Home ଜିଲ୍ଲା ପରିକ୍ରମା ଦଳିତ ପରିବାରକୁ କଙ୍ଗାରୁ କୋର୍ଟରେ ୧ ଲକ୍ଷ ଜରିମାନା, ନିଆଁ ପାଣି ବନ୍ଦ, ନ୍ୟାୟ ପାଇଁ...

ଦଳିତ ପରିବାରକୁ କଙ୍ଗାରୁ କୋର୍ଟରେ ୧ ଲକ୍ଷ ଜରିମାନା, ନିଆଁ ପାଣି ବନ୍ଦ, ନ୍ୟାୟ ପାଇଁ ଏସ୍‌ପି ଅଫିସ୍ ସମ୍ମୁଖରେ ଆମରଣ ଅନଶନ

17
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୩୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ପୀରହାଟ ଥାନା ଅଧୀନ ତଳଦପା ଗ୍ରାମର ଏକ ପରିବାର କେତେକ ଖଳ ପ୍ରକୃତିର ଲୋକଙ୍କ ଚକ୍ରାନ୍ତର ଶୀକାର ହୋଇ କଙ୍ଗାରୁ କୋର୍ଟ ଭଳି ଅଭାବନୀୟ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ ମଧ୍ୟ ସ୍ଥାନୀୟ ପୁଲିସ୍ ଅସାମାଜିକ ଲୋକଙ୍କୁ ସମର୍ଥନ କରି କୌଣସି ପଦକ୍ଷେପ ଗ୍ରହଣ ନକରିବା ବିରୁଦ୍ଧରେ ଆଜି ପୀଡିତ ପରିବାର ପକ୍ଷରୁ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରାଯାଇଛି। ଜିଲା ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତଙ୍କୁ ଏହି ପରିବାର ପକ୍ଷରୁ ବିଷ୍ଣୁମୋହନ ମଳିକ ଦେଇଥିବା ଅଭିଯୋଗ ପତ୍ର ମୂଳେ ପୂର୍ବ ଶତ୍ରୁତାରୁ ତଳଦପା ଗ୍ରାମର କେତେକ ଖଳ ପ୍ରକୃତିର ବ୍ୟକ୍ତି ତାଙ୍କ ପରିବାରକୁ କଙ୍ଗାରୁ କୋର୍ଟ ଭଳି ପରିସ୍ଥିତିର ସମ୍ମୁଖୀନ କରାଇଛନ୍ତି। ଏପରିକି ବିଷ୍ଣୁ କରିଥିବା ଏକ ତେଜରାତି ଦୋକାନରୁ ଲୋକମାନେ ସଉଦାପତ୍ର କିଣିବାକୁ ବାରଣ କରିବା ସହ ଯିଏ କିଣିବ, ତାକୁ ଜରିମାନା ଦେବାକୁ ପଡିବ ବୋଲି ନିଷ୍ପତି ଶୁଣାଇଛନ୍ତି। ଏବଂ ବିଷ୍ଣୁଙ୍କ ପରିବାର ଏକଲକ୍ଷ ଟଙ୍କା ଦେଲେ ସେମାନଙ୍କ ଉପରେ ଲାଗିଥିବା ବାସନ୍ଦ ଭଳି କଟକଣା ଉଠାଇ ଦିଆଯିବ ବୋଲି କହିଥିଲେ। କିନ୍ତୁ ବିଷ୍ଣୁ ଜଣେ ଗରିବ ଶ୍ରେଣୀର ବ୍ୟକ୍ତି ହୋଇଥିବାରୁ ଉକ୍ତ ଟଙ୍କା ନଦେବା ଫଳରେ ସେମାନେ ନିଆଁ ପାଣି ବନ୍ଦ କରିଥିଲେ। ଏପରିକି ସେମାନେ ବିଷ୍ଣୁଙ୍କ ପରିବାର ଏକ ଅନାବାଦୀ ଜମିରେ କରିଥିବା ପୋଖରୀରୁ ପାଣି ନେବାକୁ ବାରଣ କରିଥିଲେ। ଫଳରେ ତାଙ୍କ ପରିବାରର ଜୀବନ ଜୀବିକା କ୍ଷତିଗ୍ରସ୍ତ ହେବାରୁ ସେ ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ହାବିଲଦାର ଟୁଡୁ ବାବୁ ଅପରପକ୍ଷଙ୍କୁ ନଡାକି ତାଙ୍କୁ ପ୍ରବଳ ମାଡ ମାରିଥିଲେ। ଥାନାଧିକାରୀ ମଧ୍ୟ ତାଙ୍କର ଅଭିଯୋଗ ପ୍ରତି କର୍ଣ୍ଣପାତ କରିନଥିଲେ। ଯେଉଁଥିପାଇଁ ସେ ନ୍ୟାୟ ପାଇଁ ଗତମାସ ୧୮ ତାରିଖରେ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ଶରଣାପନ୍ନ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଫଳରେ ବାଧ୍ୟହୋଇ ସଂପୃକ୍ତ ପରିବାର ଆଜି ପୂର୍ବ ଘୋଷଣା ମତେ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିଥିଲେ। ଶେଷରେ ଜିଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାଉତ ସେମାନଙ୍କୁ ଡକାଇ ପୀରହାଟ ଥାନାଧିକାରୀଙ୍କୁ ସୋମବାର ସୁଦ୍ଧା ନିରପେକ୍ଷ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଉକ୍ତ ଆମରଣ ଅନଶନ ପ୍ରତ୍ୟାହୃତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.