Home ଜିଲ୍ଲା ପରିକ୍ରମା ଧାମନଗର ଏନଏସି ବୈଠକକୁ ଆସିଲେନି କାର୍ଯ୍ୟନିର୍ବାହୀ ଅଧିକାରୀ, ସମ୍ମିଳନୀ କକ୍ଷରେ ଲୋକମୟ, ନିଜ ଅଫିସରେ ବୈଠକ...

ଧାମନଗର ଏନଏସି ବୈଠକକୁ ଆସିଲେନି କାର୍ଯ୍ୟନିର୍ବାହୀ ଅଧିକାରୀ, ସମ୍ମିଳନୀ କକ୍ଷରେ ଲୋକମୟ, ନିଜ ଅଫିସରେ ବୈଠକ କଲେ ଅଧ୍ୟକ୍ଷା

5
???????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୩୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ ଦଶମ ବୈଠକ ଦୀର୍ଘ ୯ ମାସ ପରେ ଅନୁଷ୍ଟିତ ହୋଇଛି। ଏହି ବୈଠକରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ ନାୟକ ଅନୁପସ୍ଥିତ ନେଇ ବିବାଦୀୟ ପରିସ୍ଥିତି ଉପୁଜିଛି।ପ୍ରକାଶ ଥାଉକି ୧୦/୧/୨୦୨୫ ତାରିଖରେ ଧାମନଗର ଏନ ଏ ସି ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହେବାପରେ ଆଉ ବୈଠକ ଅନୁଷ୍ଟିତ ହୋଇନଥିଲା। ଅଧ୍ୟକ୍ଷା ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ମଧ୍ୟରେ ତାଳ ମେଳ ଠିକ୍ ରହୁନଥିବାରୁ ଏପରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି।ଫଳରେ କିଛି ଦିନ ହେବ ଏନ ଏ ସି ଅଂଚଳରେ ଉନ୍ନୟନ କାର୍ଯ୍ୟ ରେ ବାଧା ଉପୁଜିଛି।ତେବେ ଏନ ଏ ସି ରେ ବୈଠକ ପାଇଁ ଅଧ୍ୟକ୍ଷା ନିବେଦିତା ଜେନା ଚଳିତ ମାସ ୨୫/୧୦/୨୫ ରେ ଦଶମ ବୈଠକ ଅନୁଷ୍ଟିତ ପାଇଁ ଚିଠି କରିଥିଲେ। ଏଥିରେ ବଡ ବାବୁ ଚିଠି ଗ୍ରହଣ କରିଥିଲେ।ତେବେ ଆଜି ବୈଠକ ଆରମ୍ୱ ପାଇଁ ସମ୍ମିଳନୀ କକ୍ଷକୁ ଯିବାବେଳେ ସମ୍ମିଳନୀ କକ୍ଷରେ କିଛି ଯୁବକ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଅପେକ୍ଷାକରି ଚେୟାରେ ବସୀ ରହିବା ଦ୍ୱାରା ଅଧ୍ୟକ୍ଷା ନିଜ ଚେମ୍ବର୍ ରେ ୪ ଜଣ କାଉନୁସିଲର ଙ୍କୁ ନେଇ ଅଧ୍ୟକ୍ଷା ବୈଠକ କରିଥିଲେ । ତେବେ ବୈଠକ କୁ ବାରମ୍ବାର କାର୍ଯ୍ୟ ନିର୍ବାହୀ ଅଧିକାରୀ ନ ଆସିବାନେଇନିନ୍ଧା କରା ଯାଇଥିଲା। ଏ ନେଇ ଜିଲ୍ଲାପାଳ ଙ୍କୁ ଅବଗତ କରାଯିବାକୁ ବୈଠକ ରେ ନିଷ୍ପତି ହୋଇଥିଲା। ସୁଚନା ଥାଉକି ଧାମନଗର ଏନ ଏ ସି ରେ ୧୧ ଟି ୱାର୍ଡ ରେ କାଉନୁସିଲର ଥିବା ବେଳେ ଅଧ୍ୟକ୍ଷା ଙ୍କ ନିକଟରେ ୪ ଜଣ କାଉନସିଲର ଉପସ୍ଥିତ ଥିଲେ । ତେବେ ଉକ୍ତ ବୈଠକ ରେ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ନାୟକ ଅନୁପସ୍ଥିତି ନେଇ ପ୍ରତିକ୍ରିୟା ରେ କହିଥିଲେ ଯେ ବୈଠକ ସମ୍ପର୍କ ରେ ମୁଁ ଅବଗତ ନଥିଲି ମୋର ଏକ କାର୍ଯ୍ୟରେ ରେ ଭଦ୍ରକ ଯାଇଥିଲି ବୋଲି ଶ୍ରୀ ନାୟକ କହିଛନ୍ତି । ତେବେ ଗଣ୍ଡଗୋଳ କୁ ଲକ୍ଷ୍ୟ କରି ପୋଲିସ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.