ଭଦ୍ରକ, ୨୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ର ଅଧିଷ୍ଠାତ୍ରୀ ଦେବୀ ଶକ୍ତି ଦାୟିନୀ ମା ଭଦ୍ରକାଳୀ ସପ୍ତମାତୃକା ବେଶ ର ଚତୁର୍ଥ ଦିନ ରେ ସିଂହ ବାହିନୀ ବେଶ ରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଛନ୍ତି। ମା ଙ୍କ ର ଏହି ଅପୂର୍ବ, ଅଲୌକିକ ରୂପ କୁ ଦର୍ଶନ କରିବା ଲାଗି ଅର୍ଦ୍ଧ ରାତ୍ର ପର୍ଯ୍ୟନ୍ତ ପିଠ ରେ ଭକ୍ତ ମାନଙ୍କର ଗହଳି ଲାଗିଥିଲା। ଦୁର୍ଗତି ନାଶିନୀ, ମର୍ହିଷା ମରଦନୀ, ଅଭୟ ବର ଦାୟିନୀ ମା ଭଦ୍ରକାଳୀ ଙ୍କ ସିଂହବାହିନୀ ବେଶକୁ ଦର୍ଶନ କରି ଭକ୍ତ ମାନେ ଆନନ୍ଦିତ ହେଇଛନ୍ତି। ମାଙ୍କ ର ମୁଖ ମଣ୍ଡଳ ଗୋଲାପି ବର୍ଣ୍ଣ ଥିବା ବେଳେ ମା ନାଲି ପାଟ ବସ୍ତ୍ର ପରିଧାନ କରି ସ୍ୱର୍ଣ୍ଣ ରୌପ୍ୟ ଅଳଙ୍କାର ସହ ବିଭିନ୍ୟ ଆଭୂଷଣ ରେ ସଜ୍ଜିତ ହୋଇଥିଲେ। ସିଂହ ର ପୃଷ୍ଠ ଦେଶ ରେ ବିରାଜ ମାନ କରି ହସ୍ତ ରେ ତ୍ରିଶୂଳ, ଖଡଗ, ଗଦା ଓ ଚକ୍ର ଧାରଣ କରି ଚତୁର୍ଦ୍ଧା ରୂପରେ ପୁଜା ପାଇଛନ୍ତି ମା ଭଦ୍ରକାଳୀ। ମାଙ୍କ ର ସିଂହ ବାହିନୀ ବେଶ କୁ ଦର୍ଶନ କଲେ ଭକ୍ତ ର ଗ୍ରହ ଦଶ। ଓ ରିଷ୍ଟ ଖଣ୍ଡନ ହୁଏ ଭକ୍ତ ବିପଦ ମୁକ୍ତ ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ଭାରତ ବର୍ଷ ର ଅନ୍ୟ ଶକ୍ତି ପୀଠ ଠାରୁ ମା ଭଦ୍ରକାଳୀ ପୀଠ ଅନନ୍ୟ କାରଣ ଏହି ପୀଠ ରେ ପାର୍ଶ୍ୱ ଦେବତା ରୁପେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମାତା ଶୁଭଦ୍ରା ପୁଜା ପାଉଛନ୍ତି। ମାଧବ ଓ ମାତା ଦୁର୍ଗା ଙ୍କ ସମନ୍ୱୟ ହେତୁ ଏହି ପୀଠ କୁ ଢୁର୍ଗ। ମାଧବ ପିଠ ବୋଲି ଶାସ୍ତ୍ର ରେ ବର୍ଣ୍ଣନା କରାଯାଇଛି। ପିଠ ରେ ମହାଯଜ୍ଞ ର ନମଃ ଭଗବତେ ବାସୁଦେବାୟ ମନ୍ତ୍ର ରେ ଆହୁତି ସାଙ୍ଗ କୁ ଗୀତା ପାଠ, ଭାଗବତ ପାଠ, ଶତ ଚଣ୍ଡୀ ପାଠ ଚାଲୁ ରହିଛି। ସନ୍ଧ୍ୟା ରେ ବେଶ ଜମୁଛି ସାଂସ୍କୃତିକ କାର୍ଯ୍ୟକ୍ରମ। ଆଜି ଚତୁର୍ଥ ସାଂସ୍କୃତିକ ସନ୍ଧ୍ୟା ରେ ଭଦ୍ରକ ଜିଲ୍ଲା ର ବିଭିନ୍ନ କୋଣ ଅନୁକୋଣରୁ ଶିଶୁ, ବିଦ୍ୟାଳୟ ରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ମାନଙ୍କର ନୃତ୍ୟ ପରିବେଷଣ ସମସ୍ତଙ୍କ ମନ ମୋହିଥିଲ। ପଂଚମ ଦିବସରେ ମା ଙ୍କ ର ଜଗଦ୍ଧାତ୍ରୀ ବେଶ ନିମନ୍ତେ ମନ୍ଦିର ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି।








