Home ଜିଲ୍ଲା ପରିକ୍ରମା ବାତ୍ୟା ମୋନ୍ଥା ଜନିତ କ୍ଷତିପୂରଣ ଦାବିରେ ଓଡିଶା କୃଷକ ସଭା ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

ବାତ୍ୟା ମୋନ୍ଥା ଜନିତ କ୍ଷତିପୂରଣ ଦାବିରେ ଓଡିଶା କୃଷକ ସଭା ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

11

ଭଦ୍ରକ, ୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ସମସ୍ତ ଚାଷୀ ଓ ଭାଗଚାଷୀ ମାନଙ୍କୁ ବାତ୍ୟା ମନ୍ଥା ଜନିତ କ୍ଷୟକ୍ଷତିର କ୍ଷତିପୂରଣ, ସମସ୍ତ ଚାଷୀ ଓ ଭାଗଚାଷୀ ମାନଙ୍କ କୃଷିଋଣ ଓ ମହାଜନୀ ଋଣ ଛାଡ କରିବା, ଚାଷୀ ଓ ଭାଗଚାଷୀ ଆତ୍ମହତ୍ୟା ରୋକିବା, କୃଷିବୀମା ରେ ବିଭିନ୍ନ ଘରୋଇ କଂପାନି ଗୁଡିକର ପ୍ରବେଶ ନିଷେଧ କରିବା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ସମସ୍ତ ଚାଷୀ ଓ ଭାଗଚାଷୀ ମାନଙ୍କୁ କ୍ଷତିପୂରଣ ମିଳିବା, ଜାତୀୟ ବିପର୍ଯ୍ୟସ୍ତ ପରିଚାଳନା ପାଣ୍ଠି ( ଏନଡିଆରଏଫ୍‌) ଓ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି( ଏସ ଡିଆରଏଫ୍‌) ର ପରିମାଣ ବୃଦ୍ଧି କରିବା, ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ମନ୍ଥା ଜନିତ କ୍ଷୟକ୍ଷତି ର କ୍ଷତି ପୂରଣ ଚାଷୀ ମାନଙ୍କୁ ତୁରନ୍ତ ମିଳିବା, ବନ୍ୟା, ବାତ୍‌୍ୟା ଓ ମରୁଡିର ସ୍ଥାୟୀ ପ୍ରତିକାର ଆଦି ଦାବି ନେଇ ଓଡିଶା କୃଷକ ସଭା ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଏକ ବିକ୍ଷୋଭ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି। ଏବଂ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ଏହି ପ୍ରତିନିଧି ଦଳରେ ଓଡିଶା କୃଷକ ସଭା ରାଜ୍ୟ ଯୁଗ୍ମ ସଂପାଦକ ବିକାଶ ନାଥ, ଜିଲ୍ଲା ସଭାପତି ଚନ୍ଦ୍ରଶେଖର ନାୟକ, ଜିଲ୍ଲା ସଂପାଦକ ପ୍ରଭାସ ମହାପାତ୍ର, ଚାଷୀ ନେତା ଗୌରାଙ୍ଗ ଯେନା, ଅଶୋକ ବେହେରା, ପ୍ରତାପ ସେଠୀ, ସତ୍ୟମୂର୍ତି ବେହେରା ପ୍ରମୁଖ ନେତୃତ୍ୱ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.