Home ଜିଲ୍ଲା ପରିକ୍ରମା ଲୋକଙ୍କ ସମସ୍ୟା ବୁଝିଲେ ବିଧାୟକ ସୀତାଂଶୁ

ଲୋକଙ୍କ ସମସ୍ୟା ବୁଝିଲେ ବିଧାୟକ ସୀତାଂଶୁ

30

ଭଦ୍ରକ, ୧୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଜିଲା ବିଧାନସଭା କାର୍ଯ୍ୟାଳୟରେ ଜନ ଶୁଣାଣୀ କରି ବିଭିନ୍ନ ଅଂଚଳରୁ ଆସିଥିବା ସାଧାରଣ ଜନତାଙ୍କ ଅଭିଯୋଗ ଗ୍ରହଣ କରିଥିଲେ। ଗୃହ ବିବାଦ ଠାରୁ ଆରମ୍ଭ କରି ରାସ୍ତାଘାଟ, ଜଳ ନିଷ୍କାସନ ସମସ୍ୟା ସହ ସରକାରୀ ଯୋଜନାରୁ ବଂଚିତ ହୋଇଥିବା ବହୁ ଲୋକଙ୍କୁ ସାକ୍ଷାତ କରି ସେମାନଙ୍କ ଅଭିଯୋଗ ମୂଳେ ଘଟଣାର ସମାଧାନ କରିବା ପୂର୍ବକ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭାଗୀୟ କର୍ତୃପକ୍ଷଙ୍କ ସହ ଫୋନ୍‌ରେ ଆଲୋଚନା କରିଛନ୍ତି। ଲୋକମାନଙ୍କ ଆଶା, ଆକାଂକ୍ଷା ଓ ଭରସାକୁ ସମ୍ମାନ ଦେଇ ପ୍ରତ୍ୟେକ ଅଭିଯୋଗ ଓ ଆବଶ୍ୟକତାର ସଠିକ୍ ସମାଧାନ ଦିଗରେ ବିଭାଗୀୟ ଅଧିକାରୀଙ୍କୁ ପଦକ୍ଷେପ ନେବାର ନିର୍ଦ୍ଦେଶ ବୁଦ୍ଧିଜୀବୀ ମହଲରେ ବେଶ୍ ଆଦୃତ ହୋଇଛି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.