Home ଜିଲ୍ଲା ପରିକ୍ରମା ଜିଲାସ୍ତରୀୟ ଶିଶୁ ମହୋତ୍ସବ ପାଳିତ

ଜିଲାସ୍ତରୀୟ ଶିଶୁ ମହୋତ୍ସବ ପାଳିତ

5

ଭଦ୍ରକ, ୨୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ମହିଳା ଓ ଶିଶୁ ବିକାଶ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳ ଭଦ୍ରକଙ୍କ ସଭାପତିତ୍ୱରେ ଜିଲ୍ଲା ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ -୨୦୨୫ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଦିଲୀପ ରାଉତରାଏ ଯୋଗ ଦେଇ ଶିଶୁ ଦେଶର ଭାଗ୍ୟ ବିଧାତା, ଶିଶୁ ହସିଲେ ଦେଶ ହସିବ ବୋଲି ବର୍ଣ୍ଣନା କରିଥିଲେ ।ଜିଲ୍ଲାପାଳ ନିଜର ସ୍ୱଳ୍ପ ସମୟର ଭାଷଣରେ ବହୁତ ମର୍ମ କଥା ଗୁଡିକ କହି ଯାଇଛନ୍ତି । ଅବହେଳିତ ହିତାଧିକାରୀ ଙ୍କ ପାଖକୁ ସେବା ପହଂଚା ଯାଇପାରିବ ତାହା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ କାର୍ଯ୍ୟକ୍ରମରେ ଯୋଗ ଦେଇ ଉଦ୍ଦିଷ୍ଟ ଲକ୍ଷ୍ୟ ହାସଲ କିପରି କରାଯାଇ ପାରିବ ସେଥିପ୍ରତି ଗୁରୁତ୍ୱ ଆରୋପ କରିଥିଲେ । ଅନ୍ୟତମ ଅତିଥି ଭାବେ ସିଡବ୍ଲ୍ୟୁସି ଚେୟାରମ୍ୟାନ ଦେବରାଜ ପାଣିଗ୍ରାହୀ ଶିଶୁ ମାନଙ୍କ ପାଇଁ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ମାନ ବିଷୟରେ ଆଲୋଚନା କରିଥିଲେ । ଏହାପରେ ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ମାନ କରାଯାଇଥିଲା । ସର୍ବ ଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅବିନାଶ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅପର୍ଣ କରିଥିଲେ ଏବଂ ସଭା ସାଂଘ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.