ ହେବାର ଯୋଜନା ରହିଛି। ରାସ୍ତା ସମ୍ପ୍ରସାରଣ ସମୟରେ ଡ୍ରେନକୁ ନେଇ ଯେପରି କୌଣସି ସମସ୍ୟା ନ ପୁଜିବ ସେଥିପ୍ରତି ଦୃଷ୍ଟି ଦିଆଯାଇ ଡ୍ରେନ ନିର୍ମାଣ କରାଯିବ। ଗତ ମାସ ୩ତାରିଖରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଡ୍ରେନ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ। ପରେ ତିହିଡି଼ ପଂଚାୟତ ସମିତି ସଭାଗୃହରେ ଆୟୋଜିତ ସଭାରେ ଯୋଗଦେଇ ମନ୍ତ୍ରୀ ସୁରଜ ତିହିଡି଼ ବଜାରର ରୂପରେଖ ବଦଳିବା ଉପରେ ତାଙ୍କ ଭାଷଣରେ ଗୁରୁତ୍ୱ ଦେଇଥିଲେ। ସର୍ଭେ ସମୟରେ ସରପଂଚ ଶୁଭ୍ର ନାରାୟଣ ସେଠୀଙ୍କ ସମେତ ସାଂସଦ ପ୍ରତିନିଧି ସୀତାକାନ୍ତ ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶୁକଦେବ ମଲିକ, ଭାଜପା ବରିଷ୍ଠ ନେତା ରଘୁନାଥ ପାତ୍ର, ପୂର୍ବତନ ସମିତିସଭ୍ୟ ଉମାକାନ୍ତ ଦାସ, ଦେବବ୍ରତ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। ଡ୍ରେନ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଉଠା ଦୋକାନୀମାନେ ତୁରନ୍ତ ଜାଗା ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯିବ ବୋଲି ଭାଟପଡ଼ା ପଂଚାୟତ ସରପଂଚ ଶ୍ରୀ ସେଠୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.