Home ଜିଲ୍ଲା ପରିକ୍ରମା କାର୍ଯ୍ୟରେ ଅବହେଳା ଲାଗି ଧାମନଗର ଥାନାର ମହିଳା କନେଷ୍ଟବଳ ନିଲମ୍ବିତ

କାର୍ଯ୍ୟରେ ଅବହେଳା ଲାଗି ଧାମନଗର ଥାନାର ମହିଳା କନେଷ୍ଟବଳ ନିଲମ୍ବିତ

26

ଭଦ୍ରକ, ୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲ୍ଲାର ଧାମନଗର ଥାନାର ମହିଳା କନେଷ୍ଟବଳ ଅନୁସୟା ବଳ ଙ୍କୁ କାର୍ଯ୍ୟରେ ଅବହେଳା ନେଇ ଜିଲ୍ଲା ପୁଲିସ୍ ସୁପରିଣ୍ଟେଣ୍ଡେଣ୍ଟ (ଏସପି) ମନୋଜ ରାଉତ ନିଲମ୍ବିତ କରିଛନ୍ତି। ସେ ଅଭିଯୁକ୍ତକୁ ଧରିବା ପାଇଁ ଡିୟୁଟି ଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ସ୍ଥାନକୁ ଯାଇନଥିବା ଓ ଥାନା ଅଧିକାରି ଙ୍କ କଥା କୁ ନମାନିବାରୁ ଅଭିଯୋଗ ଉଠିଥିଲା।ସୂଚନା ଅନୁଯାୟୀ, ଧାମନଗର ଥାନାର ଆଇଆଇସି ରଞ୍ଜନ ସେଠୀ ୨୧ ତାରିଖରେ ଏହି ଘଟଣା ସମ୍ପର୍କରେ ଏସଡିପିଙ୍କ ଜରିଆରେ ଜିଲ୍ଲା ଏସପି ଙ୍କୁ ଲିଖିତ ଅଭିଯୋଗ କରିଥିଲେ। ତାପରେ ଅଭିଯୋଗକୁ ଗୁରୁତର ଭାବେ ନେଇ ଏସପି ଘଟଣାର ତଦନ୍ତ କରି ଅନୁସୟା ବଳ ଙ୍କୁ ନିଲମ୍ବିତ ଆଦେଶ ଜାରି କରିଥିଲେ। ତେବେ ପୁର୍ବରୁ ଏହି ଥାନାର ଜଣେ ଏଏସଆଇ କିଡନାପ ନାବାଳିକାକୁ ଖୋଜିବାକୁ ଯିବାପାଇଁ ତାହାର ବାପା ମା’ଙ୍କୁ ଟଙ୍କା ମାଗି ନିଲମ୍ବିତ ହୋଇଛନ୍ତି। ପୁଣି ଏବେ ମହିଳା କନେଷ୍ଟବଳ କର୍ଯ୍ୟରେ ଅବହେଳା ଘଟଣାରେ ନିଲମ୍ବିତ ହେବା ଜଣାପଡ଼ିବା ପରେ ଚର୍ଚ୍ଚା ଜୋର ଧରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.