Home ଜିଲ୍ଲା ପରିକ୍ରମା ନିଗମାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ନିଗମାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

26

ଭଦ୍ରକ, ୨୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ନିକଟସ୍ଥ ଶଶିକାଦେଇପୁର ଠାରେ ଥିବା ନିଗମାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟରେ କରଞ୍ଜମାଳ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରେବତୀକାନ୍ତ ବେହେରାଙ୍କ ସଭାପତିତ୍ୱରେ ହୋଇଥିବା ସଭାରେ ମୁଖ୍ୟ ଅତିଥି ଭାବେ ସୁକୁମାର ହାତୀ, ସମ୍ମାନୀତ ଅତିଥି ଭାବେ କରଞମାଳ ପଂଚାୟତର ପୂର୍ବତନ ସରପଂଚ ରମେଶ ନାୟକ, ଏବଂ ଆଦାନୀର ସିଏସଆର ବିଭାଗର ମୃଣ୍ମୟ ମାନ୍ନା,ସିଆରସିସି ତ୍ରିଲୋଚନ ଦାସ, ପୂର୍ବତନ ସିଆରସିସି ଅନୁପ କୁମାର ଦାସ,ପଂଚୁଟିକ୍ରି ପଂଚାୟତ ହାଇସ୍କୁଲର ପ୍ରଧାନ ଶିକ୍ଷକ ତାରାକାନ୍ତ ବେହେରା ପ୍ରମୁଖ ଯୋଗ ଦେଇ ନିଜ ନିଜର ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅର୍ନ୍ତନିହିତ ଗୁଣାବଳୀର ପରିପ୍ରକାଶ ହେବା ପାଇଁ ସୁରଭି ଏକ ମାଧ୍ୟମ । ଆଜି ହୋଇଥିବା ଏହି ସୁରଭି କାର୍ଯ୍ୟକ୍ରମରେ ୧୭ଟି ବିଦ୍ୟାଳୟର ୨ଶହ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ପରେ କୃତୀ ପ୍ରତିଯୋଗି ମାନଙ୍କୁ ମାନପତ୍ର ସହ ଟ୍ରଫି ମଧ୍ୟ ପ୍ରଦାନ କରାଯାଇଥିଲା । ଆଜି ହୋଇଥିବା ଏହି ସୁରଭି କାର୍ଯ୍ୟକ୍ରମରେ ଗିରିଧାରୀ ଭୋଳ, ସିଦ୍ଧେଶ୍ୱର ଦୁଆରୀ, ଶ୍ରୀଧର ସ୍ୱାଇଁ, ଲୀନା ଦାସ, ରାଜଶ୍ରୀ ବାରିକ, ମହେଶ୍ୱେତା ଦାସ, ଶିବାଦ୍ୱିତ ନାଏକ, ରାଜ କିଶୋର ମଲିକ, ରିତୁପୂର୍ଣା ମାଝୀ, ପଦ୍ମିନୀ ସେଠୀ, ବିଶ୍ୱମୋହିନୀ ମଣ୍ଡଳ, ବିକାଶ ଦାସ, ଲିପିପୁଷ୍ପା ସେଠୀ, ଅକ୍ଷୟ ରାଉତ,ମହେଶ୍ୱତା ଦାସ, ଅଜୟ କୁମାର ମାଝି, ସ୍ମୃତିସ୍ମିତା ସେଠୀ, ମିନତୀ ମାଝୀ, ଶୁଭକାନ୍ତ ବାରିକ,ପ୍ରଜ୍ଞାଦିପ୍ତ ବିଶ୍ୱାଳ, ଶୁଭଶ୍ରୀ ସେଠୀ ପ୍ରମୁଖ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ ପରିଚାଳନାରେ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.