Home ଜିଲ୍ଲା ପରିକ୍ରମା ବାଂଶଡା ପୋଲିସ ତରଫରୁ ଘଣ୍ଟେଶ୍ୱର +୩ ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ବାଂଶଡା ପୋଲିସ ତରଫରୁ ଘଣ୍ଟେଶ୍ୱର +୩ ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

12

ଭଦ୍ରକ, ୩୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲାର ଘଣ୍ଟେଶ୍ୱର+୩ ମହାବିଦ୍ୟାଳୟ ପ୍ରାଙ୍ଗଣରେ ବାଂଶଡା ପୋଲିସ ତରଫରୁ ଗମ୍ଭୀର ଓ ଦେଶଭକ୍ତିମୟ ପରିବେଶରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଇଛି। ଜାତିର ଏକତା ଓ ଅଖଣ୍ଡତାର ପ୍ରତୀକ ସର୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଏହି ଅନୁଷ୍ଠାନ ଆୟୋଜନ କରାଯାଇଥିଲା ଏହି କାର୍ଯ୍ୟକ୍ରମର ଆରମ୍ଭରେ ବାଂଶଡା ଥାନାର ଅଧିକାରୀ ମହମଦ ହାପିଜ ଜାତୀୟ ପତାକା ଉତ୍ତୋଳନ କରି ଛାତ୍ର ଛାତ୍ରୀ ମାନଙ୍କୁ ରାଷ୍ଟ୍ରୀୟ ଏକତା ଶପଥ ଗ୍ରହଣ କରାଇଥିଲେ। ସେ ତାଙ୍କ ଉଦ୍ୱୋଧନରେ କହିଥିଲେ ଯେ, ସର୍ଦାର ପଟେଲଙ୍କ ଦୃଢ଼ ନେତୃତ୍ୱ ଓ ଦେଶପ୍ରେମ ଦ୍ୱାରା ଭାରତ ଏକତାବଦ୍ଧ ହୋଇପାରିଥିଲା। ଆଜି ତାଙ୍କ ଆଦର୍ଶ ଓ ତ୍ୟାଗରୁ ପ୍ରେରଣା ନେଇ ସମସ୍ତଙ୍କୁ ଏକତା, ସମ୍ମାନ ଓ ଶାନ୍ତି ରକ୍ଷାରେ ଆଗୁଆ କରିବା ଆବଶ୍ୟକ।ଏହି ଅବସରରେ ଘଣ୍ଟେଶ୍ୱର +୩ ମହାବିଦ୍ୟାଳୟର ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ“ରନ ଫର ୟୁନିଟି” ରେ ଅଂଶଗ୍ରହଣ କରି ଏକତା ଓ ଜାତୀୟ ସମ୍ମିଳନର ସନ୍ଦେଶ ଦେଇଥିଲେ। ବାଂଶଡା ଥାନା ଅଧିକାରୀ ମହମଦ ହାପିଜ ଘଣ୍ଟେଶ୍ୱର ଫାଣ୍ଡି ଅଧିକାରୀ ମହାପାତ୍ର ଅନ୍ୟ ଅଧିକାରୀମାନେ ମଧ୍ୟ ଏହି ରାଲିରେ ସାମିଲ ହୋଇ ସାମାଜିକ ସମ୍ମିଳନ ଓ ନିୟମ ଶୃଙ୍ଖଳାର ପ୍ରତି ଜନସାଧାରଣଙ୍କୁ ସଚେତନ କରିଥିଲେ।କାର୍ଯ୍ୟକ୍ରମ ଶେଷରେ ଦେଶଭକ୍ତିମୟ ଗୀତ ଓ ଅଭିଭାଷଣ ପ୍ରସ୍ତୁତ କରି ଛାତ୍ରଛାତ୍ରୀମାନେ ସର୍ଦାର ପଟେଲଙ୍କ ଆଦର୍ଶକୁ ସ୍ମରଣ କରିଥିଲେ।ଘଣ୍ଟେଶ୍ୱର +୩ ମହାବିଦ୍ୟାଳୟ ରେ ଅଦକ୍ଷ ଏବଂ ଅଞ୍ଚଳବାସୀ, ସାମାଜିକ କର୍ମୀ, ଓ ପୋଲିସ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।ବାଂଶଡା ପୋଲିସ ତରଫରୁ ଏହି ପ୍ରୟାସ ସ୍ଥାନୀୟ ଲୋକଙ୍କ ମନରେ ଦେଶପ୍ରେମ ଓ ଏକତାର ଜ୍ୱାଲା ଜାଗ୍ରୁତ କରିଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.