Home ଜିଲ୍ଲା ପରିକ୍ରମା ତିହିଡ଼ି ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ରାଷ୍ଟ୍ରୀୟ ସଙ୍ଗୀତ ‘ବନ୍ଦେ ମାତରମ୍‌’ର ୧୫୦ବର୍ଷ ପୂର୍ତି ପାଳନ

ତିହିଡ଼ି ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ରାଷ୍ଟ୍ରୀୟ ସଙ୍ଗୀତ ‘ବନ୍ଦେ ମାତରମ୍‌’ର ୧୫୦ବର୍ଷ ପୂର୍ତି ପାଳନ

3

ଭଦ୍ରକ, ୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିନି ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ରାଷ୍ଟ୍ରୀୟ ସଙ୍ଗୀତ ‘ବନ୍ଦେ ମାତରମ୍‌’ର ୧୫୦ ବର୍ଷ ପୂର୍ତି ପାଳନ ଉତ୍ସବ ଶୁକ୍ରବାର ପଂଚାୟତ ସମିତି ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଞ୍ଜନ ରାଉତଙ୍କ ସଂଯୋଜନାରେ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁକାନ୍ତ କୁମାର ମିଶ୍ର, ସାଂସଦଙ୍କ ପ୍ରତିନିଧି ସୀତାକାନ୍ତ ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶୁକଦେବ ମଳିକ ପ୍ରମୁଖ ଯୋଗଦେଇ ରାଷ୍ଟ୍ରୀୟ ସଙ୍ଗୀତର ରଚୟିତା ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ‘ବନ୍ଦେ ମାତରମ୍‌’ର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ପରେ ସମୁହ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ କରିଥିଲେ। ଏହି ପୂର୍ତି ପାଳନ ଉତ୍ସବରେ ଭାଟପଡ଼ା ସରପଂଚ ଶୁଭ୍ରନାରାୟଣ ସେଠୀ, ମଣ୍ଡଳ ସଭାପତି କେଶବ ବେହେରା, ସରୋଜ ନାୟକ, ସରପଞ୍ଚଙ୍କ ପ୍ରତିନିଧି ରବିନ୍ଦ୍ର ଶତପଥୀ, ସମାଜସେବୀ ଅମିୟଚାନ୍ଦ ନାୟକ, ସହକାରୀ ଯନ୍ତ୍ରୀ ଭୀଷ୍ମଦେବ ଶତପଥି, ତନୁଜା ମିଶ୍ର, କନିଷ୍ଠଯନ୍ତ୍ରୀ ଲଲାଟେନ୍ଦୁ ପାଲ, ଭରତ ବିଶ୍ୱାଳ, ଅଲେଖ ତିର୍କି, ସୂର୍ଯ୍ୟକାନ୍ତ ନନ୍ଦ, ବ୍ଲକ ଯୋଗାଣ ନିରୀକ୍ଷକ ପ୍ରିତିଶ ସାମଲ, ବିପିଏମ୍ ରଶ୍ମୀତା ନାୟକ, ଡବ୍ଲୁଇଓ ସୌମ୍ୟା ସୁଚରିତା ମହାନ୍ତି, ଜଳପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ମାନସୀ ମହାପାତ୍ର, ସେକ୍‌ସନ ଅଫିସର ରୁନା ସୁନା, ସହକାରୀ ଏପିଓ ସୁଧାଂଶୁ ଶେଖର ନାୟକ, ବିପିସି କୌଶିକ ଗିରି ପ୍ରମୁଖଙ୍କ ସମେତ ଲୋକପ୍ରତିନିଧି ଓ ବ୍ଲକର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସମବେତ ସ୍ୱରରେ ‘ବନ୍ଦେ ମାତରମ୍‌’ ଗାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.