Home ଜିଲ୍ଲା ପରିକ୍ରମା ଚାଚତେଇ ସଂଗଠନ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ

ଚାଚତେଇ ସଂଗଠନ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ

25

ଭଦ୍ରକ, ୨୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ତ ବ୍ଲକ୍ ଚାରିଗାଁ, ଚକ୍ରାପାଢୀ, ତେଲନଟୀ, ଇଟୁଆ ଗ୍ରାମକୁ ନେଇ ଗଠିତ ଚାଚତେଇ ସାମାଜିକ ସଂଗଠନ ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କରାଯାଇଛି । ସ୍ଥାନୀୟ ବାଲିପୋଖରୀ ବଜାରରେ କାଳିପୂଜା ଚାଲିଥିବା ବେଳେ ପରିବେଶକୁ ସଫା ସୁତରା ରଖିବା ନେଇ ସମ୍ପୂର୍ଣ୍ଣ ବଜାର ଅଚଂଳକୁ ସଫେଇ କରାଯାଇଛି । ସଂଗଠନର ଆବାହକ ଯୋଗଗୁରୁ ତଥା ସମିତି ସଭ୍ୟ ଧରଣୀ ଧର କର୍ରଙ୍କ ତତ୍ୱାବଧାନରେ ସଭାପତି ଜୟଦେବ ସାହୁ, ଉପ-ସଭାପତି ପ୍ରଶାନ୍ତ ଦାଶ, ସମ୍ପାଦକ ଅଜୟ ସାହୁ, ସହ-ସମ୍ପାଦକ ଗଜେନ୍ଦ୍ର ଜେନା, କୋଷାଧ୍ୟକ୍ଷ ସୁଦର୍ଶନ ଜେନା, ବନମାଳୀ ସାହୁ, ସନ୍ତୋଷ ସାହୁ, ଶ୍ରୀବତ୍ସ କର, ଶ୍ରୀକାନ୍ତ ଜେନା,ବିକାଶ କର, ଜିତେନ୍ଦ୍ର ପାଣିଗ୍ରାହୀ, ସୀତାକାନ୍ତ ଜେନା, ତାପସ୍ ସାହୁ ପ୍ରମୁଖ ସଫେଇ କାର୍ଯ୍ୟରେ ସାମିଲ୍ ଥିବା ବେଳେ ପରିବେଶକୁ ସଫାସୁତରା ରଖିବା ନେଇ ଏଠାକୁ ଆସୁଥୁବା ଶ୍ରଦ୍ଧାଳୁ ମାନଙ୍କୁ ସଚେତନ କରାଇଥିଲେ । ପ୍ରକାଶଯେ ସମାଜର ଅବହେଳିତଙ୍କୁ ସ୍ୱାସ୍ଥ୍ୟ ସେବା, ମେଧାଛାତ୍ରଙ୍କୁ ଆର୍ଥର୍ିକ ପ୍ରୋତ୍ସାହନ, ବନ୍ୟା, ବାତ୍ୟା ଓ ଅଗ୍ନି ବିପନ୍ନଙ୍କୁ ସାହାଯ୍ୟ ସହ ରକ୍ତଦାନ ଓ ବୃକ୍ଷରୋପଣ ଆଦିି ସାମାଜିକ କାର୍ଯ୍ୟ ସଂଗଠନ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.