Home ଜିଲ୍ଲା ପରିକ୍ରମା ଧାମନଗର ଥାନା ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ

ଧାମନଗର ଥାନା ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ

11

ଭଦ୍ରକ, ୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଥାନା ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ ୨୦୨୫ ଅନୁଷ୍ଠିତ ହୋଇଛି। ସାଇବର ଠକେଇ, ହ୍ୟାକିଂ, ଅନଲାଇନି ଅପରାଧ କେମିତି ରୋକା ଯାଇପାରିବ ସେଦିଗରେ ସଚେତନ କରାଯାଇଥିଲା। ଶୁକ୍ରବାର ଧାମନଗର ପଂଚାୟତ ସମିତି ସଭାଗୃହ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଅକ୍ଟୋବର ୧୭ ରୁ ଆରମ୍ଭ ହୋଇ ଆସନ୍ତା ନଭେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଏହି ସଚେତନତା ଅଭିଯାନ ଚାଲୁଛି। ସାଇବର ଅପରାଧ ଦିନକୁ ଦିନ ବଢୁଥିବାରୁ ଜନସାଧାରଣଙ୍କୁ ଠକେଇ ରୁ ବଂଚିବା ଓ ସୁରକ୍ଷିତ ରହିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଅଭିଯାନରେ ସାଇବର ଫ୍ରଡ, ଡିଜିଟାଲ ଆରେଷ୍ଟ, ମୋବାଇଲ ହ୍ୟାକିଂ, ଓଟିପି ସେୟାର, ଲିଙ୍କ ଠକେଇ ଇତ୍ୟାଦି ବିଷୟରେ ସଚେତନତା କରାଯାଇଥିଲା।ଧାମନଗର ବିଡ଼ିଓ ବନ ବିହାରୀ ଦିନ୍ଧା ସଭାପତିତ୍ୱ କରିଥିବା ବେଳେ।ଧାମନଗର କଲେଜର ଅଧ୍ୟାପକ ଚିନ୍ମୟ ଜେନା ମଂଚ ସଂଚାଳନ କରିଥିଲା ଭଦ୍ରକ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଂଶୁମାନ ଦ୍ୱିବେଦୀ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ତ୍ରିଲୋଚନ ସେଠୀ।ଭଦ୍ରକ ଥାନା ଅଧିକାରୀ ଦୟାନିଧି ଦାସ, ଧାମନଗର ଥାନା ଅଧିକାରୀ ରଞ୍ଜନ ସେଠୀ, ବିଜ୍ଞାପିତ ଅଂଚଳ ପରିଷଦ ଅଧ୍ୟକ୍ଷା ନିବେଦିତା ଜେନା, ଧୁଷୁରୀ ଥାନା ଅଧିକାରୀ ଅଜୟ ସୁଦର୍ଶନ ବାଗେ, ପଂଚାୟତ ସମିତି ଉପାଧ୍ୟକ୍ଷ ଜଗବନ୍ଧୁ ପ୍ରଧାନ, ଏନଏସି ଉପାଧ୍ୟକ୍ଷ ସେକ ନୁରାନି ପ୍ରମୁଖ ଅଧିକାରୀ ଅତିଥିଭାବେ ଯୋଗଦେଇ ସାଇବର ସୁରକ୍ଷା ଓ ସଚେତନତା ବିଷୟରେ ଉପସ୍ଥିତ ଲୋକଙ୍କୁ ସଚେତନ କରିଥିଲେ। ଥାନାର ଏସଆଇ ପ୍ରଦିପ ନାୟକ, ମହେଶ୍ୱର ପ୍ରଧାନ, ରଶ୍ମିତା ମଲ୍ଲିକ, ଏଏସଆଇ ଲରେନ୍ସ ଖୁଜୁର, ସୁଜିତ ରାଉତ, ନରେନ୍ଦ୍ର ରାଉତ ଆଦି କର୍ମଚାରୀ କାର୍ଯ୍ୟରେ ସହଯୋଗ କରିଥିଲେ। ଅଭିଯାନରେ ବିଭିନ୍ନ ପଂଚାୟତର ସରପଂଚ, ସମିତିସଭ୍ୟ, ସରକାରୀ ଅଧିକାରୀ, ବଶିଷ୍ଠ ନାଗରିକ,ସାମ୍ବାଦିକ ,ସମାଜସେବୀ ଓ କଲେଜ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ପ୍ରାରମ୍ଭରେ ସଚେତନତା ରଥ ସହିତ କଲେଜ ଛାତ୍ର ଛାତ୍ରୀ ଓ ଅଧିକାରୀ ମାନେ ହାତରେ ସାଇବର ସୁରକ୍ଷା ଫ୍ଲାଗ କାର୍ଡ ଧରି ଧାମନଗର ଥାନାରୁ ବଜାର ହୋଇ ବ୍ଲକ କାର୍ଯ୍ୟାଳୟରେ ପହଂଚିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.