Home ଜିଲ୍ଲା ପରିକ୍ରମା ୧୫୦ ବର୍ଷ ଉପଲକ୍ଷେ ଜିଲ୍ଲାରେ ଭାରତର “ବନ୍ଦେ ମାତରମ’ ଗାନ

୧୫୦ ବର୍ଷ ଉପଲକ୍ଷେ ଜିଲ୍ଲାରେ ଭାରତର “ବନ୍ଦେ ମାତରମ’ ଗାନ

7

ଭଦ୍ରକ, ୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଜିଲ୍ଲାପାଳ ଦିଲିପ ରାଉତରାଏଙ୍କ ଅଧ୍ୟକ୍ଷତାରେ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଲିଖିତ ଓ ଭାରତର ରାଷ୍ଟ୍ରୀୟ ଗୀତ “ବନ୍ଦେ ମାତରମ” ର ୧୫୦ ବର୍ଷ ପୂର୍ତି ଉପଲକ୍ଷେ ଜିଲ୍ଲା କାର୍ଯ୍ୟାଳୟରେ ଉକ୍ତ ରାଷ୍ଟ୍ରୀୟ ଗୀତ ସକାଳ ୯.୫୦ ରେ ଗାନ କରାଯାଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)ରବିନାରାୟଣ ସାହୁ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସରୋଜ କୁମାର ଦତ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ସମସ୍ତ ସହାୟକ ଜିଲ୍ଲାପାଳ, ସହକାରୀ ଜିଲ୍ଲାପାଳ, ତହସିଲଦାର, ଅତିରିକ୍ତ ତହସିଲଦାର ଏବଂ ସମସ୍ତ କର୍ମଚାରୀ ଉପସ୍ଥିତଥିଲେ । ବିଶ୍ୱାସ କରାଯାଏ ଯେ, ୭ ନଭେମ୍ବର ୧୮୭୫ ରେ ଏହି ଗୀତଟି ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଲିଖିତ ଆନନ୍ଦ ମଠ ଉପନ୍ୟାସରେ ସ୍ଥାନିତ ହୋଇ ପ୍ରକାଶିତ ହୋଇଥିବାର ଜିଲ୍ଲାପାଳ ବ୍ୟକ୍ତ କରିଥିଲେ ଓ ଏହାସହ କିଭଳି ସମସ୍ତଙ୍କ ମଧ୍ୟରେ ଜାତୀୟତାବାଦ ସୃଷ୍ଟି କରାଯାଇପାରିବ ସେ ବିଷୟରେ ସମ୍ୟକ ଧାରଣା ଦେଇଥିଲେ । ଶେଷରେ ଡେପୁଟି କଲେକ୍ଟର କାର୍ତିର୍ର୍ର୍ର୍ର୍ର୍ର୍ର୍ର୍ର୍ର୍କ ନାଥ ମଣ୍ଡଲ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.