ଭଦ୍ରକ, ୨୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଅଡାଳପଙ୍କର ସାର୍ବଜନୀନ ମା’ କାଳୀ ପୂଜା ପାଇଁ ସମଗ୍ର ଅଚଂଳ ଉତ୍ସବ ମୁଖର ହୋଇଛି । ଚଳିତ ବର୍ଷ ଏହି ପୂଜା ୪୨ବର୍ଷରେ ପଦାର୍ପଣ କରିଥିବା ବେଳେ ପୂଜା କମିଟିର ସଦସ୍ୟ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି । ଏହି ପୂଜା ଏଠାରେ ୫ ଦିନ ବ୍ୟାପି ପାଳନ କରାଯିବାକୁ ଥିବା ବେଳେ ମା’ କାଳିଙ୍କ ପ୍ରତିମୂର୍ତି ଏବଂ ପାଶ୍ୱର୍ ଦେବାଦେବୀ ମୁଖ୍ୟ ଆକର୍ଷଣ ସାଜି ଥିବା ବେଳେ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଠ କରୁଛି । ପୂଜା ପାଇଁ ଦୋଳି ମିନା ବଜାର ଆଦି ପଡିଆରେ ଶୋଭା ପାଉଥିବା ବେଳେ ଆକର୍ଷଣୀୟ ତୋରଣ ଓ ଆଲୋକ ମାଳାରେ ସଜ୍ଜିତ କରାଯାଇଛି । ସ୍ଥାନିୟ କୃଷ୍ଣ ସାଗର ପୁଷ୍କରଣୀରୁ କଳସ ବୁଡାଯାଇ ମା’ଙ୍କ ମଣ୍ଡପରେ ସ୍ଥାପନା ପୂର୍ବକ ପୂଜାରମ୍ଭ କରାଯାଇଛି । ପଣ୍ଡିତ ଗୋପାଳ ପଣ୍ଡା ଓ ଅଶୋକ ଦାଶ ପୂଜକ ଭାବେ ଠାକୁରଙ୍କ ରୀତି ନିତି ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ । ଏହି ପୂଜା ସଂପୃକ୍ତ ଅଚଂଳର ପୁରାତନ ପୂଜା ହୋଇଥିବାରୁ ବନ୍ତ ବ୍ଲକ ସମେତ ହାଟଡିହି ବ୍ଲକ ଅଚଂଳର ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଏଠାରେ ରୁଣ୍ଡିଭୂତ ହୋଇଥାନ୍ତି । ଏହାକୁ ଦୃଷ୍ଟିରେ ରଖି କମିଟି ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ସାଂସ୍କୃତିକ ମଚଂରେ ବାଦୀ ପାଲାକୁ ଅଧିକ ଲୋକାଭିମୁଖି କରିବା ନେଇ ଚଳିତ ବର୍ଷ ନୟାଗଡରୁୁ ଗାୟକ ପିୟୁଷ ସତ୍ୟନାରାୟଣ ଜେନା ଓ ଜଗତସିଂପୁର ରୁ ଗାୟକ ଯୁବ ଭାସ୍କର ଡ.ଜ୍ଞାନପ୍ରିୟ କାନୁନଗୋ ୩ ଦିନି ବ୍ୟାପି ପାଲା ପରିବେଷଣ କରୁଛନ୍ତି । ଏହି ପାଲା ଦେଖିବା ପାଇଁ ଅଡାଳପଙ୍କ ସମେତ ଆଡିଆ,ରାମଚନ୍ଦ୍ରପୁର, ନିମାପଡା, ବଧିଗଢିଆ, ବେରୁଣପଦି, ମଉଦା, ଜିରିଣା ଆଦି ଅଚଂଳର ଶହ ଶହ ଲୋକେ ରୂଣ୍ଡିଭୂତ ହେଉଛନ୍ତି । ପୂଜା କମିଟିର ସଭାପତି ସୁଧାକର ତ୍ରିପାଠୀ,ସମ୍ପାଦକ ନିମାଇଁ ଚରଣ ବିଶ୍ୱାଳ,କୋଷାଧ୍ୟକ୍ଷ ଆଲୋକ କୁମାର କର,ସୁଧାକର ବଳ, ସମ୍ଭୁନାଥ ମହାରଣା,ଜଗନ୍ନାଥ ପଣ୍ଡା,ମଙ୍ଗୁଳି ନାୟକ,ସନାତନ ମହାରଣା,ମନ୍ମଥ କୁମାର ପଣ୍ଡା,ରତିକାନ୍ତ ଜେନା, ଅନାମ ଚନ୍ଦ୍ର ଜେନା,କୋଦଣ୍ଡ ଜେନା,ବନମାଳୀ ତ୍ରିପାଠୀ,ଭାସ୍କର ଚନ୍ଦ୍ର ତ୍ରିପାଠୀ, ସୁରେଶ ତ୍ରିପାଠୀ, କମଳା ବିଶ୍ୱାଳ, ବଶିଂଧର ଖିଲାର, ବିକ୍ରମାଦିତ୍ୟ ତ୍ରିପାଠୀ, ପ୍ରଫୁଲ୍ଲ କୁମାର ରାଉତ୍ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି ।








