Home ଜିଲ୍ଲା ପରିକ୍ରମା ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

14

ଭଦ୍ରକ, ୧୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବିଜୁ ଜନତା ଦଳ ଜିଲ୍ଲା କାର୍ଯ୍ୟାଳୟ ଠାରେ ସାଢ଼େ ଚାରିକୋଟି ଓଡ଼ିଆଙ୍କ ଜନମାନସର ନେତା, ବିଜୁ ଜନତା ଦଳର ସଭାପତି ତଥା ଆମ ସଭିଙ୍କ ପ୍ରିୟ ନେତା ନବୀନ ପଟ୍ଟନାୟକଙ୍କ ୭୯ତମ ଜନ୍ମ ଦିବସ ଅବସରରେ “ବିଜୁ ଯୁବ-ଛାତ୍ର ଜନତା ଦଳ” ଭଦ୍ରକ ନିର୍ବାଚନ ମଣ୍ଡଳୀ ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ୧୦୩ ୟୁନିଟ୍ ରକ୍ତ ସଂଗୃହୀତ ହୋଇଅଛି । ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଜେଡ଼ି ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ, ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ, ପୌରାଧ୍ୟକ୍ଷା ଗୁଲମକ୍କି ହବିବ, ବିଜେଡ଼ି ଭଦ୍ରକ ଟାଉନ୍ ସଭାପତି ଏମଡି ଜକାଉଲ୍ଲା, ବ୍ଲକ ସଭାପତି ପ୍ରଫୁଲ୍ଲ ନାୟକ, ଭଦ୍ରକ ୨୮ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ପୂର୍ଣ୍ଣଶଶି ପାଣିଗ୍ରାହୀ, ବିଜେଡ଼ିର ବହୁ ସରପଂଚ, ସମିତି ସଭ୍ୟ-ସଭ୍ୟା, ପାରିଷଦ ଓ ପାରିଷଦ ଙ୍କ ପ୍ରତିନିଧି ଏବଂ ବରିଷ୍ଠ, ମହିଳା, ଶତାଧିକ ଯୁବ-ଛାତ୍ର ନେତୃମଣ୍ଡଳୀ ଯଥା ବିଜୁ ମହିଳା ଜନତା ଦଳର ପୂର୍ବତନ ସଭାନେତ୍ରୀ ଦେବୀଦତା ମହାନ୍ତି, ନାରୀନେତ୍ରୀ ରାଜଲକ୍ଷ୍ମୀ ମହାପାତ୍ର, ବରିଷ୍ଠ ନେତା ଦିଲ୍ଲୀପ ନାୟକ, ଅକ୍ଷୟ କୁମାର ମହାନ୍ତି, ସୁଧାକର ମହାଳିକ, ସୁଧାକର ଜେନା, ରଘୁନାଥ ପଣ୍ଡା, ଯୁବନେତା ଅଞ୍ଜନ ଜେନା, ପଙ୍କଜ ବଳ, ଯାହିଦ୍ ହବିବ, ପ୍ରିୟବ୍ରତ ନାୟକ, ଫରହାତ ଆଲମ ଖାନ, ତପନ ଦାସ, ସାହିଦ ଖାନ, ତନବିର ଖାନ, ମେହେବୁବ ଖାନ, ବିକାଶ ଶ୍ରେଷ୍ଠା, ଆଶିଷ ମହାନ୍ତି, ତାପସ ରାୟ, ଦେବାଶିଷ ଭାରତୀ, ଛାତ୍ରନେତା କାମେଶ ବାରିକ, ଶାନ୍ତନୁ ବିଶ୍ୱାଳ ଯୋଗଦେଇ ଏହି ରକ୍ତଦାନ ଶିବିର ଉଦଘାଟନ କରିବା ସହ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଏହାପରେ ଭଦ୍ରକ ପୌରାଂଚଳ ନୂଆ ବସ ଷ୍ଟାଣ୍ଡ ନିକଟସ୍ଥ ମା’ ଦକ୍ଷିଣେଶ୍ୱରୀ ମନ୍ଦିରରେ ଶ୍ରୀ ପଟ୍ଟନାୟକଙ୍କ ଦୀର୍ଘାୟୁ ଓ ନିରାମୟ ଜୀବନ କାମନା କରି “ବିଜୁ ଯୁବ-ଛାତ୍ର ଜନତା ଦଳ” ତରଫରୁ ଦୀପଦାନ ସହ ପୂଜାର୍ଚ୍ଚନା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ଓ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ବରିଷ୍ଠ ନେତା ରଘୁନାଥ ପଣ୍ଡାଙ୍କ ସମେତ ଶତାଧିକ ଯୁବ-ଛାତ୍ର ନେତୃମଣ୍ଡଳୀ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.