Home ଜିଲ୍ଲା ପରିକ୍ରମା ପୂର୍ତ ବିଭାଗର ଖାମଖିଆଲି ନୀତି, ଡଷ୍ଟ ପକାଇ ରାସ୍ତା ମରାମତି, ଧୂଳି ଉଡ଼ି ପଥଚାରୀଙ୍କୁ କରୁଛି...

ପୂର୍ତ ବିଭାଗର ଖାମଖିଆଲି ନୀତି, ଡଷ୍ଟ ପକାଇ ରାସ୍ତା ମରାମତି, ଧୂଳି ଉଡ଼ି ପଥଚାରୀଙ୍କୁ କରୁଛି କଲବଲ

6

ଭଦ୍ରକ, ୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୧୬ ନଂ ଜାତୀୟ ରାଜପଥ ଠାରୁ ଧାମନଗର ଦୀର୍ଘ ୯ କିଲୋମିଟର ମୁଖ୍ୟ ପୂର୍ତ ରାସ୍ତା। ରକ୍ଷଣା ବେକ୍ଷଣ ଅଭାବରୁ ଖାଲ ଖମା ହୋଇଛି ଯାତାୟାତ ରେ ଘୋର ଅସୁବିଧା ଦେଖା ଦେଇଚି। ପୂର୍ତ ବିଭାଗ ଯନ୍ତ୍ରୀଙ୍କ ଖାମ ଖିଆଲି ନୀତି ଓ ଅପରିଣାମ ଦର୍ଶୀ ବୈଷୟିକ ଜ୍ଞାନ ପାଇଁ ଖାଲ ଖମା ରେ ଡଷ୍ଟ ପକାଯାଇ ପାଣି ସିଂଚନ କରାଗଲା। ବାତ୍ୟା ମେନ୍ଥାର ପ୍ରଭାବରେ ଲଗାତାର ୩ ଦିନ ବର୍ଷା ଓ ଊର୍ଷ ପର୍ବ ପାଇଁ ହଜାର ହଜାର ଯାତ୍ରୀବାହୀ ଗାଡ଼ି ଚଳାଚଳ ଫଳରେ ଡଷ୍ଟ ଗୁଡ଼ିକ ଧୋଇଗଲା। ଫଳରେ ରାସ୍ତାରେ ଯେତିକି ଖାଲ ଥିଲା ତାର ତିନିଗୁଣା ଗାଢ଼ ସୃଷ୍ଟି ହେଲା। ବର୍ଷା ଛାଡ଼ିଯିବା ପରେ ରାସ୍ତା ଶୁଖି ଯିବାରୁ ଏବେ ଗାଡ଼ିଟିଏ ଗଲେ ଧୂଳି ଉଡ଼ି ପଥଚାରୀଙ୍କୁ ବେହାଲ କରୁଛି।ଲଗାତାର ଦୁଇ ତିନୋଟି ଗାଡ଼ି ଯିବାପରେ ଅନ୍ୟୁନ ୧୦ ମିନିଟ ପର୍ଯ୍ୟନ୍ତ ଧୂଳି ଉଡ଼ିବା ଫଳରେ ରାସ୍ତାଘାଟ ଦେଖା ଯାଉନି। ଫଳରେ ରାସ୍ତା କଡ଼ରେ ବସରେ ଯିବାକୁ ଅପେକ୍ଷା କରିଥିବା ଯାତ୍ରୀ ମାନଙ୍କର ଶ୍ୱାସ ରୁଦ୍ଧ ହେବାପରି ସମସ୍ୟା ଦେଖା ଯାଉଛି। ସ୍ଥାନୀୟ ଅଂଚଳରେ ସମ୍ପୃକ୍ତ ଗ୍ରାମ୍ୟ ଉନ୍ନୟନ ରାସ୍ତା ଗୁଡ଼ିକର ସମ୍ପ୍ରସାରଣ ଓ ପ୍ରଶସ୍ତି କରଣ ପାଇଁ କୋଟି କୋଟି ଟଙ୍କା ବ୍ୟୟରେ କାର୍ଯ୍ୟ ଚାଲିଥିବା ବେଳେ ପୂର୍ତ ବିଭାଗ ରାସ୍ତାର ମରାମତି ହେଉନି। ଯାହା ଫଳରେ ରାସ୍ତାର ଏଭଳି ଦୂରାବସ୍ଥା ପାଇଁ ଲୋକମାନେ ଭଦ୍ରକ ପୂର୍ତର୍ ବିଭାଗକୁ ଦାୟୀ କରୁଛନ୍ତି। ରାସ୍ତା ମରାମତି କ୍ଷେତ୍ରରେ ପୂର୍ତ ବିଭାଗ ଯନ୍ତ୍ରୀ ଓ ତାଙ୍କ ବୈଷୟିକ ଜ୍ଞାନକୁ ତାରିଫ ପୂର୍ବକ ତାଚ୍ଛଲ୍ୟ କରୁଛନ୍ତି। ବିଗତ ବର୍ଷ ଭିତରେ ଧାମନଗର ରାସ୍ତାର କେବେ ଏଭଳି ଦୂରାବସ୍ଥା ହୋଇନଥିବା ବେଳେ ବର୍ତମାନର ଶୋଚନୀୟ ପରିସ୍ଥିତି ଅଂଚଳବାସୀଙ୍କ ଗତାଗତରେ ବାଧକ ସାଜିଛି। ଭଦ୍ରକ ଜିଲ୍ଲାପାଳ, ପୂର୍ତ ବିଭାଗ ଉଚ୍ଚ ଅଧିକାରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ରାସ୍ତା ମରାମତି ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.