Home ଜିଲ୍ଲା ପରିକ୍ରମା ଧାମରା (ଆଦାନୀ)ବନ୍ଦର ମନମାନୀରେ ନିଷ୍ପେଷିତ ଚାଷୀକୂଳ, ଗେଟ ଆଗରେ ଧାରଣା ,କାର୍ଯ୍ୟ ଆରମ୍ଭ ହେବା ପରେ...

ଧାମରା (ଆଦାନୀ)ବନ୍ଦର ମନମାନୀରେ ନିଷ୍ପେଷିତ ଚାଷୀକୂଳ, ଗେଟ ଆଗରେ ଧାରଣା ,କାର୍ଯ୍ୟ ଆରମ୍ଭ ହେବା ପରେ ଧାରଣା ପ୍ରତ୍ୟାହୃତ

10

ଭଦ୍ରକ, ୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ବନ୍ଦର ଗେଟ ଆଗରେ ଶତାଧିକ ଚାଷୀ ଧାରଣା ଦେବାପରେ ଧାମରା ବନ୍ଦର କର୍ତୁପକ୍ଷଙ୍କ ନିଦ ହଜିଯାଇଥିଲା। ଧାରଣା ସକାଳ ୭ଟାରୁ ଆରମ୍ଭ ହୋଇଥିଲା। ଏହି ଧାରଣା ଆରମ୍ଭ ହେବା ପରେ ଧାମରା ବନ୍ଦରକୁ ଆସିଥିବା ଲୁହା ପଥର ବୋଝେଇ ଶତାଧିକ ଟ୍ରକ ଗୁଡିକର ଲମ୍ବା ଲାଇନ ମଧ୍ୟ ଲାଗିଯାଇଥିଲା। ଏଥିସହ ଧାମରା ବନ୍ଦରକୁ ଯାଉଥିବା ଶ୍ରମିକ ମଧ୍ୟ ନିଜର ଡ୍ୟୁଟି କୁ ଯାଇ ପାରି ନଥିଲେ। ଫଳରେ ଧାମରା ବନ୍ଦର କର୍ତୁପକ୍ଷଙ୍କ ନିଦ ମଧ୍ୟ ହଜି ଯାଇଥିଲା। ପ୍ରାପ୍ତ ଖବରରୁ ଜଣାଯାଇଛି ଧାମରା ବନ୍ଦର ନିକଟ ଦେଇ ଯାଇଥିବା ୫ଟି ନାଳ ଯଥା ମାଧିଆ ନାଳ, ସାରଦା ନାଳ, ଚିକିଣି ନାଳ,ବାଲିସାହି ନାଳ ଏବଂ ମାନ୍ନା ନାଳ ଦେଇ ଦୋସିଙ୍ଗା ଏବଂ କଇଥଖୋଲା ପଂଚାୟତର ଚାଷ ଜମିରୁ ପାଣି ନିଷ୍କାସନ ହୋଇଥାଏ। ୨୦୧୮ମସିହାରେ ହୋଇଥିବା ଜନଶୁଣାଣୀରେ କଇଥଖୋଲା ଏବଂ ଦୋସିଙ୍ଗା ପଂଚାୟତବାସୀ ଏହି ୫ଟି ପାଣି ନିଷ୍କାସନ ନାଳ ଗୁଡିକୁ ଧାମରା ବନ୍ଦର କର୍ତୁପକ୍ଷ ଠିକ ଭାବେ ପ୍ରତିବର୍ଷ ଖନନ କରିବା ସହ ସଫେଇ କରିବାକୁ ନିଜର ଦାବୀ ଉପସ୍ଥାପନ କରିଥିଲେ। ମାତ୍ର ବନ୍ଦରକର୍ତୁପକ୍ଷ ନିଜ ମନମାନୀ ରେ ରହିବା ସହ ଏହି ନାଳ ଗୁଡିକୁ ସଫା କରିବା ପରିବର୍ତେ ଏହି ନାଳ ମୁହଁକୁ ବନ୍ଦ କରିଦେଇଛନ୍ତି । ଫଳରେ ଚାଷ ସମୟରେ ପାଣି ନିଷ୍କାସନ ଏବଂ ଧାନ ଅମଳ ସମୟରେ ପାଣି ନିଷ୍କାସନ ସମ୍ଭବ ହୋଇ ପାରୁ ନାହିଁ ଫଳରେ ୨ଟି ପଂଚାୟତର ଚାଷୀକୂଳ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହ ଚାଷ ହୋଇଥିବା ଜମିରୁ ଧାନ ମଧ୍ୟ ଅମଳ କରି ପାରୁ ନାହାନ୍ତି ବୋଲି କଇଥଖୋଲା ପଂଚାୟତର ପୂର୍ବତନ ସରପଂଚ ବନବିହାରୀ ମାଇତି ନିଜର ମତବ୍ୟକ୍ତ କରିଥିବା ବେଳେ ଏହି ନାଳ ଗୁଡିକର ରକ୍ଷଣା ବେକ୍ଷଣ ମଧ୍ୟ ବନ୍ଦର କର୍ତୁପକ୍ଷ କରୁନାହାନ୍ତି। ଆଜି ଏହାର ପ୍ରତିବାଦ ସ୍ୱରୂପ ବନବିହାରୀ ମାଇତିଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଆସି ଧାମରା ବନ୍ଦର(ଆଦାନୀ)୩ନଂ ଗେଟ ଆଗରେ ଧାରଣାରେ ବସିଥିଲେ। ପରେ ବନ୍ଦର କର୍ତୁପକ୍ଷ ନ ଆସି ନିଜର କର୍ମଚାରୀଙ୍କୁ ପଠାଇବା ସହ ୨ଟି ମେସିନ ପଠାଇ ନାଳଖୋଳା ଆରମ୍ଭ କରିବା ପରେ ଗେଟ ଆଗରେ ଧାରଣା ଦେଇଥିବା ଚାଷୀ ମାନେ ଧାରଣା ପ୍ରତ୍ୟାହୃତ କରିଥିଲେ। ପରେ ଧାମରା ବନ୍ଦରକୁ ଆସୁଥିବା ଯାନବାହନ ର ଯାତାୟତ ଠିକ ଭାବେ ହୋଇ ପାରିଥିଲା। ଏହି ନାଳ ଖୋଳା ଠିକ ଭାବେ ବନ୍ଦର କର୍ତୁପକ୍ଷ ନକଲେ ପୁନଶ୍ଚ ଆସନ୍ତା ସପ୍ତାହରେ ଚାଷୀକୂଳ ପୁନଶ୍ଚ ଧାରଣା ସ୍ଥଳକୁ ଆସିବେ ବୋଲି ବନବିହାରୀ ମାଇତି ନିଜର ପ୍ରତିକ୍ରିୟା ରଖିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.