Home ଜିଲ୍ଲା ପରିକ୍ରମା ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଯୋଗ ଶିବିର

ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଯୋଗ ଶିବିର

4

ଭଦ୍ରକ, ୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଯୋଗ ଶିବିର ପରିଷଦର ସଭା ଗୃହରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଶିବିରକୁ ବରିଷ୍ଠ ସାମ୍ବାଦିକ ତଥା ସୁସାହିତ୍ୟିକ ବାସୁଦେବ ତ୍ରିପାଠୀ ଉଦଘାଟନ କରିଥିବା ବେଳେ ପରିଷଦର ସଭାପତି ଅନିଲ କୁମାର ବାରିକ ସଭାପତିତ୍ୱ କରିଥିଲେ । ମାନବ ଜୀବନ, ସୁସ୍ଥ ଶରୀର ପାଇଁ ଯୋଗ ଏକାନ୍ତ ପ୍ରୟୋଜନ । ଏଥିରେ ଯୁବ ଯୋଗ ଗୁରୁ ରାକେଶ କୁମାର ବାରିକ ଦୀର୍ଘ ଦେଡ଼ ଘଂଟା ଧରି ଶତାଧିକ ବରିଷ୍ଟ ବ୍ୟକ୍ତିଙ୍କୁ ଆସନ ପ୍ରାଣାୟମ ପରି ସରଳ ଉପଯୋଗୀ ଯୋଗ ଶିକ୍ଷା ପ୍ରଦାନ କରିଥିଲେ । ଆତ୍ମା ପରମାତ୍ମା ଶରୀର ଓ ମନ ମଧ୍ୟରେ ସନ୍ତୁଳନ ହିଁ ଯୋଗର ଲକ୍ଷ । ସୁସ୍ଥ ଓ ନିରାମୟ ଜୀବନ ହିଁ ସୁସ୍ଥ ସମାଜ ଗଠନ କରିହୁଏ । ଏଥିରେ ପରିଷଦର ସାଧାରଣ ସମ୍ପାଦକ ସଚ୍ଚିକାନ୍ତ ପଣ୍ଡା, ଶିକ୍ଷାବିତ୍ ଭାସ୍କର ଚନ୍ଦ୍ର ସାମଲ, ମହେଶ୍ୱର ସ୍ୱାଇଁ, ବିଦ୍ୟାଧର ରାଉତ, ନରେନ୍ଦ୍ର ମଲ୍ଲିକ, ସଂଗଠନ ସମ୍ପାଦକ ରାମଚନ୍ଦ୍ର ସାହୁ, ଦଶରଥ ଦାସ, ନିରାକାର ଧଳ, ସମାଜ ସେବୀ ନରେନ୍ଦ୍ର ଦାସ, ହୃଦାନନ୍ଦ କର, ଏମ.ଡି ହବିବୁର୍ ରହେମାନ,ଅଭିମନ୍ୟୁ ମଲ୍ଲିକ, ଗୋଲାମ ଜିଲାନୀ ହାବିବି, ଧନଞ୍ଜୟ ଦାସଙ୍କ ସମତେ ଶତାଧିକ ବରିଷ୍ଠ ନାଗରିକ ଯୋଗଦାନ କରିଥିଲେ। ପରେ କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ ହୋଇଥିଲା। ସାମ୍ୱାଦିକ କୃଷ୍ଣ ଚନ୍ଦ୍ର ଜେନା ଓ କୈଳାସ ଗୁପ୍ତା ଏବଂ ରବୀନ୍ଦ୍ର ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କାର୍ଯ୍ୟକାରୀ କମିଟିର ନୂତନ ସଦସ୍ୟ ଭାବେ ଅବସରପ୍ରାପ୍ତ ଅଧ୍ୟାପକ ପଦ୍ମନାଭ ତ୍ରିପାଠୀ, ସମାଜସେବୀ ଗୟାଧର ବଳ, କ୍ଷେତ୍ରବାସୀ ବାରିକଙ୍କ ନାମ ଘୋଷଣା କରାଯାଇଥିଲା । ପରିଷଦର ଉପସଭାପତି ସୁରତ ଚନ୍ଦ୍ର ସେଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.