ଭଦ୍ରକ, ୧୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ନିକଟସ୍ଥ ବାଲିସାହି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଦୋସିଙ୍ଗା ଆଂଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ସମାଜସେବୀ ଦେବେନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ହୋଇଥିବା ସଭାରେ ଆଦାନୀ ସାମାଜିକ ଦାୟିତ୍ୱ ବୋଧ ବିଭାଗର ମୁଖ୍ୟ ଦେବାଶିଷ ମୁଖାର୍ଜୀ ମୁଖ୍ୟ ଅତିଥି ଭାବେ,ଦୋସିଙ୍ଗା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଅନିତା ଦାସ ଏବଂ ସାଇ ଇଂଟର ନେସନାଲ ସ୍କୁଲର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଅତୁଲ କୁମାର ଜାନା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବାଲିସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉପେନ୍ଦ୍ର ନାୟକ, କରଞ୍ଜମାଳ ସିଆରସିସି ତ୍ରିଲୋଚନ ଦାସ ପ୍ରମୁଖ ମଂଚାସୀନ ଥିଲେ। ୨୪ଟି ପ୍ରତିଯୋଗିତା ପାଇଁ ୧୮ଟି ବିଦ୍ୟାଳୟର ୩୨୯ଜଣ ଛାତ୍ରଛାତ୍ରୀ କନିଷ୍ଠ ବର୍ଗ ଏବଂ ବରିଷ୍ଠବର୍ଗ ଅଂଶ ଗ୍ରହଣ କରିଥିଲେ। ବାଲିସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଥମ ସ୍ଥାନ, ଦୋସିଙ୍ଗା ଉଚ୍ଚ ବିଦ୍ୟାଳୟ ଦ୍ୱିତୀୟ ଏବଂ ବଳଭଦ୍ର ପ୍ରଶାଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଥିଲେ।ସମସ୍ତ କୃତୀ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ପ୍ରଧାନଶିକ୍ଷକ ଉପେନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିବା ବେଳେ କାର୍ଯ୍ୟକ୍ରମକୁ ଦୋସିଙ୍ଗା ସିଆରସିସି ରଣଜିତ ଜେନା ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ଅଭିମନ୍ୟୂ ନାୟକ,ଚୈତନ ମାଇତି,ମମତା ରାଣୀ ବାଗ, ଦେବାଶିଷ ଜେନା, ଅଞ୍ଜୁ ହାଲଦାର, ତପନ ସାହୁ, ସୌମେନ ସୁନ୍ଦର ଦାସ, ବଳରାମ ଦେ, ନନି ଗୋପାଳ ଦଳପତି ପ୍ରମୁଖ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।








